Urban parks to be restored: ସହରାଞ୍ଚଳ ପାର୍କର ହେବ ପୁନରୁଦ୍ଧାର

Advertisment

ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି।

ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି।

fsfjgjgdcnbbn

ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ସହ ସାମଗ୍ରିକ ଉନ୍ନତି ପାଇଁ ଏକ ସମୟବଦ୍ଧ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଭାଗୀୟ କାର୍ଯ୍ୟର ସମୀକ୍ଷା ଅବସରରେ ମନ୍ତ୍ରୀ ନିକଟରେ ଇନ୍ଦିରା ଗାନ୍ଧୀ ପାର୍କ ଗସ୍ତ ବିଷୟରେ ଉଲ୍ଲେଖ କରି ପାର୍କର ଦୁରବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅନେକ ସହରାଞ୍ଚଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳା ଓ ଭିତ୍ତିଭୂମିର ଅବକ୍ଷୟକୁ ନେଇ ସେ ଚିନ୍ତାପ୍ରକଟ କରିବା ସହ ଏହାର ପୁନରୁଦ୍ଧାର  କରିବାକୁ କହିଥିଲେ। ମନ୍ତ୍ରୀ କହିଥିଲେ, ପାର୍କଗୁଡ଼ିକ କେବଳ ମନୋରଞ୍ଜନର ସ୍ଥାନ ନୁହେଁ, ଏହା ସହରର ସାମାଜିକ ଓ ସାଂସ୍କୃତିକ ପରିଚୟ।

Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା

ପାର୍କରେ ସ୍ଥାପିତ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ହେଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା ସହ ସିଧାସଳଖ ଜଡ଼ିତ। ପ୍ରତିମୂର୍ତ୍ତିର ସମ୍ମାନ ପାଇଁ ପାର୍କରେ ସ୍ଥାପିତ ବିଶିଷ୍ଟ ବ୍ୟକ୍ତି ଓ ଜନନାୟକଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ ନେବାକୁ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଅବହେଳା ଜନସାଧାରଣଙ୍କ ଭାବନା ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି। ଏଭଳି କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ ଓ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଠି ତ୍ରୁଟି ପରିଲକ୍ଷିତ ହେବ, ସେଠାରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇ ଦଣ୍ଡବିଧାନ ହେବ। ପାର୍କଗୁଡ଼ିକର ପୁନରୁଦ୍ଧାର ପାଇଁ ସ୍ପଷ୍ଟ ସମୟସୀମା ଓ ଗୁଣବତ୍ତା ବଜାୟ ରଖିବାକୁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଉପର ଠାଉରିଆ ସଜବାଜ ନୁହେଁ, ବରଂ ସ୍ଥାୟୀ ଉନ୍ନତି ପାଇଁ ନିୟମିତ ଯାଞ୍ଚ ଓ ବଜେଟ୍ ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଓଡ଼ିଶାର ସହରଗୁଡ଼ିକୁ ସ୍ୱଚ୍ଛ, ସବୁଜ ଓ ନାଗରିକ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତୁରନ୍ତ ଏହି ନିର୍ଦ୍ଦେଶାବଳୀକୁ ମିସନ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

🔴 LIVE | News Updates 30 January 2026: ମହିଳା ଦବଙ୍ଗ ଫରେଷ୍ଟର ନିଲମ୍ବିତ; ଖୁଣ୍ଟକୁ ପିଟିଲା ବାଇକ, ଜଣେ ମୃତ; ମାଗଣା ଦେଖିବେ ହକି ପ୍ରା-ଲିଗ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe