ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ ବନମାଳୀପୁରସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଭାକରସାହିରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଶିକ୍ଷୟିତ୍ରୀଙ୍କୁ ବିରୋଧ କରିବା ସହ ଅଭିଭାବକମାନେ ତାଙ୍କୁ ଆଜି ସ୍କୁଲ୍ ପରିସରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। କମିଟି ସଦସ୍ୟ ଏବଂ ଅଭିଭାବକମାନେ ଫାଟକରେ ତାଲା ପକାଇ ରଖିଥିଲେ। ଫଳରେ ଶିକ୍ଷୟିତ୍ରୀ ଲିଲା ଦାସ ଦୀର୍ଘ ସମୟ ବାହାରେ ଅପେକ୍ଷା କରିଥିଲେ। ଶିକ୍ଷୟତ୍ରୀ ଜଣକ ଛାତ୍ରଛାତ୍ରୀ, ଅଭିଭାବକ, କମିଟି ସଦସ୍ୟ ଏବଂ ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଆଜି ତାଙ୍କୁ ସ୍କୁଲ୍ ଭିତରକୁ ଛାଡ଼ି ନଥିବା କହିଛନ୍ତି। ପୂର୍ବରୁ ବିଭିନ୍ନ ଘଟଣା ବାବଦରେ କମିଟି ପକ୍ଷରୁ ଶିକ୍ଷୟିତ୍ରୀ ଲିଲା ଦାସଙ୍କ ବିରୋଧରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।
Punjab : କବାଡ଼ି ଟୁର୍ଣ୍ଣାମେଣ୍ଟ ସମୟରେ ଗୁଳିଚାଳନା, ଖେଳାଳି ମୃତ
ମିଳିଥିବା ଖବର ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ କିଛି ଦିନ ପୂର୍ବରୁ ୨ ଛାତ୍ରଙ୍କ ମଧ୍ୟରେ ମାର୍ପିଟ ହୋଇଥିଲା। ତେବେ ଏଥିପାଇଁ ଶିକ୍ଷୟିତ୍ରୀ ଲିଲାଙ୍କୁ ଅଭିଭାବକମାନେ ଦାୟୀ କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ଲିଲା ଦାସ ତାଙ୍କୁ ଆକ୍ରୋଶମୂଳକ ଭାବେ କମିଟି ସଦସ୍ୟମାନେ ହଇରାଣ ହରକତ କରୁଥିବା କହିଛନ୍ତି। ତାଙ୍କ ବିରୋଧରେ ହେଉଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଆଜିର ଘଟଣା ସମ୍ପର୍କରେ ଖବର ପାଇ ବ୍ଲକ୍ ସହକାରୀ ଶିକ୍ଷାଧିକାରୀ ବିଜୟ ବେହେରା ସ୍କୁଲ୍କୁ ଯାଇଥିଲେ। ତାଙ୍କୁ ଉଦେଶ୍ୟମୂଳକ ଭାବେ ବଦ୍ନାମ କରାଯାଉଥିବା ସେ ସହକାରୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ଆଜି ତାଙ୍କୁ କମିଟି ସଦସ୍ୟ ଓ କିଛି ଅଭିଭାବକ ଜାତିଆଣା ଆକ୍ଷେପ କରିଥିବା କହିଛନ୍ତି। ଏ ନେଇ ବ୍ଲକ୍ ଶିକ୍ଷାଧିକାରୀ ଡ. ପ୍ରଭାତ ରଥ କହିଛନ୍ତି ଯେ, ସ୍କୁଲ୍ର ବିବାଦ ନଜରକୁ ଆସିଛି। ତଦନ୍ତ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/16/hfhsfhxvbbvxbv-2025-12-16-02-21-37.jpg)