ଭୁବନେଶ୍ବର: ଗ୍ରାମଦେବତୀ ମନ୍ଦିରରେ ସବୁ ଆୟୋଜନ ସରିଥିଲା। ୨୬ବର୍ଷ ବୟସର ବର ସହ ୧୬ବର୍ଷ ବୟସର କନ୍ୟାର ବାହାଘର ହେବାକୁ ଯାଉଥିଲା। ବାହାବେଦି ନିକଟରେ ବାହାଘର ସରଞ୍ଜାମ ଓ ପୂଜା ସାମଗ୍ରୀସବୁ ଥୁଆ ହୋଇଥିଲା। ଭୋଜିଭାତ ପାଇଁ ଖନ୍ଦାଶାଳରେ ସବୁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ହଠାତ୍ ଖବର ଆସିଲା ପୁଲିସ ଚଢ଼ଉ କରିବାକୁ ଆସୁଛି। ପୁଲିସ ପହଞ୍ଚିବା ପୂର୍ବରୁ ବରକନ୍ୟାକୁ ନେଇ ସମସ୍ତେ ସେଠାରୁ ଛୁ’ ମାରିଲେ। ଖୋଦ ରାଜଧାନୀରେ ହେଉଥିବା ଏହି ବାଲ୍ୟବିବାହ ଆଜି ପୁଲିସ ଚଢ଼ଉ ଯୋଗୁ ବନ୍ଦ ହୋଇଯାଇଛି। ଖୋର୍ଦ୍ଧା ସିଡିପିଓ, ରୁଚିକା ସମାଜ ମଙ୍ଗଳ ସଂଗଠନ ସହ ଖଣ୍ଡଗିରି ଥାନା ପୁଲିସ ଠିକଣା ସମୟରେ ଚଢ଼ଉ କରିବାରୁ ନାବାଳିକା ବାହାଘରକୁ ରୋକାଯାଇପାରିଛି।
Chief Minister: ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଭିତରକୁ ପଶିଗଲା କାର୍
Garbage: ଆବର୍ଜନା ଜାଳି ଦେଉଛନ୍ତି
ଘଟଣାଟି ଥିଲା ଏମିତି। ଏହି ବାହାଘରଟି ଖଣ୍ଡଗିରିଥାନା ସରକନ୍ତରା ଗାଁ ଖଣ୍ଡୁଆଳ ମନ୍ଦିରରେ ଆୟୋଜିତ ହୋଇଥିଲା। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତାମାନେ ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ମନ୍ଦିରରେ ପହଞ୍ଚିଯାଇଥିଲେ। ମାତ୍ର ଏହା ପୂର୍ବରୁ ଚଢ଼ଉ ବାବଦରେ ବାହାଘର ଆୟୋଜନ କରୁଥିବା ଲୋକଙ୍କୁ ମିଳିଯାଇଥିଲା। ପୁଲିସ ଆସୁଛି ବୋଲି ଖବର ପାଉପାଉ ବର ଓ କନ୍ୟା ପକ୍ଷର ଲୋକେ ବିକଳରେ ଦୌଡ଼ି ପଳାଇଥିଲେ। ବଡ଼ କଥା ହେଉଛି ସେମାନେ ଉଭୟ ବର ଓ କନ୍ୟାକୁ ନେଇ ଲୁଚାଇ ଦେଇଥିଲେ। ଚଢ଼ଉ କରିବାକୁ ଯାଇଥିବା ଟିମ୍ ଖୋଜିଖୋଜି କନ୍ୟାର ମାଆଙ୍କୁ ଠାବ କରିଥିଲା। ପୁଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ହଠାତ୍ କିଛି ଲୋକ ପହଞ୍ଚି ପାଟିତୁଣ୍ଡ କରିବା ସହ କନ୍ୟାର ମାଆଙ୍କୁ ମଧ୍ୟ ଛଡ଼ାଇ ନେଇଥିଲେ। ଚାଇଲ୍ଡ ଲାଇନ୍ ପକ୍ଷରୁ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ରାତାରାତି ଅନ୍ୟ କେଉଁଠି ବାହାଘର କରାଇବାଖବର ପାଇ ପୁଲିସ ବରକନ୍ୟାଙ୍କୁ ଠାବ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/04/untitled-15-2025-12-04-08-28-51.jpg)