ଭୁବନେଶ୍ବର: ଆଜି କମିସନରେଟ୍ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଯାଉଥିବା ବେଳେ ଏକ କାର୍ କାରକେଡ୍ ଭିତରକୁ ପଶିଯାଇଥିଲା। ସୌଭାଗ୍ୟକୁ କୌଣସି ଅଘଟଣ ଘଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସେହି କାର୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଖୋଦ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଭିତରକୁ କିଭଳି କାର୍ ପଶିଗଲା ଏବଂ ଏଭଳି ତ୍ରୁଟି କିଭଳି ଘଟିଲା, ତାହାକୁ ନେଇ ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି। ଲାଲ୍କିଲ୍ଲା କାର୍ ବିସ୍ଫୋରଣ ପରଠାରୁ ଭିଭିଆଇପିଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ତ୍ରୁଟିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Train: ଅପେକ୍ଷାରେ ଯାତ୍ରୀ, ଆସୁନି ଟ୍ରେନ୍
Garbage: ଆବର୍ଜନା ଜାଳି ଦେଉଛନ୍ତି
ସୂଚନାନୁସାରେ ଆଜି ସନ୍ଧ୍ୟାରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଯାଉଥିଲା। ଏତିକିବେଳେ ଅନ୍ୟ ଏକ କାର୍ ସୁରକ୍ଷାବଳୟ ଭେଦକରି କାର୍କେଡ୍ ଆଗକୁ ମାଡ଼ି ଆସିଥିଲା। ତେବେ ତୁରନ୍ତ ସୁରକ୍ଷାକର୍ମୀମାନେ କାର୍ ଆଗକୁ ଯାଇ ଅଟକାଇଥିଲେ ଏବଂ କାର୍ ଚାରିପଟେ ଘେରି ରହିଥିଲେ। କାର୍ରୁ କାହାରିକୁ ବାହାରିବାକୁ ଦିଆଯାଇନଥିଲା। କାର୍କେଡ୍ ଅତିକ୍ରମ କରିବା ପରେ କାର୍ ଚାଳକକୁ ପଚରାଉଚରା କରାଯାଇଥିଲା। ପରେ କାର୍ଚାଳକକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/04/untitled-14-2025-12-04-08-23-24.jpg)