Cultural pavilion: ସାଂସ୍କୃତିକ ମଣ୍ଡପରେ ଗ୍ରାମବାସୀଙ୍କ ଧାରଣା

Advertisment

ଉନବିଂଶତିତମ ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ସାଂସ୍କୃତିକ କଳାମଣ୍ଡପ ମଞ୍ଚ  ରଙ୍ଗବେରଙ୍ଗ ଆଲୋକମାଳରେ ସଜାଯାଇଥିଲା। ମଞ୍ଚ ସମ୍ମୁଖରେ ଟେଣ୍ଟ୍‌...

ଉନବିଂଶତିତମ ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ସାଂସ୍କୃତିକ କଳାମଣ୍ଡପ ମଞ୍ଚ  ରଙ୍ଗବେରଙ୍ଗ ଆଲୋକମାଳରେ ସଜାଯାଇଥିଲା। ମଞ୍ଚ ସମ୍ମୁଖରେ ଟେଣ୍ଟ୍‌...

Untitled-23

ବାଲିଅନ୍ତା: ଉନବିଂଶତିତମ ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ସାଂସ୍କୃତିକ କଳାମଣ୍ଡପ ମଞ୍ଚ  ରଙ୍ଗବେରଙ୍ଗ ଆଲୋକମାଳରେ ସଜାଯାଇଥିଲା। ମଞ୍ଚ ସମ୍ମୁଖରେ ଟେଣ୍ଟ୍‌ ବନ୍ଧା ଯାଇଥିଲା। ଅତିଥି ଓ ଦର୍ଶକମାନଙ୍କ ପାଇଁ ଚେୟାର୍‌ ମଧ୍ୟ ପଡ଼ିସାରିଥିଲା। ହେଲେ ମହୋତ୍ସବକୁ ନେଇ ଆଜି ହୀରାପୁର ଗ୍ରାମରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଗୋଟିଏ ଗୋଷ୍ଠୀ ମହୋତ୍ସବ ସପକ୍ଷରେ ଥିବା ବେଳେ ଅନ୍ୟଗୋଷ୍ଠୀ ମହୋତ୍ସବକୁ ବିରୋଧ କରିଛନ୍ତି। ଏହାକୁ ନେଇ ବିବାଦ ତୀବ୍ରତର ହେବାରୁ, ଚଉଷଠୀ ଯୋଗିନୀ ପୀଠରେ ୧୬୩ ଧାରା ଜାରି କରାଯାଇଛି। ଫଳରେ ମହୋତ୍ସବକୁ ବନ୍ଦ କରି ଦିଆଯାଇଛି।

Mental abilities: ମାନସିକ ଦକ୍ଷତା ବଢ଼ାଏ ଦିବାସ୍ବପ୍ନ!

ନୃତ୍ୟ ପ୍ରତିଭା ନୃତ୍ୟାନୁଷ୍ଠାନ ପକ୍ଷରୁ ଉନବିଂଶତିତମ ମହୋତ୍ସବ ଆୟୋଜନ ହୋଇଥିଲା। ଗୋଟିଏ ଗୋଷ୍ଠୀ  ନୃତ୍ୟ ପ୍ରତିଭାକୁ ସମର୍ଥନ ଜଣାଉଥିବା ବେଳେ ଅନ୍ୟ ଗୋଷ୍ଠୀ ନୃତ୍ୟ ପ୍ରତିଭା ଓ ତାଙ୍କ ସମର୍ଥକମାନଙ୍କୁ ଖୋଲାଖୋଲି ବିରୋଧ କରିବାକୁ ନେଇ ହୀରାପୁରରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ବିରୋଧୀ ଗୋଷ୍ଠୀ ମହୋତ୍ସବ ବନ୍ଦ ନେଇ କୋର୍ଟର ଦ୍ବାରସ୍ଥ ହେବାରୁ ଚଉଷଠୀ ଯୋଗିନୀ ପୀଠରେ ୧୬୩ ଜାରି ହୋଇଛି। ତେଣୁ ଚଉଷଠୀ ଯୋଗିନୀ ପୀଠରେ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଚଉଷଠୀ ଯୋଗିନୀ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ପୁଲିସ ପକ୍ଷରୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୀଠରେ ବାଲିଅନ୍ତା ଥାନା ପୁଲିସ ସମେତ  ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Karnataka: ‘କିଟ୍ ନହ୍ନିପରୀ’ ମୁକୁଟ ପିନ୍ଧିଲେ କର୍ଣ୍ଣାଟକର ସମୃଦ୍ଧି


ସୂଚନା ଅନୁସାରେ ନୃତ୍ୟ ପ୍ରତିଭା ପକ୍ଷରୁ ଗତ ୧୮ ବର୍ଷ ଧରି ମହୋତ୍ସବ ଆୟୋଜନ ହେଉଥିଲା। ଗତବର୍ଷ ଗ୍ରାମ କମିଟି ପକ୍ଷରୁ ମହୋତ୍ସବ କରାଯାଇଥିଲା। ଚଳିତ ବର୍ଷ ନୃତ୍ୟ ପ୍ରତିଭା ପୁଣି ମହୋତ୍ସବ ଆୟୋଜନ ନେଇ  ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲା। ଉନବିଂଶତିତମ ଚଉଷଠୀ ଯୋଗିନୀ ମହୋତ୍ସେବ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ହେଲେ ଗ୍ରାମ କମିଟି ଓ ମହାମାୟା ଟ୍ରଷ୍ଟବୋର୍ଡକୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରି ମହୋତ୍ସବ କରାଇ ନଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ହୀରାପୁର ଗ୍ରାମ କମିଟି ନେତୃତ୍ବରେ ଶତାଧିକ ସ୍ଥାନୀୟ ଲୋକ ମହୋତ୍ସବବୁ ବିରୋଧ କରି ମହାମାୟା ପୀଠରେ ପହଞ୍ଚିଥିଲେ। ଉତ୍ୟକ୍ତ ଲୋକେ କଳାମଣ୍ଡପ ମଞ୍ଚରେ ଧାରଣା ଦେଇଥିଲେ। ପୁଲିସ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ବିରୋଧୀ ଗୋଷ୍ଠୀ ଆସନ୍ତା ୨ ଦିନ ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସାଂସ୍କୃତିକ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ନେଇ ପୁଲିସ ଓ ଜିଲ୍ଲା ପ୍ରଶାସନ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe