Advertisment

Road: ନାକରେ କନ୍ଦାଉଛି ରାସ୍ତା: ବର୍ଷେ ହେଲା ତଡ଼ା ହୋଇଥିଲା

Advertisment

ମୁଖ୍ୟମନ୍ତ୍ରୀ ଆସି ଆପାର୍ଟମେଣ୍ଟ ଉଦ୍‌ଘାଟନ କରିବେ ବୋଲି ତରବରିଆ ହୋଇ ରାସ୍ତାରେ ପିଚୁ ପକାଇ‌ଲେ। ଜବରଦଖଲ ହଟାଇ ରାସ୍ତା ଚଉଡ଼ା କଲେ। ହେଲେ କାର୍ଯ୍ୟକ୍ରମ କୌଣସି କାରଣରୁ ବାତିଲ ହେଲା। ଏହାର ୨ ଦିନ ପରେ ଏକ୍ସକାଭେଟର ଆସି ତାଡ଼ିଦେଇ ଗଲା।

ମୁଖ୍ୟମନ୍ତ୍ରୀ ଆସି ଆପାର୍ଟମେଣ୍ଟ ଉଦ୍‌ଘାଟନ କରିବେ ବୋଲି ତରବରିଆ ହୋଇ ରାସ୍ତାରେ ପିଚୁ ପକାଇ‌ଲେ। ଜବରଦଖଲ ହଟାଇ ରାସ୍ତା ଚଉଡ଼ା କଲେ। ହେଲେ କାର୍ଯ୍ୟକ୍ରମ କୌଣସି କାରଣରୁ ବାତିଲ ହେଲା। ଏହାର ୨ ଦିନ ପରେ ଏକ୍ସକାଭେଟର ଆସି ତାଡ଼ିଦେଇ ଗଲା।

road

ଖଣ୍ଡଗିରି: ମୁଖ୍ୟମନ୍ତ୍ରୀ ଆସି ଆପାର୍ଟମେଣ୍ଟ ଉଦ୍‌ଘାଟନ କରିବେ ବୋଲି ତରବରିଆ ହୋଇ ରାସ୍ତାରେ ପିଚୁ ପକାଇ‌ଲେ। ଜବରଦଖଲ ହଟାଇ ରାସ୍ତା ଚଉଡ଼ା କଲେ। ହେଲେ କାର୍ଯ୍ୟକ୍ରମ କୌଣସି କାରଣରୁ ବାତିଲ ହେଲା। ଏହାର ୨ ଦିନ ପରେ ଏକ୍ସକାଭେଟର ଆସି ତାଡ଼ିଦେଇ ଗଲା। ଲୋକେ କିଛି ବୁଝିପାରିଲେନି। ଭାବିଲେ ଅଳ୍ପ ଦିନରେ ବୋଧେ ସମସ୍ୟାର ସମାଧାନ ହେବ। ହେଲେ ଘଟଣାକୁ ବର୍ଷେ ବିତିବା ପରେ ବି ରାସ୍ତା କାମ ସରିନି। ଦେଢ଼ ବର୍ଷପରେ ଜାନୁଆରି ମାସ ଶେଷ ସପ୍ତାହରେ ରାସ୍ତାକାମ ପୁଣି ଆରମ୍ଭ ହେଲା। ହେଲେ ରାସ୍ତାରେ ମୋରମ ପକାଇ ଛାଡ଼ି ଦେଇଛନ୍ତି। ମୋରମ ଧୂଳି ଓ ଆବୁଡ଼ା ଖାବୁଡ଼ା ରାସ୍ତାରେ ଲୋକେ ଦହଗଞ୍ଜ ସହୁଛନ୍ତି। ଏଭଳି ରାସ୍ତାର ଦୁରାବସ୍ଥା ୨୩ ନମ୍ବର ୱାର୍ଡର କେ-୪ କଳିଙ୍ଗବିହାର ଅଞ୍ଚଳର।

Prime Minister's Roadmap: ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ବିଶ୍ବାସ ଆଧାରିତ ଶାସନକୁ ପ୍ରାଥମିକତା

କଳିଙ୍ଗବିହାର କ୍ରିଷ୍ଣା ମେଡିସିନ୍‌ ‌‌‌‌ଷ୍ଟୋର୍‌ ପାଖରୁ ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପ ପର୍ଯ୍ୟନ୍ତ ରାସ୍ତା ପାଇଁ ଦେଢ଼ ବର୍ଷ ହେଲା ଲୋକେ ହନ୍ତସନ୍ତ ହେଉଛନ୍ତି। ଏନେଇ ଆବାସିକ ଉନ୍ନୟନ ପରିଷଦର ସଭାପତି ମହେଶ୍ବର ସାହୁଙ୍କ କହିଛନ୍ତି, ‌୨ ବର୍ଷ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଟକଙ୍କ ଦ୍ବାରା ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯୋଜନା ହୋଇଥିଲା। ‘ଆନନ୍ଦବନ’ ଉଦ୍‌ଘାଟନ ଅବସରରେ ଏହି ପ୍ରକଳ୍ପର ଉଦ୍‌ଘାଟନ ହୋଇଥାନ୍ତା। ନିମନ୍ତ୍ରଣପତ୍ର ମଧ୍ୟ ଛପା ହୋଇଥିଲା।  ଏଥିପାଇଁ କେ-୪ କ୍ରିଷ୍ଣା ମେଡିକାଲ ‌‌ଷ୍ଟୋର୍‌ ନିକଟରୁ ଆବାସ ପ୍ରକଳ୍ପ ପର୍ଯ୍ୟନ୍ତ ଚିକ୍କଣ ହୋଇଥିବା ରାସ୍ତାକୁ ମରାମତି ପାଇଁ ତାଡ଼ିଦେଲେ।  କୌଣସି କାରଣରେ ପ୍ରକଳ୍ପର ଉଦ୍‌ଘାଟନ ହେଲାନାହିଁ। ହେ‌ଲେ ତା’ ପରଠାରୁ ରାସ୍ତା ମରାମତି ପାଇଁ ଆଉ କାହାରି ଦେଖାମିଳିଲାନି।  

Tragic road accident: ଆନ୍ଧ୍ରପ୍ରଦେଶ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଞ୍ଜାମର ଜଣେ ରୋଗୀଙ୍କ ସମେତ ୨ ମୃତ

ରାସ୍ତାରେ ସାଇକେଲ, ବାଇକ୍‌ ଚଲାଇବା କଷ୍ଟକର ହେଇପଡ଼ିଥିଲା। ଏବେ କିଛି ଦିନ ତଳେ ରାସ୍ତା ବନ୍ଦ କରି ମୋରମ ପକାଇଛନ୍ତି। ଆଉ ତା ପରେ ଯା’ଆସ କରିବା ଆହୁରି କଷ୍ଟକର ହୋଇପଡ଼ୁଛି। ଧୂଳଉେଡ଼ି ଅଣନିଶ୍ବାସୀ କରିଦେଉଛି। ସ୍ଥାନୀୟ ବାସିନ୍ଦା ମମତା ମିଶ୍ରଙ୍କ କହିଛନ୍ତି, ରାସ୍ତାକାମ କରିବା ନେଇ କଲୋନିର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଅଭିଯୋଗ ପ‌ରେ ମଧ୍ୟ କେହି ଶୁଣୁନାହାନ୍ତି। ମାସକ ତଳେ କାମ ଆରମ୍ଭ ହେଇଥିଲା। ପୁଣି ଅଧା କାମ ହେଇ ରାସ୍ତାକାମ ବନ୍ଦ ହେଇଯାଈଉୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe