ଭୁବନେଶ୍ବର: ପାଣ୍ଡରାରେ ରାଜପଥ କଡ଼ରେ ରାଜ୍ୟର ଅଦ୍ବିତୀୟ ଓ ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ବଜାର କାମ ଆରମ୍ଭ ହୋଇଛି। ପ୍ରକଳ୍ପ ସ୍ଥଳରେ ପ୍ରାଥମିକ ପର୍ଯ୍ୟାୟରେ ମାଟିପକା କାମ ଆରମ୍ଭ ହୋଇଛି। ଆଜି ମେୟର ସୁଲୋଚନା ଦାସ ୧୮ ନମ୍ବର ୱାର୍ଡ କର୍ପୋରେଟର୍ ଅଜିତ ବେହେରା ଓ ବିଏମ୍ସି ଅଧିକାରୀଙ୍କ ସହ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷେ ପାଣ୍ଡରାରୁ ଜବରଦଖଲ ବେଳେ ଉଚ୍ଛେଦ ଦୋକାନୀଙ୍କୁ ତୁରନ୍ତ ଥଇଥାନ କରିବାକୁ ମେୟର ଶ୍ରୀମତୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି। ମେୟର ଆଜି ପାଣ୍ଡରା ଅତ୍ୟାଧୁନିକ ମାଛ ମାର୍କେଟ୍ ସହ ୧୮ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ୟୁଜର୍ସ ଫି ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ୧୮ ନମ୍ବର ୱାର୍ଡ କର୍ପୋରେଟର୍ ଶ୍ରୀ ବେହେରା କହିଛନ୍ତି, ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିଦର୍ଶନ ବେଳେ ପାଣ୍ଡରାରୁ ଉଚ୍ଛେଦ ଦୋକାନୀମାନେ ମେୟରଙ୍କ ନିକଟରେ ନ୍ୟାୟ ନିବେଦନ କରିଥିଲେ। ମେୟର ଯଥାଶୀଘ୍ର ସେମାନଙ୍କ ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।
National archery school: ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜି: ୧୦ ପଦକ ସହ ଓଡ଼ିଶା ଉପବିଜେତା
ସୂଚନାଯୋଗ୍ୟ, ବିଏମସି ଟର୍ନକି ମୋଡ୍(ଡିଜାଇନ୍ ଓ କାର୍ଯ୍ୟାନ୍ୱୟନ ସହିତ)ରେ ପ୍ରକଳ୍ପକୁ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ପାଣ୍ଡରାରେ ୫.୮୧ ଏକର ଜାଗାରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି ଓ ପ୍ରକଳ୍ପ ବାବଦରେ ୫୯.୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେବଳ କୋଠା ନିର୍ମାଣ ୧.୧୨ ଲକ୍ଷ ବର୍ଗଫୁଟ୍ ଅଞ୍ଚଳରେ ହେବ। ପ୍ରକଳ୍ପ ଖର୍ଚ୍ଚରୁ କେନ୍ଦ୍ର ସରକାର ୩୦ କୋଟି ଓ ରାଜ୍ୟ ସରକାର ୨୯.୧୩ କୋଟି ଟଙ୍କା ଟଙ୍କା ବହନ କରିବେ। ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ହୋଲ୍ସେଲ୍ ମାଛ ବଜାର ଏନ୍ଏଚ୍-୧୬ ଓ ଏନ୍ଏଚ୍-୩୧୬ଠାରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ପ୍ରକଳ୍ପକୁ ୧୨ ମିଟର ରାସ୍ତା ରହିବ, ଯେଉଁଥିରେ ୬ ମିଟର କ୍ୟାରେଜ୍ ୱେ ରହିବ। ପ୍ରକଳ୍ପ ଭିତରେ ୪୪ଟି ହୋଲ୍ସେଲ୍ ମାଛ ଦୋକାନ ସହ ଲୋଡିଂ ଓ ଅନ୍ଲୋଡିଂ ବେ, ଟେଷ୍ଟିଂ ଓ ପ୍ରୋସେସିଂ ୟୁନିଟ୍, ପ୍ରଶାସନିକ କୋଠା, ସେମିନାଲ୍ ହଲ୍, ଅତିଥି ଗୃହ, ଶ୍ରମିକଙ୍କ ପାଇଁ ଡର୍ମିଟୋରି, କ୍ୟାଣ୍ଟିନ୍ ରହିବ। ୧୦୦ଟି ରିଟେଲ୍ ଦୋକାନୀଙ୍କ ପାଇଁ ପିଣ୍ଡି ବ୍ୟବସ୍ଥା ହେବ। ଡିଜି ସେଟ୍, ଟ୍ରାନ୍ସଫର୍ମର, ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ, ବରଫ କାରଖାନା ସହ ପାର୍କିଂ ବ୍ୟବସ୍ଥା ରହିବ। ବଜାରର ଦକ୍ଷତା ଓ ସ୍ମାର୍ଟ ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ କରାଯିବ। ଦକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ, ଇନଭେଣ୍ଟୋରି ପରିଚାଳନା, ଇ-ମାର୍କେଟ୍, ପରିବେଶଗତ ପାରାମିଟରଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/untitled-2-2026-01-13-05-36-05.jpg)