ଭୁବନେଶ୍ବର: ଗତ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଆଦିବାସୀ ହଷ୍ଟେଲ ସମ୍ମୁଖରେ ଯୁବତୀ, ତାଙ୍କ ପୁରୁଷ ବନ୍ଧୁ ଓ ଭାଇଙ୍କୁ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଆଜି ପୁଲିସ ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନାରେ ଅଟକ ରଖିଛି। ତେବେ ସେମାନେ ଅଭିଯୁକ୍ତ ନୁହନ୍ତି, ବିଜେପି କର୍ମୀ ଓ ବିଚ୍ରାସ୍ତାରେ ରାତିଅଧରେ ବିଶୃଂଖଳାକାରୀଙ୍କୁ ଏଥିରୁ ନିବୃତ୍ତ କରାଇବାକୁ ଯାଇଥିବାରୁ ଓଲଟା ସେମାନଙ୍କୁ ମାମଲାରେ ଛନ୍ଦିଦିଆଯାଇଛି ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଛନ୍ତି। ପୁଲିସ ଅଟକ ରଖିଥିବା ତିନିଜଣଙ୍କୁ ମୁକୁଳାଇବା ଦାବିରେ ଜଗନ୍ନାଥଙ୍କ ନେତୃତ୍ବରେ ସମର୍ଥକମାନେ ସହିଦନଗର ଥାନା ଆଗରେ ଧାରଣା ଦେଇଛନ୍ତି।
ରାତିଅଧରେ ରାସ୍ତାରେ ବିଶୃଙ୍ଖଳା ରୋକିବାରୁ ବିଜେପି କର୍ମୀଙ୍କ ନାଁରେ ମାମଲା: ଜଗା ପ୍ରଧାନ
ସହିଦନଗର ଥାନା ଅଧିକାରୀଙ୍କ ବଦଳି ଦାବି କରି କହିଛନ୍ତି, ଜାଣିଶୁଣି ପୁଲିସ ପ୍ରଶାସନ ସରକାରଙ୍କୁ ବଦନାମ କରୁଛନ୍ତି। କିଛିଦିନ ପୂର୍ବେ ୟୁନିଟ ୯ ଅଞ୍ଚଳରେ ଜଣେ ଯୁବକ ଓ ଯୁବତୀ ମଦ୍ୟପାନ କରି ଉତ୍ତେଜନା ସୃଷ୍ଟି କରୁଥିଲେ। ଏହାକୁ ବିଜେପିର ତିନି କର୍ମୀ ରୋକିବାକୁ ଚେଷ୍ଟା କରିଥିଲେ। ଏହା ଫଳରେ ସେ ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା। ଏହି ଘଟଣାରେ ନିରପେକ୍ଷ ତଦନ୍ତ ନକରି ବିଜେଡି ଚାପରେ ପଡ଼ି ତିନି ବିଜେପି କର୍ମୀଙ୍କୁ ସହିଦନଗର ଥାନା ପୁଲିସ ଅଟକ ରଖିଛି। ଗତକାଲି ଧାରା ୪୧ ଅନୁଯାୟୀ ପୁଲିସ ତାଙ୍କୁ ଜାମିନ ଦେଇଥିବା ବେଳେ ଆଜି ପୁଣି ଉଠାଇ ଆଣିଛି। ପୁଲିସ ଜେନେଅତିକ ଚାପରେ ପଡ଼ି ବେଆଇନ କାର୍ଯ୍ୟ କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/01/gjdgjdgjcbbn-2026-03-01-02-48-40.jpg)