ଭୁବନେଶ୍ବର: ସମ୍ପ୍ରତିକିଛି ଦିନ ହେଲା ବହୁ ଟ୍ରେନ୍ ବିଳମ୍ବରେ ଚଳାଚଳ କରୁଛି। ଏମିତିକି କିଛି ଟ୍ରେନ୍ ୫ ଘଣ୍ଟା ବିଳମ୍ବରେ ଚାଲୁଛି। ସାରା ରାଜ୍ୟରେ ଟ୍ରେନ୍ ସେବାରେ ଏଭଳି ବିଳମ୍ବକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ପୂର୍ବତଟ ରେଳପଥ କହିଛି ଯେ ଏବେ ଘନ କୁହୁଡ଼ି ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଶୀତଋତୁରେ ନିରାପଦ ଓ ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାତି ଓ ସକାଳ ସମୟରେ କୁହୁଡ଼ି ଜନିତ କମ୍ ଦୃଶ୍ୟମାନ ସମସ୍ୟାର ସମାଧାନ କରିବାକୁ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ ସହ ୨୪ ଘଣ୍ଟିଆ ନିରୀକ୍ଷଣକୁ ସୁଦୃଢ଼ କରାଯାଇଛି।
Mahashivaratri: ମହାଶିବରାତ୍ରି ପୂର୍ବରୁ ସରିବ ପାର୍କିଂ, ଆଲୋକୀକରଣ
ପୂର୍ବତଟ ରେଳପଥର ସମସ୍ତ ମଣ୍ଡଳରେ ପର୍ଯ୍ୟାପ୍ତ କୁହୁଡ଼ି ସୁରକ୍ଷା ଉପକରଣ ଉପଲବ୍ଧତା ସୁନିଶ୍ଚିତ କରାଯାଇଛି। ୱାଲ୍ଟିୟର୍ ଡିଭିଜନକୁ ୪୭୧ଟି, ଖୋର୍ଦ୍ଧାରୋଡ୍ ଡିଭିଜନକୁ ୧୨୫ଟି ଓ ସମ୍ବଲପୁର ଡିଭିଜନକୁ ୨୧୦ଟି ଏଫ୍ଏସ୍ଡି ଯୋଗାଇ ଦିଆଯାଇଛି। ଘନ କୁହୁଡ଼ି ବେଳେ ଲୋକୋ ପାଇଲଟଙ୍କୁ ନିର୍ଦ୍ଧାରିତ ନିୟମ ଓ ନିୟମାବଳୀ ଅନୁଯାୟୀ ସତର୍କ କରାଇବାକୁ ଡିଟୋନେଟର ଲଗାଇବାକୁ ଷ୍ଟେସନ, କେବିନ୍ ଓ ଗେଟ୍ରେ ନିୟୋଜିତ ରେଳ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେସନ ମ୍ୟାନେଜରଙ୍କୁ ପର୍ଯ୍ୟାପ୍ତ ଡିଟୋନେଟର ଦିଆଯାଇଛି। କୁହୁଡ଼ି ସମୟରେ ଲୋକୋ-ପାଇଲଟ ଯେପରି ନିର୍ଦ୍ଧାରିତ ବେଗର ସୀମା ଅତିକ୍ରମ ନକରନ୍ତି, ତାହା ଦେଖିବାକୁ କୁହାଯାଇଛି। କୁହୁଡ଼ି ସମୟରେ ଟ୍ରେନ୍ର ଗତି ଘଣ୍ଟାପ୍ରତି ୬୦ କିଲୋମିଟରରୁ ଅଧିକ ନ କରିବାକୁ କୁହାଯାଇଛି।
Knowledge is decreasing: ଜ୍ଞାନ କମାଉଛି ଏଆଇ ବ୍ୟବହାର
ଘନ କୁହୁଡ଼ି ସମୟରେ ଅନୁମୋଦିତ ଡିଜାଇନ୍ର ଏକ ଲାଲ୍ ଟେଲ୍ ଲ୍ୟାମ୍ପ ଜଳାଇବାକୁ ପରାମର୍ଶ ଦିଆଯାଇଛି। ମଧ୍ୟରାତ୍ରିରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ଅଚାନକ ଯାଞ୍ଚ ଓ ଇଞ୍ଜିନ୍ରୁ ଫୁଟ୍ ପ୍ଲେଟ୍ ନିରୀକ୍ଷଣ ହେଉଛି। ଟ୍ରେନ୍ ବିଷୟରେ ଚେତାବନୀ ଦେବାକୁ ଲୋକୋ ପାଇଲଟ୍ଙ୍କୁ ବାରମ୍ବାର ହୁଇସିଲ୍ ମାରିବାକୁ କୁହାଯାଇଛି। ଜାତୀୟ ଟ୍ରେନ୍ ଅନୁସନ୍ଧାନ ପ୍ରଣାଳୀ(ଏନ୍ଟିଇଏସ୍) ଏବଂ ହେଲ୍ପଲାଇନ୍ ନମ୍ବର ୧୩୯ ମାଧ୍ୟମରେ ଯାତ୍ରୀଙ୍କୁ ଟ୍ରେନ୍ର ସଠିକ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍ ପରିଚାଳନା ସମୟରେ ସୁରକ୍ଷା ପରାମର୍ଶଦାତା ଓ ରେଳ ଅଧିକାରୀମାନେ, ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କର୍ମଚାରୀମାନଙ୍କୁ ନିରନ୍ତର ସୂଚନା ଦେଉଛନ୍ତି। ସମୟାନୁବର୍ତ୍ତିତା ହରାଇଲେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। କମ୍ ଦୃଶ୍ୟମାନ ଅବସ୍ଥାରେ ସିଗ୍ନାଲ ଚିହ୍ନଟ କରିବାରେ ଲୋକୋ ପାଇଲଟମାନଙ୍କୁ ସହାୟତା କରିବାକୁ ଓଏଚ୍ଇ ମାଷ୍ଟ, ଲେଭଲ୍ କ୍ରସିଂ ଗେଟ୍ ଓ ଗୁରୁତ୍ୱପୂର୍ଣ୍ଣ ଷ୍ଟପ୍ ସିଗନାଲ ପୂର୍ବରୁ ଥିବା ସ୍ଥାନଗୁଡ଼ିକରେ ଉଜ୍ଜ୍ୱଳ ଓ ଫ୍ଲୋରୋସେଣ୍ଟ ଷ୍ଟ୍ରିପ୍ ଖଞ୍ଜା ହୋଇଛି। କମ୍ ଦୃଶ୍ୟମାନତା ସମୟରେ ଲୋକୋ ପାଇଲଟଙ୍କୁ ଆଗୁଆ ସଙ୍କେତ ଦେବା ପାଇଁ ଏଫ୍ଏସ୍ଡି(ଫଗ୍ ସେଫ୍ ଡିଭାଇସ୍) ପ୍ରଦାନ କରାଯାଇଛି। ସେହିଭଳି ଘନ କୁହୁଡ଼ି ଅଞ୍ଚଳରେ ଚାପଚାଳିତ ବିସ୍ଫୋରଣ ମାଧ୍ୟମରେଶବ୍ଦସତର୍କତା ପ୍ରଦାନ କରିବାକୁ ଡିଟୋନେଟର ବ୍ୟବସ୍ଥା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/untitled-11-2025-12-04-08-08-14.jpg)