ଭୁବନେଶ୍ୱର: ରାଜଧାନୀ ଆକାଶରେ ଶୋଭା ପାଇଛି ରଙ୍ଗବେରଙ୍ଗର ଗୁଡ଼ି। କେତେବେଳେ ଉପରକୁ ତ ପୁଣି କେତେବେଳେ କାନି ଖାଇ ତଳକୁ ଖସି ଆସୁଥିଲା। ରାଜଧାନୀର ସୁଲୁସୁଲିଆ ବାଆରେ ଫରଫର ହୋଇ ଗୁଡ଼ି ଉଡ଼ିଚାଲିଥିଲା। ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଶିଶିର ସରସ ଉତ୍ସବରେ। ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଓର୍ମାସ୍ ଓ ସୁଭଦ୍ରା ଶକ୍ତି ପକ୍ଷରୁ ଆକର୍ଷଣୀୟ କାଇଟ୍ ସୋ’ ଆୟୋଜିତ ହୋଇଥିଲା।
Gadget in Focus: Smartphone with keyboard: ଫୋକସ୍ରେ ଗ୍ୟାଜେଟ୍: କିବୋର୍ଡ ସହ ସ୍ମାର୍ଟଫୋନ୍
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାଇଟ୍ ସୋ’ରେ ଅଂଶଗ୍ରହଣକାରୀମାନେ ନିଜ ନିଜ ସୃଜନଶୀଳ ଗୁଡ଼ି ଡିଜାଇନ୍ର ଚମତ୍କାର ପ୍ରଦର୍ଶନ କରିଥିଲେ। ପାରମ୍ପରିକ ଗୁଡ଼ି ସାଙ୍ଗକୁ ପଶୁପକ୍ଷୀ ଆକୃତି ଓ ଲୋକକଳାର ପ୍ରତିବିମ୍ବ ଏହି ଗୁଡ଼ିରେ ବାରି ହୋଇପଡ଼ୁଥିଲା। ସହରରେ ଗୁଡ଼ି ଉଡ଼ା ଦୃଶ୍ୟ ଦେଖିବାକୁ ଦର୍ଶକମାନେ ଘଡ଼ିଏ ଅଟକି ଯାଇଥିଲେ।
ଆଜିର କାଇଟ୍ ସୋ’ରେ ସୁରକ୍ଷାକୁ ଦୃଷ୍ଟିରେ ରଖି, ଓରମାସ୍ ଦ୍ୱାରା ସୁରକ୍ଷିତ ଗୁଡ଼ିସୂତା ବ୍ୟବହାର କରାଯାଇଥିଲା। ପ୍ରଥମ ସିରିଜ୍ରେ କାଗଜରେ ୧ ବର୍ଗ ମିଟରରେ ୧୦୦ଟି ଗୁଡ଼ି, ୧.୨ ମିଟର ଓ ରିପ୍ଷ୍ଟପ୍ ନାଇଲନ୍ରେ ପ୍ରସ୍ତୁତ ପକ୍ଷୀ ଆକୃତି ସଦୃଶ ୭୫ଟି ଗୁଡ଼ି, ୪.୨୦ ମିଟର ପାରାଫୋଏଲ ଡିଜାଇନ୍ର ୩୦ଟି ଗୁଡ଼ି, ୧୬ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ରିଙ୍ଗ୍ କାଇଟ୍ ଫ୍ଲାଇଂ, ଲେଟର କାଇଟ୍ ଫ୍ଲାଇଂ ଗୋଟିଏ ଲେଖାଏଁ ଉଡ଼ାଯାଇଥିଲା। ‘ଶିଶିର ସରସ’ ଅଫ୍ ଓର୍ମାସ୍ ମାସ୍କଟ୍ ଲେଖା ବିଶିଷ୍ଟ ୨୬ ବର୍ଗ ମିଟର ପାରାଫଏଲ୍ ପାଇଲଟ୍ କାଇଟ୍ ପ୍ରଦର୍ଶନୀର ବିଶେଷ ଆକର୍ଷଣ ସାଜିଥିଲା।
‘ଶିଶିର ସରସ’ ମେଳାର ୫ମ ଦିବସରେ ଆଜି ଓର୍ମାସ୍ ତରଫରୁ ଗୁଡ଼ି ସମ୍ପର୍କିତ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗୁଡ଼ି ପ୍ରସ୍ତୁତ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିରର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କାଇଟ୍ ମ୍ୟାନ୍ ସଂସ୍ଥା ତରଫରୁ ଗୁଡ଼ି ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଇଥିଲା।
୪ର୍ଥ ଦିନରେ ଶିଶିର ସରସ ମେଳାରେ ୯୫ ଲକ୍ଷ ଟଙ୍କାର ଅଧିକ ହୋଇଥିଲା। ଚାରିଦିନରେ ପ୍ରାୟ ୪ କୋଟି ଟଙ୍କାରୁ ଅଧିକ ଟଙ୍କାର କିଣାବିକା ହୋଇଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ୍ ଗାୟକ କୁଳଦୀପ ପଟ୍ଟନାୟକ ଓ ଓଡ଼ିଆ ରୢାପର୍ ବ୍ଲାକ୍ ଭାଙ୍କ ରୢାପ୍ ସୋ’ ଯୁବବର୍ଗଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/15/untitled-2-2026-01-15-07-04-49.jpg)