Where is the metro project heading? ମେଟ୍ରୋ ପ୍ରକଳ୍ପ ଗତି କୁଆଡ଼େ! ବିଧାନସଭାରେ ବିଧାୟକଙ୍କ ଘନ ଘନ ପ୍ରଶ୍ନ

Advertisment

ମେଟ୍ରୋ ପ୍ରକଳ୍ପ ହେବ କି ନାହିଁ। ଭୁବନେଶ୍ବର-କଟକବାସୀଙ୍କୁ ପୂର୍ବ ସରକାର ଦେଖାଇଥିବା ସ୍ବପ୍ନ ବର୍ତ୍ତମାନର ସରକାର ସତରେ କ’ଣ ସାକାର କରିବେ? ସହରବାସୀଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ମେଟ୍ରୋ ପ୍ରକଳ୍ପ ହେବ କି ନାହିଁ। ଭୁବନେଶ୍ବର-କଟକବାସୀଙ୍କୁ ପୂର୍ବ ସରକାର ଦେଖାଇଥିବା ସ୍ବପ୍ନ ବର୍ତ୍ତମାନର ସରକାର ସତରେ କ’ଣ ସାକାର କରିବେ? ସହରବାସୀଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

fshsfhxbbvbv

ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ହେବ କି ନାହିଁ। ଭୁବନେଶ୍ବର-କଟକବାସୀଙ୍କୁ ପୂର୍ବ ସରକାର ଦେଖାଇଥିବା ସ୍ବପ୍ନ ବର୍ତ୍ତମାନର ସରକାର ସତରେ କ’ଣ ସାକାର କରିବେ? ସହରବାସୀଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ବିଧାୟକମାନେ ଚଳିତ ବିଧାନସଭା ଅଧିବେଶନରେ ଘନଘନ ପ୍ରଶ୍ନ ପଚାରିଛନ୍ତି। ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଉପରେ ଏକାଧିକ ପ୍ରଶ୍ନ ରହିଥିଲେ ମଧ୍ୟ ଅଗ୍ରଗତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ସମସ୍ତ ପ୍ରଶ୍ନର ସେହି ଗୋଟିଏ ଉତ୍ତର ଯେ ପ୍ରକଳ୍ପ ଏବେ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି। ଅନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। କମିଟିର ରିପୋର୍ଟ ଓ ସୁପାରିସ୍‌ ଏବଂ ବିସ୍ତୃତ ଅନୁଧ୍ୟାନ ପରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ।

BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କେବେ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହେବ, ରୂପରେଖ କ’ଣ ରହିବ ସେନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତରରେ ସ୍ପଷ୍ଟ କରିନାହାନ୍ତି। ଏମିତିକି କଟକ ଜିଲ୍ଲା ବାରଙ୍ଗ ତହସିଲ ଅନ୍ତର୍ଗତ ରଣଗଡ଼ ଲେଙ୍କାସାହିଠାରେ ମେଟ୍ରୋ ଡିପୋ ନିର୍ମାଣ କରିବାକୁ ରାଜ୍ୟ ସରକାର ଯେଉଁ ଜମି ଅଧିଗ୍ରହଣ କରିଛନ୍ତି ସେହି ଜମିର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ ମନ୍ତ୍ରୀଙ୍କଠାରୁ ଉତ୍ତର ମିଳିନି। ବରଂ ସେହି ଗୋଟିଏ ଲିଖିତ ଉତ୍ତର ଦିଆଯାଇଛି ଯେ ଅନୁଧ୍ୟାନ ଚାଲିଛି। ସେପ୍ଟେମ୍ବର ମାସରେ ଅନୁଷ୍ଠିତ ବିଧାନସଭାର ପୂର୍ବ ଅଧିବେଶନରେ ବିଜେଡି ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଯାହା ଥିଲା ଏଥର ମଧ୍ୟ ସମାନ ରହିଛି। ପ୍ରକଳ୍ପର କିଛି ବି ଅଗ୍ରଗତି ହୋଇପାରି ନ ଥିବା ସ୍ପଷ୍ଟ ହୋଇଛି। ଆନ୍ତଃ-ମନ୍ତ୍ରୀସ୍ତରୀୟ ସମିତି ଗଠନକୁ ପାଖାପାଖି ୬ ମାସ ବିତିଯାଇଥିଲେ ମଧ୍ୟ କାଣିଚାଏ ଅଗ୍ରଗତି ହୋଇ ନ ଥିବାରୁ ବିରୋଧୀ ଅସନ୍ତୋଷ ଜାହିର କରିଛନ୍ତି।

ବିଧାନସଭାରେ ବିଧାୟକଙ୍କ ଘନ ଘନ ପ୍ରଶ୍ନ
ନଗର ଉନ୍ନୟନ ମନ୍ତ୍ରୀଙ୍କ ସମାନ ଉତ୍ତର
ଅନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ରିପୋର୍ଟ କେବେ

ଚଳିତ ବିଧାନସଭା ଅଧିବେଶନରେ ବିଧାୟକ ଅନନ୍ତ ନାରାୟଣ ଜେନା, ଅରୁଣ କୁମାର ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀରଞ୍ଜନ ତ୍ରିପାଠୀ ମେଟ୍ରୋ ପ୍ରକଳ୍ପ ନେଇ ପ୍ରଶ୍ନ ଉଠାଇଥିଲେ। ହେଲେ ଠିକ୍‌ ଉତ୍ତର ପାଇପାରି ନାହାନ୍ତି। ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମେଟ୍ରୋ ହେଉଛି ବିକାଶର ସିମ୍ବଲ। ଏହି ପ୍ରକଳ୍ପ ହୋଇଥିଲେ ଓଡ଼ିଶାର ଅର୍ଥନୈତିକ ଅବିବୃଦ୍ଧିରେ ସହାୟକ ହୋଇଥାନ୍ତା। ଯେଉଁଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପଦକ୍ଷେପ ନେଇଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସହ ଟେଣ୍ଡର ହୋଇସାରିଥିଲା। ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରକଳ୍ପ ବାତିଲ୍‌ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ରୋଡ୍‌ ମ୍ୟାପ୍‌ କରି ନାହାନ୍ତି। ‘ଆକାଶ କଇଁଆ ଚିଲିକା ମାଛ’ ପରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି। ବିଧାୟକ ଶ୍ରୀ ଜେନା ପଚାରିଥିଲେ ଯେ ରାଜଧାନୀରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି କ’ଣ? ଏ ବିଷୟରେ ନିଷ୍ପତ୍ତି କେଉଁ ନିର୍ଦ୍ଦିଷ୍ଟ ବିଭାଗର ଦାୟିତ୍ୱ ବୋଲି ପ୍ରଶ୍ନ କରିଥିଲେ। ଶ୍ରୀ ଜେନା କହିଛନ୍ତି, ମେଟ୍ରୋ ପ୍ରକଳ୍ପ ନେଇ ବିଜେପି ବିଧାୟକ ଓ ମନ୍ତ୍ରୀମାନେ କେତେବେଳେ କେଉଁ ସୂଚନା ଦେଉଛନ୍ତି ତାହାର ତାଳମେଳ ନାହିଁ। ଭୁବନେଶ୍ବର ମେଟ୍ରୋ ବାତିଲ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ସମୟରେ ସହର ପାଇଁ ମେଟ୍ରୋ ଜରୁରୀ ହୋଇପଡ଼ିଛି। ବିଜେଡି ସରକାର କାମ ଆରମ୍ଭ କରିଥିବାରୁ ପ୍ରକଳ୍ପ ଶେଷ ହେଲେ କାଳେ ନବୀନ ନାଁ ନେଇଯିବେ ତେଣୁ ବିଜେପି ପ୍ରକଳ୍ପକୁ ବନ୍ଦ କରିଛି। ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି।

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ବିଧାୟକ ଶ୍ରୀ ସାହୁ ପକଳ୍ପର ବିଶଦ ବିବରଣୀ ଜାଣିବାକୁ ଚାହିଁଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ମହାପାତ୍ର ସଂକ୍ଷିପ୍ତରେ ଲିଖିତ ଉତ୍ତର ଦେଇଛନ୍ତି। ବିଧାୟକ ଶ୍ରୀ ସ୍ବାଇଁ ପଚାରିଥିଲେ ଯେ ପୂର୍ବ ସରକାର ନିଜସ୍ୱ ପାଣ୍ଠି ବିନିମୟରେ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରିବା ସତ୍ତ୍ୱେ ନୂତନ ସରକାର ଏହାକୁ ଅସିଦ୍ଧ କରିବାର କାରଣ କ’ଣ? ମେଟ୍ରୋ ପ୍ରକଳ୍ପ ପାଇଁ ଯଦି କେନ୍ଦ୍ର ସରକାରର ଅନୁମୋଦନ ନିତାନ୍ତ ଆବଶ୍ୟକତା ରହିଛି ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ଡିପିଆର ଅନୁମୋଦନ ନିମନ୍ତେ ପଠାଇବାର କି ବ୍ୟତିକ୍ରମ ଦେଖାଦେଇଛି? ମେଟ୍ରୋ ପ୍ରକଳ୍ପ ବର୍ତମାନ ସରକାର କରିବା ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି? ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ମେଟ୍ରୋ ପ୍ରକଳ୍ପକୁ ଅସିଦ୍ଧ କରାଯାଇ ନାହିଁ। ଏହାର ଆର୍ଥିକ ସ୍ଥିତି, କାର୍ଯ୍ୟକାରିତା ଓ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ପୁନଃ ସମୀକ୍ଷା ପାଇଁ ଏହାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ ଯେ ୨୦୨୩ ଏପ୍ରିଲ ପହିଲାରେ ମେଟ୍ରୋ ପ୍ରକଳ୍ପକୁ ପୂର୍ବ ସରକାର ଅନୁମୋଦନ କରିଥିଲେ ଏବଂ ୨୦୨୪ ଜାନୁଆରି ପହିଲାରେ ତ୍ରିଶୁଳିଆରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ୨୬ କିମି ମେଟ୍ରୋ ଗଡ଼ିବାକୁ ସମସ୍ତ ପ୍ରକାର ସର୍ଭେ ଶେଷ ହୋଇଥିଲା। ପ୍ରକଳ୍ପ ପାଇଁ ମୋଟ ୬,୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe