valentine week: ପ୍ରେମରେ ମଧୁରତା ଭରିବ ‘ମିଠା ମିଠା ଚକଲେଟ୍‌’

Advertisment

ପ୍ରେମ ସପ୍ତାହ ଆରମ୍ଭରୁ ଗୋଲାପ ଫୁଲ ମାଧ୍ୟମରେ ମନକଥା ଦିଆନିଆ ହେବା ପରେ ଆଜି ଥିଲା ପ୍ରପୋଜ୍‌ ଡେ’। ରୋଜ୍‌ ଡେ’‌ରେ ମୂଳଦୁଆ ପଡ଼ିଥିବା ପ୍ରେମମହଲର ନିର୍ମାଣ କାମ ଆରମ୍ଭ ହୋଇଥିଲା ପ୍ରପୋଜ୍‌ ଡେ’ରୁ।  ସେହି ସମ୍ପର୍କରେ ମଧୁରତା ଭରିଦେବା ପାଇଁ ଆସନ୍ତକାଲି ପାଳିତ ହେବ ଚକଲେଟ୍‌ ଡେ’।

ପ୍ରେମ ସପ୍ତାହ ଆରମ୍ଭରୁ ଗୋଲାପ ଫୁଲ ମାଧ୍ୟମରେ ମନକଥା ଦିଆନିଆ ହେବା ପରେ ଆଜି ଥିଲା ପ୍ରପୋଜ୍‌ ଡେ’। ରୋଜ୍‌ ଡେ’‌ରେ ମୂଳଦୁଆ ପଡ଼ିଥିବା ପ୍ରେମମହଲର ନିର୍ମାଣ କାମ ଆରମ୍ଭ ହୋଇଥିଲା ପ୍ରପୋଜ୍‌ ଡେ’ରୁ।  ସେହି ସମ୍ପର୍କରେ ମଧୁରତା ଭରିଦେବା ପାଇଁ ଆସନ୍ତକାଲି ପାଳିତ ହେବ ଚକଲେଟ୍‌ ଡେ’।

jdggjjjgcbn

ଭୁବନେଶ୍ୱର: ପ୍ରେମ ସପ୍ତାହ ଆରମ୍ଭରୁ ଗୋଲାପ ଫୁଲ ମାଧ୍ୟମରେ ମନକଥା ଦିଆନିଆ ହେବା ପରେ ଆଜି ଥିଲା ପ୍ରପୋଜ୍‌ ଡେ’। ରୋଜ୍‌ ଡେ’‌ରେ ମୂଳଦୁଆ ପଡ଼ିଥିବା ପ୍ରେମମହଲର ନିର୍ମାଣ କାମ ଆରମ୍ଭ ହୋଇଥିଲା ପ୍ରପୋଜ୍‌ ଡେ’ରୁ।  ସେହି ସମ୍ପର୍କରେ ମଧୁରତା ଭରିଦେବା ପାଇଁ ଆସନ୍ତକାଲି ପାଳିତ ହେବ ଚକଲେଟ୍‌ ଡେ’। ନିଜ ପ୍ରେମୀଙ୍କୁ ବିଭିନ୍ନ ଫ୍ଲେଭରର ଚକ୍‌ଲେଟ୍‌କୁ ନିୖଆରା ଢଙ୍ଗରେ ଦେବାପାଇଁ ଯୋଜନା ପ୍ରସ୍ତୁତି ଚଳାଇଛନ୍ତି ଯୁବ ପିଢ଼ି। କିଟ୍‌କାଟ୍‌, ମଞ୍ଚ୍‌, ପର୍କ, ଅମୁଲ୍‌ ଡାର୍କ ଚକ୍‌ଲେଟ୍‌, ମିଲ୍‌କ ଚକ୍‌ଲେଟ୍‌, ସେଲିବ୍ରେସନ୍‌, କାଡବରିର ବିଭିନ୍ନ ଫ୍ଲେଭର୍‌ ଥିବା ଚକ୍‌ଲେଟ୍‌ ପାଇଁ ମଲ୍‌, ଦୋକାନରେ ଆଗୁଆ ବରାଦ ଦିଆହୋଇଛି। କେକ୍ ଓ ଚକ୍‌ଲେଟ୍ ବ୍ୟବସାୟୀମାନଙ୍କ କହିବା କଥା ଚଳିତ ବର୍ଷ ପ୍ରେମ ସପ୍ତାହ ପାଇଁ ବିଭିନ୍ନ ନାମୀଦାମୀ ଚକଲେଟ୍‌ କମ୍ପାନି ସ୍ପେସାଲ୍‌ ଏଡିସନ୍‌ ବଜାରକୁ ଛାଡ଼ିଛନ୍ତି। ‘ହ୍ୟାଲୋ ସ୍ନାକ୍ସ’ର ଶିବାଙ୍କ କହିବା ଅନୁଯାୟୀ ଚକଲେଟ୍‌ରେ ନିଜ ପ୍ରିୟଜନଙ୍କୁ ମେସେଜ୍‌ ଲେଖି ଦେବାର ସୁବିଧା ଥିବାରୁ କାଡ୍‌ବରି ଡେରି ମିଲ୍‌କ ସିଲ୍କ ‘ହାର୍ଟ ବ୍ଲସ୍‌’ ଓ କିଟ୍‌କାଟ୍‌ର ଭାଲେଣ୍ଟାଇଡ୍‌ ଡେ କାର୍ଡ ଥିବା ଚକଲେଟ୍‌ର ଚାହିଦା ବେଶୀ ରହିଛି। ସେହିପରି ଫ୍ରୁଟ୍‌ନଟ୍‌ ଭାଲେଣ୍ଟାଇନ୍‌ ଏଡିସନ୍‌ ସମେତ ୫ ଟଙ୍କିଆ ବ୍ଲାକ୍‌ ଫରେଷ୍ଟ ଚକ୍‌ଲେଟ୍‌କୁ ଏକ ଗୁଚ୍ଛ କରି ଯୁବପିଢ଼ି ନେଉଛନ୍ତି। 

Literary Discussions: ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗାମୀ ପିଢିଙ୍କୁ ଗୁରୁତ୍ବ

ଚକଲେଟ୍‌ ଝୁଡ଼ି ବଦଳରେ କଷ୍ଟମାଇଜ୍‌ଡ ଚକଲେଟ୍‌ ହ୍ୟାମ୍ପର
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ ପୂର୍ବରୁ ବିଭିନ୍ନ ଚକଲେଟ୍‌ର ମିଶ୍ରଣ ଥିବା ଚକଲେଟ୍‌ ଝୁଡ଼ିର ବେଶ୍‌ ଚାହିଦା ରହିଥିଲା। ହେଲେ ବର୍ତ୍ତମାନ ପ୍ରେମୀଯୁଗଳ କିଛି ନୂଆ କରିବାକୁ ଚାହୁଛନ୍ତି। ଆକର୍ଷଣୀୟ ହାର୍ଟ ସେପ୍‌ ଜରି କିମ୍ୱା କାଗଜରେ ପାଞ୍ଚ ଟଙ୍କିଆ ଛୋଟ ଚକଲେଟ୍‌ରୁ ଆରମ୍ଭ କରି ବଡ଼ ୮୦୦ଟଙ୍କାର ଚକଲେଟ୍‌କୁ ପ୍ୟାକ କରୁଛନ୍ତି। ଏଥିରେ ଫୁଲ ସହିତ ଭାଲେଣ୍ଟାଇନ କାର୍ଡ ମଧ୍ୟ ରହୁଛି।

Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌

ପ୍ରପୋଜ୍‌ ଡେ’ ରେ ପ୍ରେମ ନିବେଦନ 
ପ୍ରେମ ସପ୍ତାହର ଦ୍ୱିତୀୟ ଦିନରେ ପ୍ରପୋଜ ଡେ’ରେ ଚଳଚଞ୍ଚଳ ହୋଇପଡ଼ିଥିଲା ପାଗ ଅନୁକୂଳ ଥିବାରୁ ଆଜି ପାର୍କ, ମଲ୍‌, ସିନେମା ହଲ୍‌, ରେସ୍ତୋରାଁରେ ଭିଡ଼ ଜମିଥିଲା। ରାଜଧାନୀର ଏକାମ୍ର କାନନ, ଆଇଜି ପାର୍କ, ଜୟଦେବ ବାଟିକା, ବୁଦ୍ଧପାର୍କ ଆଦିରେ ପ୍ରେମୀମାନଙ୍କୁ ହାତରେ ହାତ ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe