Today is National Baby Shower Day: ଆଜି ଜାତୀୟ ଶିଶୁକନ୍ୟା ଦିବସ: ଖେଳ ବୟସରେ ସଂସାର ବୋଝ

Advertisment

ନିର୍ବାଚନ ପୂର୍ବରୁ ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ସ୍ବାବଲମ୍ବନ ପ୍ରସଙ୍ଗ ଉଠାନ୍ତି ପ୍ରତ୍ୟେକ ଦଳ। ମହିଳା ସଶକ୍ତୀକରଣର ନାରା ଦେଇ ବିଭିନ୍ନ ଯୋଜନା ବି ଘୋଷଣା କରନ୍ତି।

ନିର୍ବାଚନ ପୂର୍ବରୁ ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ସ୍ବାବଲମ୍ବନ ପ୍ରସଙ୍ଗ ଉଠାନ୍ତି ପ୍ରତ୍ୟେକ ଦଳ। ମହିଳା ସଶକ୍ତୀକରଣର ନାରା ଦେଇ ବିଭିନ୍ନ ଯୋଜନା ବି ଘୋଷଣା କରନ୍ତି।

fshhfsfhshfs

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ସ୍ବାବଲମ୍ବନ ପ୍ରସଙ୍ଗ ଉଠାନ୍ତି ପ୍ରତ୍ୟେକ ଦଳ। ମହିଳା ସଶକ୍ତୀକରଣର ନାରା ଦେଇ ବିଭିନ୍ନ ଯୋଜନା ବି ଘୋଷଣା କରନ୍ତି। ହେଲେ ସ୍ବାଧୀନତାର ଏତେ ବର୍ଷ ପରେ ବି ବାଲ୍ୟବିବାହ ଭଳି ସାମାଜିକ ପ୍ରସଙ୍ଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବାରେ ଆମେ ବିଫଳ ହୋଇଛୁ। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୯ରୁ ୨୦୨୫ ଫେବ୍ରୁଆରି ମଧ୍ୟରେ ୮୧୫୯ଟି ବାଲ୍ୟବିବାହ ମାମଲା ରୁଜୁ ହୋଇଛି। ହେଲେ ବାସ୍ତବରେ ଏହାଠାରୁ ଢେର୍‌ଗୁଣା ଅଧିକ ବାଲ୍ୟବିବାହ ହେଉଥିବା ଆଶଙ୍କା କରାଯାଉଛି। ସମସ୍ତ ମାମଲାରେ ପଞ୍ଜୀକରଣ ହେଉ ନଥିବା ବେଳେ ଦେଶରେ ବାଲ୍ୟବିବାହକୁ ନେଇ ଓଡ଼ିଶାର ସ୍ଥିତି ସଙ୍ଗୀନ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।

Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ

ବିଧାନସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଯଥା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ମାମଲା ଅଧିକ ଦେଖିବାକୁ ମିଳେ। ତଥ୍ୟ ଅନୁସାରେ, ନବରଙ୍ଗପୁରରେ ସର୍ବାଧିକ ୧୩୪୭ଟି ବାଲ୍ୟବିବାହ ମାମଲା ରୁଜୁ ହୋଇଥିବା ବେଳେ ୯୬୬ଟି ମାମଲା ସହ ଗଞ୍ଜାମ ଏହା ପଛକୁ ରହିଛି। ସେହିଭଳି ୨୦୧୯ରୁ ୨୦୨୫ ମସିହା ମଧ୍ୟରେ କୋରାପୁଟରେ ୬୩୬ଟି ମାମଲା ରୁଜୁ ହୋଇଛି। ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ନିଜ ଜିଲ୍ଲା ଖୋର୍ଦ୍ଧାର ସ୍ଥିତି ବି କିଛି କମ୍‌ନୁହେଁ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ୧୦୦ ଜଣଙ୍କ ମଧ୍ୟରୁ ପାଖାପାଖି ୧୮ ଜଣ ନାବାଳକ ବା ନାବାଳିକା ବାଲ୍ୟବିବାହ କରିଥା’ନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଲକ୍‌ଡାଉନ୍‌ଓ ଅନେକ ସାମାଜିକ କଟକଣା ସତ୍ତ୍ବେ କରୋନା ସମୟରେ ସର୍ବାଧିକ ବାଲ୍ୟବିବାହ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଥିଲା। ତେବେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ର ତଥ୍ୟ ଅନୁସାରେ ୨୦୧୯-୨୧ ମସିହା ମଧ୍ୟରେ ଓଡ଼ିଶାରେ ୨୦.୫% ବାଲ୍ୟବିବାହ ମାମଲା ସାମନାକୁ ଆସିଥିବା ‌ବେଳେ ଏହା ୨୦୧୫-୧୬ ମସିହା ମଧ୍ୟରେ ରେକର୍ଡ ହୋଇଥିବା ୨୧.୩% ବାଲ୍ୟବିବାହ ତୁଳନାରେ ସାମାନ୍ୟ କମ୍‌। ତେବେ ଯୁଗ ବଦଳିବା ସହ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଆମେ ପ୍ରବେଶ କରିଥିବା ବେଳେ ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥା ଏବେ ବି ରାଜ୍ୟର ସ୍ଥିତିକୁ ଦୁର୍ବଳ କରୁଛି। 

ଖୋର୍ଦ୍ଧା ଜିଲ୍ଲା: ୧୦୦ରେ ୧୮ ବାଲ୍ୟବିବାହ

ଅନ୍ୟପଟେ ଝିଅମାନଙ୍କୁ ବାଲ୍ୟବିବାହରୁ ମୁକ୍ତ କରିବାକୁ ସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜୋର୍‌ଦାର୍‌କରାଯାଇଥିବା ବେଳେ ଏବେ ପୁଅମାନଙ୍କ ବାଲ୍ୟବିବାହ ମାମଲା ଅଧିକ ସାମନାକୁ ଆସିବା ଅତ୍ୟନ୍ତ ଚିନ୍ତାଜନକ। ରାଜ୍ୟରେ ନାବାଳିକା ବାଲ୍ୟବିବାହ ମାମଲା ଅପେକ୍ଷା କିଶୋରଙ୍କର ବାଲ୍ୟବିବାହ ମାମଲା ବଢ଼ିଛି। ୨୦୧୫-୧୬ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ରେ ୨୧ ବର୍ଷରୁ କମ୍‌ପୁଅମାନଙ୍କର ବାଲ୍ୟବିବାହ ମାମଲା ୧୧% ଥିବା ବେଳେ ୨୦୧୯-୨୧ ମସିହାର ସର୍ବେକ୍ଷଣ ସମୟରେ ଏହା ବଢ଼ି ୧୩.୩%ରେ ପହଞ୍ଚିଛି। ତେବେ ସହରାଞ୍ଚଳରେ ଏହା ୭.୮% ଥିବା ବେଳେ ଗ୍ରାମାଞ୍ଚଳରେ ୧୦୦ ଜଣରେ ପାଖାପାଖି ୧୫ ଜଣ ପୁଅ ବାଲ୍ୟବିବାହର ଶିକାର ହେଉଛନ୍ତି। ଏନେଇ ବାଲ୍ୟବିବାହ ଉପରେ କାର୍ଯ୍ୟରତ ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ବେଣୁଧର ସେନାପତି କହିଛନ୍ତି, ଅଜ୍ଞତା, ଅଶିକ୍ଷା, ଅସଚେତନତା ଯୋଗୁଁ ଆଗରୁ ବାଲ୍ୟବିବାହ ଅଧିକ ହେଉଥିଲା।

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ଏବେ ସେମାନେ ୨୦୨୪-୨୫ ମସିହା ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାର ୧୨୦୭ ଜଣଙ୍କ ବାଲ୍ୟବିବାହ ରୋକିଥିବା ବେଳେ ୨ ଲକ୍ଷ ୨୫ ହଜାର ଲୋକଙ୍କୁ ସେମାନେ ବାଲ୍ୟବିବାହମୁକ୍ତ ଭାରତ ଗଠନ ନିମନ୍ତେ ପ୍ରତିଜ୍ଞା କରାଇଛନ୍ତି। ଏଥିସହ ସଂଗଠନ ପକ୍ଷରୁ ୧୫୦ ଗାଁକୁ ସେମାନେ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏଥିସହ ୫୦ଟି ଗାଁରେ ବାଲ୍ୟବିବାହ ରେଜିଷ୍ଟର୍‌ରଖିବାକୁ ସରପଞ୍ଚମାନଙ୍କୁ କୁହାଯାଇଛି। ଏଥିସହ ୬୦ଟି ଦେବାଳୟକୁ ମଧ୍ୟ ବାଲ୍ୟବିବାହମୁକ୍ତ ସ୍ଥାନ ଭାବେ ଘୋଷଣା କରାଯାଉଛି। ଫଳରେ ଲୋକମାନଙ୍କ ମଧ୍ୟରେ ବାଲ୍ୟବିବାହକୁ ନେଇ ସଚେତନତା ସହ ଭୟ ବି ବଢ଼ିଛି। ଯାହାକି ବାଲ୍ୟବିବାହ ରୋକିବା ଦିଗରେ ବଡ଼ ପଦକ୍ଷେପ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe