ବରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ ଥିଲେ। ଏହି ଅବସରରେ ସେ କହିଥିଲେ, ନନ୍ଦନକାନନ ଆମ ଓଡ଼ିଶାର ଗର୍ବ ଓ ଗୌରବ। ଏହାର ବିକାଶ ପାଇଁ ମିଳିମିଶି କରିବା ସମସ୍ତଙ୍କର କର୍ତ୍ତବ୍ୟ। ଆମେ ନନ୍ଦନକାନନକୁ ନିଶ୍ଚିତ ବିଶ୍ଵସ୍ତରୀୟ କରିବା ଓ ଡବଲ ଇଂଜିନ୍ ସରକାର ସମସ୍ତ ସହଯୋଗ ରହିବ।
ଏହି ଖବର ପଢ଼ନ୍ତୁ: ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ, ୫ଅଟକ
ସୂଚନାଯୋଗ୍ୟ, ୧୯୬୦ ମସିହାରେ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ପାଇଁ ଡିସେମ୍ବର ଶେଷ ସପ୍ତାହରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା। ଏହି କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ସମାରୋହ ସ୍ଥଗିତ ରଖାଯାଇଥିଲା।
ନବନିର୍ମିତ- ପ୍ରାଣୀ ଉଦ୍ୟାନ ସୁରକ୍ଷା କର୍ମୀ ଆବାସିକ କମ୍ପ୍ଲେକ୍ସ, ଲାଇବ୍ରେରି ଏବଂ ଡିଜିଟାଲ୍ ହବ୍, ସଂରକ୍ଷଣ ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର, ପକ୍ଷୀ ସଙ୍ଗରୋଧ କେନ୍ଦ୍ର, ର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଆକର୍ଷଣ ଲାଗି ପ୍ରାକୃତିକ ଆର୍ଦଭୂମୀ କାଞ୍ଜିଆ ହ୍ରଦ କୂଳରେ ନିର୍ମିତ କରାଯାଇଥିବା ପରିଦର୍ଶନ କେନ୍ଦ୍ର ଓ ଉନ୍ନତୀକରଣ କରାଯାଇଥିବା ହିମାଳୟ କଳା ଭାଲୁ ଖୁଆଡକୁ ଉଦ୍ଘାଟନ କରିଛନ୍ତି। ଦୁଇ ସିଂହ ଶାବକଙ୍କ ନାମ ସିମ୍ବା, କେଶରୀ ଓ ଆଲିପୁରରୁ ଆସିଥିବା ଦୁଇ ଜିରାଫଙ୍କ ନାମ ଆନନ୍ଦ ଓ ମୁସ୍କାନ ବୋଲି ଘୋଷଣା କରି ଥିଲେ।
ଏହି ଖବର ପଢ଼ନ୍ତୁ: ବିସ୍ଫୋରଣରେ ଉଡ଼ିଥିବା ଯବାନଙ୍କ କ୍ଷତବିକ୍ଷତ ଶରୀର ଖୋଜିଥିଲେ ସାଥୀ ଯବାନ
ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କର୍ମରରୀ, ଜନ୍ତୁରକ୍ଷକ ଓ କୃତିତ୍ତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମିଶାଇ ୨୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନନ୍ଦନକାନନର ରାଷ୍ଟ୍ରଦୂତ ବା ଆମ୍ବାସଡ଼ରଙ୍କ ନାମ ଘୋଷଣା କରାଯାଇଥିଲା। ନନ୍ଦନକାନନର ବାର୍ଷିକ ପୁସ୍ତକ ଓ କ୍ଯାଲେଣ୍ଡର ଉନ୍ମୋଚନ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ
ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇଏଏସ୍, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଦେବିଦତ୍ତ ବିଶ୍ଵାଳ ଏବଂ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ପ୍ରେମ କୁମାର ଝା ଯୋଗ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ
ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି ନାୟର ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ ଶେଷରେ ଧନ୍ୟବାଦ ଦେଇଥିଲେ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ । ପରିଚାଳନା କରିଲେ ସହଶିକ୍ଷା ଅଧିକାରୀ ରୁକସାନା ପ୍ରଧାନ ଓ ସହଯୋଗ କରିଥିଲେ ଶିକ୍ଷା ଅଧିକାରୀ ମିଳନ କୁମର ପଣ୍ଡା, ବାୟୋଲୋଜିଷ୍ଟ ରାଜେଶ କୁମର ମହାପାତ୍ରଙ୍କ ସମେତ ଅଧିକାରୀ ଓ କର୍ମଚାରୀମାନେ|
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/07/0urFnbybQxkzKiSFDt1t.jpg)