ଚନ୍ଦ୍ରଶେଖରପୁର: ସଂଜ ବୁଡ଼ୁବୁଡ଼ୁ କିଟ୍-କିସ୍ ରାସ୍ତାରେ ହେଉଥିବା ଅସମ୍ଭାଳ ଭିଡ଼ ଏକ ନିତିଦିନିଆ ସମସ୍ୟା। କିନ୍ତୁ କିଛି ଦିନ ହେଲା ଇନ୍ଫୋସିଟି ଥାନା ନିକଟ ଶିଖରଚଣ୍ଡୀ ଛକରେ ମଧ୍ୟାହ୍ନ ସମୟରେ ଟ୍ରାଫିକ୍ ଜାମ୍ ଲୋକଙ୍କୁ କଲବଲ କରୁଛି। ମଧ୍ୟାହ୍ନରେ ଭିଡ଼ ନିୟନ୍ତ୍ରଣ କରିବାକୁ ଏହି ଛକରେ କୌଣସି ଟ୍ରାଫିକ୍ କର୍ମଚାରୀ ରହୁ ନଥିବାରୁ ଲୋକମାନେ ଘଣ୍ଟାଘଣ୍ଟା ଧରି ଫସି ରହୁଛନ୍ତି। ବିଶେଷକରି ଏହି ଛକଟି ଗଡ଼ାଣିଆ ହୋଇଥିବାରୁ ଅନେକ ଗାଡ଼ି ଭିଡ଼ରେ ନିୟନ୍ତ୍ରଣ ହରାଇ ତଳକୁ ଗଡ଼ିଯାଉଛନ୍ତି ଏବଂ ଦୁର୍ଘଟଣାର କାରଣ ହେଉଛନ୍ତି।
Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ
ଏବେ ପଥରଗାଡ଼ିଆରୁ ଶିଖରଚଣ୍ଡୀ ରାସ୍ତା କଡ଼ରେ ପାଣି ପାଇପ୍ ବିଛାଯାଉଛି। ତେଣୁ ଗୋଟିଏ ପାର୍ଶ୍ବକୁ ଖୋଳି ଦିଆଯାଇଛି। ଫଳରେ ରାସ୍ତା ଅଣଓସାରିଆ ହୋଇଯାଇଛି। ତେଣୁ ଇନ୍ଫୋସିଟି, କିଟ୍, ପଥରଗାଡ଼ିଆ ଓ କିସ୍ ଦିଗରୁ ଆସୁଥିବା ଯାନବାହନ ଏହି ଛକରେ ଜାମ୍ କରୁଛନ୍ତି। ଏନେଇ ଅଭିଯୋଗ ହେବାରୁ କିଛି ଦିନ ପୂର୍ବେ ବିଡିଏ ଓ ବିଏମ୍ସି ପକ୍ଷରୁ ରାସ୍ତାକଡ଼ର ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। ମାତ୍ର ତାହା ଟ୍ରାଫିକ୍ ଭିଡ଼ ସମସ୍ୟାର ସମାଧାନ କରିପାରିନାହିଁ। ଆଜି ଏହି ଛକରେ ଶିଖରଚଣ୍ଡୀକୁ ଆସିଥିବା କିଛି ପର୍ଯ୍ୟଟକ ବସ୍ ଭିଡ଼ରେ ଫସି ରହିବାରୁ ପ୍ରାୟ ଏକ ଘଣ୍ଟା ଧରି ଛକରେ ଯାତାୟାତ ଠପ୍ ହୋଇଯାଇଥିଲା। କିଟ୍ ସିକ୍ୟୁରିଟି କର୍ମଚାରୀ ଓ ସ୍ଥାନୀୟ ଥାନା ପିସିଆର୍ କର୍ମୀଙ୍କ ସହଯୋଗରେ ସମସ୍ୟାର ସମାଧାନ ହୋଇଥିଲା।
Follow Us