ଭୁବନେଶ୍ୱର: ଭବିଷ୍ୟତ ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବାକୁ ହେବ। ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ସେମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବାକୁ ଆମର ପ୍ରୟାସ ଜାରି ରହିଛି। ଏହି ଲକ୍ଷ୍ୟରେ ସିଙ୍ଗାପୁରର ଜିଏଫ୍ଟିଏନ୍, ଏଆଇଡିଏଫ୍ ଓ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ମିଳିତ ଭାବେ ଭୁବନେଶ୍ୱରସ୍ଥିତ ସ୍କିଲ୍ ଡେଭଲପ୍ମେଣ୍ଟ ଇନ୍ଷ୍ଟିଚ୍ୟୁଟ୍(ଏସ୍ଡିଆଇ)ରେ ଫିନଟେକ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ‘ଶିକ୍ଷା ସମ୍ବାଦ-ପ୍ରଯୁକ୍ତି ବିଦ୍ୟା ସହିତ ଭବିଷ୍ୟତ’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସ୍କିଲ ଡେଭଲପମେଣ୍ଟ୍ ସେଣ୍ଟର ଓ ଜିଏଫ୍ଟିଏନ୍ର ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, କୃତ୍ରିମ ବୁଦ୍ଧିମତା(ଏଆଇ) ଓ ଭର୍ଚୁଆଲ ରିଆଲିଟି(ଭିଆର୍) ଆମ ଶିକ୍ଷା, କାର୍ଯ୍ୟ ଓ ଯୋଗାଯୋଗକୁ ବର୍ତ୍ତମାନ ସମୟରେ ରୂପାନ୍ତରିତ କରୁଛି। ଏହା କେବଳ ଏକ ବିଷୟ ନୁହେଁ, ବରଂ ଆମ ଜୀବନଶୈଳୀର ଏକ ଅଂଶ ପାଲଟିଛି। ଅଡିଓ କମ୍ୟୁନିକେସନରୁ ଆରମ୍ଭ କରି ଜଟିଳ ସମସ୍ୟା ସମାଧାନ ପର୍ଯ୍ୟନ୍ତ ସବୁଠି ପ୍ରୟୋଗ ହେଉଛି। ବର୍ତ୍ତମାନ ଆମେ ଶିଳ୍ପ ବିପ୍ଳବ ୫.୦ ଆଡ଼କୁ ଅଗ୍ରସର ହେଉଛୁ। ଭବିଷ୍ୟତର ଟେକ୍ନୋଲୋଜି ବିଶେଷ ଭାବରେ ୬ଜି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଆଗାମୀ ଦିନରେ ଏକ ନୂଆ ପରିଚୟ ସୃଷ୍ଟି କରିବ।
Annual Day: ବାର୍ଷିକ କ୍ରୀଡ଼ାରେ ଅଲିଶା ନାୟକ, ଭବାନୀ ଶଙ୍କର ନାୟକ ଚାମ୍ପିଅନ
Sriprakash Jaiswal dies : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ପରଲୋକ
ଏହି ବୈଷୟିକ ପରିବର୍ତ୍ତନର ସାମ୍ନା କରିବାକୁ ହେଲେ ଆମକୁ କ୍ୟାମ୍ପସ ସହ ନୂଆ ଦକ୍ଷତା, ଉଚ୍ଚତା, ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏକ ଶିକ୍ଷା, କୌଶଳ ସଂସ୍କୃତି ତିଆରି କରିବାକୁ ପଡ଼ିବ। ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ତେଣୁ ଏବେଠାରୁ ଆଗାମୀ ୧୦ ବର୍ଷର ଲକ୍ଷ୍ୟ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସୂଚନା ଅନୁଯାୟୀ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା, ରେଗୁଲେସନ ଓ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଓସିଏଲ୍ ଆର୍ ଆଣ୍ଡ୍ ଡି’ ନିର୍ଦ୍ଦେଶକ ଆଲୋକ ଶର୍ମା, ଜିଏଫ୍ଟିଏନ, ସିଙ୍ଗାପୁରର ସିଇଓ ଜେମ୍ସ ବୋ, ଏନ୍ୟୁଏସ୍ର ଆଡଜଣ୍ଟ ପ୍ରଫେସର ଇଲେନ୍ ସୋର, ଏସଡିଆଇ ଭୁବନେଶ୍ୱରର ସିଇଓ ରଞ୍ଜନ ଭୌମିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/29/dagadgdzcv-2025-11-29-02-06-12.jpg)