ଚନ୍ଦ୍ରଶେଖରପୁର: ପେସା ବାଇକ୍‌ ଚୋରିକରିବା। ନିଶା ପ୍ରେମିକାକୁ ବାଇକ୍‌ରେ ବସାଇ ବୁଲିବା। ଦାମୀ ଷ୍ଟାଇଲିସ୍‌ ବାଇକ୍‌ ପଛରେ ପ୍ରେମିକାକୁ ନେଇ ପାର୍କ ବୁଲାଇବା ଓ ନାମୀ ରେସ୍ତୋରାଁରେ ଖୁଆଇବା ଥିଲା ତା’ର ରୀତିମତ କାମ। କିନ୍ତୁ ଆଜି ତା’ର ଖେଳ ବିଗିଡ଼ିଗଲା। ମୈତ୍ରୀବିହାର ଥାନା ପୁଲିସ ତାକୁ ଗୋଡ଼ାଇ  ଗୋଡ଼ାଇ ମାଡ଼ିବସିଲା। ପୁଲିସ କାବୁ କରିବା ବେଳେ ବିଚାରି ପ୍ରେମିକା ଦୌଡ଼ିଲା। ପୁଲିସ ଅଭିଯୁକ୍ତ ବାଇକ୍‌ ଚୋରକୁ ଥାନାକୁ ଆଣି ପଚରାଉଚରା ଚଳାଇଛି। ସେ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଗିରଫ କରିବା ସହ ଆଉ କିଛି ଚୋରି ବାଇକ୍‌ ଉଦ୍ଧାର କରିବାକୁ ପୁଲିସ ଉଦ୍ୟମ ଚଳାଇଛି। 

Advertisment

Illegal sale of abortion pills: ବେଆଇନ ଗର୍ଭପାତ ବଟିକା ବିକ୍ରି: ରାଜ୍ୟବ୍ୟାପୀ ଔଷଧ ଦୋକାନ ଉପରେ ଚଢ଼ଉ, ଶହେରୁ ଅଧିକ ଚଢ଼ଉ, ଲାଇସେନ୍‌ସ ବାତିଲ ସୁପାରିସ

Thief Gang Capture: ଡକାୟତ ଦଳକୁ ମାଡ଼ିବସିଲେ ଗ୍ରାମବାସୀ

ପୁଲିସ ସୂଚନାନୁସାରେ ୨୨ ତାରିଖ ରାତିରେ ମୈତ୍ରୀବିହାର ଅଞ୍ଚଳର ଜଣେ ଯୁବକଙ୍କ ପଲ୍‌ସର୍‌ ବାଇକ୍‌(ଓଡି ୩୩ପି ୩୧୮୩) ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହେଲା। କେହି ଦୁର୍ବୃତ୍ତ ଗେଟ୍‌ ତାଲା କାଟି ଅଗଣାରୁ ବାଇକ୍‌ ଚୋରେଇ ନେଇଥିଲା। ଅଭିଯୋଗ ପରଠୁ ପୁଲିସ ବାଇକ୍‌କୁ ଟ୍ରାକ୍‌ କରୁଥିଲା। ଆଜି ଅପରାହ୍ଣରେ ବାଇକ୍‌ଟି ଜୟଦେବବିହାର ଛକରେ ଥିବା ଖବର ପାଇ ପୁଲିସ ଟିମ୍‌ ପିଛା କରିଥିଲା। ଅଭିଯୁକ୍ତ ବାଇକ୍‌ରେ ଜଣେ ଯୁବତୀଙ୍କୁ ବସାଇ କଳିଙ୍ଗ ଷ୍ଟାଡିୟମ୍‌ ଦିଗରେ ଯାଉଥିବା ଦେଖି ପୁଲିସ ଟିମ୍‌ ପିଛା କରିଥିଲା। କିନ୍ତୁ ଅଭିଯୁକ୍ତ ଏହା ଜାଣି ପାରି ଇନ୍ଦିରା ପାର୍କ ନିକଟରେ ବାଇକ୍‌ ରଖି ଭିତରକୁ ପଶିଯାଇଥିଲା। ସେ ପ୍ରେମିକା ସହ ଏକ ଗଛ ମୂଳେ ବସିଥିବା ବେଳେ  ପୁଲିସ ଟିମ୍‌ ତାକୁ ଘେରିଯାଇଥିଲେ। ଏହା ଦେଖି ପ୍ରେମିକା ସେଠାରୁ ଦୌଡ଼ିବାକୁ ଲାଗିଲେ। ପୁଲିସ ଅଭିଯୁକ୍ତକୁ ଗଛ ମୂଳରୁ କାବୁ କରିବା ପରେ ସେ ବାଇକ୍‌ ଚୋରି କରିଥିବା ମାନିଯାଇଥିଲା।