ଚନ୍ଦ୍ରଶେଖରପୁର: ରାସ୍ତା ନିର୍ମାଣ ସମୟରେ ଆଉ ଗଛ କଟାଯିବ ନାହିଁ। ବରଂ ଗଛଗୁଡ଼ିକ ସ୍ଥାନାନ୍ତର ହେବ। ଏନେଇ ଜଙ୍ଗଲ ବିଭାଗ ସହ ଆଲୋଚନା ହୋଇଛି ବୋଲି ଦେଢ଼ ମାସ ତଳେ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ। ମନ୍ତ୍ରୀଙ୍କ କଥାକୁ ବିଭାଗୀୟ ଅଧିକାରୀମାନେ କିଭଳି କାର୍ଯ୍ୟକାରୀ କରୁଛନ୍ତି ତାହାର ନଗ୍ନ ଚିତ୍ର ଏବେ ସାଲିଆସାହିରେ ସାମ୍ନାକୁ ଆସିଛି। ଏକାମ୍ରକାନନ-ଆଇଏମ୍ଏ ରାସ୍ତା ନିର୍ମାଣ ପାଇଁ ବାଟ ଫିଟିବା ପରେ ଏବେ ଗଛକଟା ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ ପାଇଁ ଗୋଟିଏ ପରେ ଗୋଟିଏ ବୃକ୍ଷକୁ ବଳି ପକାଇବାକୁ ପ୍ରଶାସନ ସମସ୍ତ କଳବଳ ଲଗାଇ ଦେଇଛି। ତତ୍କ୍ଷଣାତ ଛୋଟ ଛୋଟ ଗଛଗୁଡ଼ିକୁ କାଟି ଦିଆଯାଇଥିବା ବେଳେ ଏବେ ବଡ଼ଗୁଡ଼ିକ ଉପରେ ପ୍ରଶାସନର ପାହାର ପଡ଼ିଛି। ବଡ଼ ବଡ଼ ମେସିନ୍ ଲଗାଯାଇ ଗଛ କଟାଯିବା ସହ ସଙ୍ଗେ ସଙ୍ଗେ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।
ଗଛ ସ୍ଥାନାନ୍ତର ନିୟମ କାର୍ଯ୍ୟକାରୀ କେବେ?
ଛୋଟ ଗଛ ସଫା, ଏବେ ୨୫୪ ବଡ଼ ଗଛ ପାଳି
ଖେଳ ପଡ଼ିଆକୁ ନିଜ ଅକ୍ତିଆରକୁ ନେଲା ପ୍ରଶାସନ
ଜୟଦେବ ଭବନରେ ତିନିଦିନିଆ ‘ଔଷଧୀୟ ବୃକ୍ଷ ପ୍ରଦର୍ଶନୀ’: ସହରୀକରଣରେ ହଜିଯାଉଛି ବନୌଷଧି
ଉଚ୍ଛେଦ ହୋଇଥିବା ୧୧ ଏକର ଜମିରୁ ୨୫୪ ବଡ଼ ଗଛ କାଟିବାକୁ ଚିହ୍ନଟ ହୋଇଛି। ଯେଉଁଥିରେ ପଣସ, ଆମ୍ବ, ବେଲ, ନିମ୍ବ ପରି ବହୁ ଉପଯୋଗୀ ବୃକ୍ଷ ରହିଛି। ଏହାବ୍ୟତୀତ ଛୋଟ ଗଛଗୁଡ଼ିକର ସଂଖ୍ୟା ୨୦୦ରୁ ଅଧିକ ହେବ, ଯାହାର ହିସାବ କରାଯାଇ ନାହିଁ। ଯେଉଁ ଗଛଗୁଡ଼ିକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା, ତାହାକୁ ବିନା ବାଧାରେ ପ୍ରଶାସନ କାଟି ଦେଇଛି। ଆଜି ସୁଦ୍ଧା ଏହି ଅଞ୍ଚଳରୁ ସମସ୍ତ ଛୋଟଗଛ କଟାଯାଇ ଗଣ୍ଡିଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସରିଛି। ବଡ଼ ଗଛଗୁଡ଼ିକର ଛେଦନ ଖୁବ୍ଶୀଘ୍ର ହେବ ବୋଲି ସୂଚନା ମିଳିଛି। କେତେ ଗଛ କଟାଯିବ ସେନେଇ ସ୍ଥିର ହୋଇଥିଲେ ମଧ୍ୟ ଏହା ବଦଳରେ କେଉଁଠି ଓ କେତେ ଗଛ ଲାଗିବ ସେନେଇ ଯୋଜନା ପସ୍ତୁତ ହୋଇନାହିଁ। ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି ଯେ ଗଛ କାଟିବାକୁ ଅନୁମତି ଦିଆଯାଇଛି। ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଛି। ତେବେ ଏହା ବଦଳରେ କେଉଁଠି ବୃକ୍ଷରୋପଣ ହେବ ସେନେଇ ନିଷ୍ପତ୍ତି ହୋଇ ନାହିଁ। ରାସ୍ତା କାମ ଶେଷ ହେବା ପରେ ସର୍ଭେ କରାଯାଇ ଏହାର ଦୁଇ ପାର୍ଶ୍ବରେ କିଭଳି ଗଛ ଲାଗିବ ସେନେଇ ସ୍ଥିର ହେବ। ଗଛ ସ୍ଥାନାନ୍ତର ନେଇ କୌଣସି ଯୋଜନା ହୋଇ ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସାଲିଆସାହିରୁ ଜବରଦଖଲ ହଟିବା ସହ ପରେ ଏବେ ପ୍ରଶାସନ ତତ୍ପରତାର ସହ କାମ ଆଗେଇ ନେଉଛି। ୨୦୦ ଫୁଟିଆ ରାସ୍ତା ପାଇଁ ମାପଚୁପ ସରିଛି। କେଉଁ ପାର୍ଶ୍ବରେ କେତେ ଜମିରେ ଡ୍ରେନ୍ ନିର୍ମାଣ କରାଯିବ ତାହାର ଆକଳନ ହୋଇଛି। ପୂର୍ତ୍ତ ବିଭାଗର ଅଧିକାରୀମାନେ ନକ୍ସା ପ୍ରସ୍ତୁତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/sfhfhfhhf-2025-11-26-03-42-52.jpg)