The 'Shisir Saras Mela: ଆରମ୍ଭ ହେଲା ‘ଶିଶିର ସରସ ମେଳା’: ୩୪୦ ଷ୍ଟଲ୍‌ରେ ୩୦ ଜିଲ୍ଲା ଓ ୨୦ ରାଜ୍ୟର ଉତ୍ପାଦ

Advertisment

ସମ୍ବଲପୁରୀ ବାନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ବୟନ କଳା ଉତ୍ପାଦ, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ, ସମସ୍ତ ଜିଆଇ ଉତ୍ପାଦଠାରୁ ଆରମ୍ଭ କରି ସାରା ଦେଶର ୨୦ଟି ରାଜ୍ୟର ରକମ ରକମର ଉତ୍ପାଦ ପ୍ରଦର୍ଶିତ ହେଉଛି ଗୋଟିଏ ଛାତ ତଳେ।

ସମ୍ବଲପୁରୀ ବାନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ବୟନ କଳା ଉତ୍ପାଦ, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ, ସମସ୍ତ ଜିଆଇ ଉତ୍ପାଦଠାରୁ ଆରମ୍ଭ କରି ସାରା ଦେଶର ୨୦ଟି ରାଜ୍ୟର ରକମ ରକମର ଉତ୍ପାଦ ପ୍ରଦର୍ଶିତ ହେଉଛି ଗୋଟିଏ ଛାତ ତଳେ।

agdagdgg

ଭୁବନେଶ୍ବର: ସମ୍ବଲପୁରୀ ବାନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ବୟନ କଳା ଉତ୍ପାଦ, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ, ସମସ୍ତ ଜିଆଇ ଉତ୍ପାଦଠାରୁ ଆରମ୍ଭ କରି ସାରା ଦେଶର ୨୦ଟି ରାଜ୍ୟର ରକମ ରକମର ଉତ୍ପାଦ ପ୍ରଦର୍ଶିତ ହେଉଛି ଗୋଟିଏ ଛାତ ତଳେ। ସହର ମଝିରେ ଏକ ‘ମିନି ଇଣ୍ଡିଆ ବଜାର’ର ଭ୍ରମ ସୃଷ୍ଟି ହୋଇଛି। କାରଣ ଗୋଟିଏ କି ଦୁଇଟି ନୁହେଁ, ୩୪୦ଟି ବିକ୍ରୟ ଷ୍ଟଲ୍ ସହ ୩୫ଟି ଖାଦ୍ୟ ଷ୍ଟଲ୍‌ର ବିଶାଳ ପସରା ସହ ଆଜିଠାରୁ ଆରମ୍ଭ ହୋଇଯାଇଛି ‘ଶିଶିର ସରସ ମେଳା’। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି(ଓର୍‌ମାସ୍‌) ପକ୍ଷରୁ ୟୁନିଟ୍-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି ମେଳା ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆସନ୍ତା ୧୮ ତାରିଖ ଯାଏ ଚାଲିବ। 

Marathon: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାର ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ସ୍ୱୟଂସହାୟକ ଗୋଷ୍ଠୀ ଓ ଉତ୍ପାଦକମାନେ ନିଜ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରିବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ‘ଶିଶିର ସରସ’ କେବଳ ଏକ ମେଳା ନୁହେଁ, ବରଂ ଓଡ଼ିଶାର ଗ୍ରାମୀଣ ଆତ୍ମଶକ୍ତି, ସ୍ୱଦେଶୀ ପରିଚୟ ଓ ସାଂସ୍କୃତିକ ଐତିହ୍ୟର ଏକ ସଜୀବ ଉତ୍ସବ। ‘ଭୋକାଲ୍ ଫର୍ ଲୋକାଲ୍‌’ ଆହ୍ୱାନକୁ ସାକାର କରୁଥିବା ଏହି ମେଳା ମାଧ୍ୟମରେ ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍‌ପ୍ରାପ୍ତ ସମ୍ବଲପୁରୀ ଓ ସୁବର୍ଣ୍ଣପୁର ହସ୍ତତନ୍ତ, କୋରାପୁଟର କଳାଜିରା ଚାଉଳ ଓ ସୁନ୍ଦରଗଡ଼ର ମିଲେଟ୍‌ ପରି ଉତ୍ପାଦ ଜାତୀୟସ୍ତରରେ ପରିଚୟ ପାଉଛି।

ଏହି ସମାରୋହରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ ଉପସ୍ଥିତ ରହି ମେଳାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ୀକରଣରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏଥିସହ ଓର୍‌ମାସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୋନିକା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ସିଂହ ଧନ୍ୟବାଦ ଦେଇଥିଲେ। ବିକ୍ରୟ ଷ୍ଟଲଗୁଡ଼ିକରେ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲାର ହସ୍ତଶିଳ୍ପ ଓ ହସ୍ତକଳା ପ୍ରଦର୍ଶିତ ହେଉଛି। ଚଳିତ ବର୍ଷ ଏହି ମେଗା ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ସାଧନର ଲକ୍ଷ୍ୟ ରଖାଯାଇଛି।

ED vs Mamata controversy: ଇଡି ବନାମ ମମତା ବିବାଦ ତେଜିଲା: ଏବେ ସୁପ୍ରିମ୍‌କୋର୍ଟରେ ଲଢ଼େଇ, ପ୍ରମାଣ ଚୋରି ଅଭିଯୋଗରେ ମାମଲା ଦାୟର କଲା ଇଡି

ମେଳା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ବଲିଉଡ୍‌ର କଣ୍ଠଶିଳ୍ପୀ ଦିବ୍ୟ କୁମାର ଓ ଓଲିଉଡ୍‌ର ବିଭିନ୍ନ କଳାକାରଙ୍କ ପ୍ରସ୍ତୁତି ସହ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତିରେ ‘ହ୍ୟୁମାନ ସାଗର ନାଇଟ୍‌’ ମେଳାର ଏକ ବିଶେଷ ଆକର୍ଷଣ ସାଜିବ। ଏହାସହ ମେଳା ପରିସରର ‘ସେଲ୍ଫି ପଏଣ୍ଟ’ ପରିଦର୍ଶକଙ୍କ ମନ ମୋହୁଛି। ଚଳିତବର୍ଷ ମେଳା ପରିସରକୁ ପରିଷ୍କାର, ସୁସଜ୍ଜିତ ଓ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ, ପରିଦର୍ଶକଙ୍କ ସୁବିଧା ପାଇଁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe