ଭୁବନେଶ୍ୱର: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଏକ ଅପୂର୍ବ ଭାବନା। ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗର ଭେଦଭାବ ନଥାଏ। ଏହା ଅଦିନିଆ ମେଘ ଭଳି ଦେହ ଓ ମନକୁ ଭିଜାଇ ଦେଇଥାଏ। ଏହି ପ୍ରେମ କାହା ପାଇଁ କେମିତି ଆସେ ତାହା କେହି ଜାଣି ନ ଥାନ୍ତି। ଯେଉଁଭଳି ପ୍ରେମର ଏହି ପବିତ୍ର ବନ୍ଧନ ବାନ୍ଧି ହେବେ ବୋଲି ଜାଣିପାରିନଥିଲେ ଗଞ୍ଜାମର କିନ୍ନର ପ୍ରିୟଙ୍କା ଦୋରା ଓ ରବି ଡାକୁଆ। କିନ୍ନରଙ୍କୁ ନେଇ ଏବେ ବି ସମାଜରେ ଏକ ଭିନ୍ନ ମାନସିକତା ବସା ବାନ୍ଧିଥିବା ବେଳେ ରବି ଡାକୁଆ ଜଣେ କିନ୍ନରଙ୍କୁ ପ୍ରେମକରି ଜୀବନସାଥୀ ଭାବେ ବାଛିଛନ୍ତି। ୨୦୧୯ରେ ଫେସ୍ବୁକ୍ରୁ ଆରମ୍ଭ ହୋଇଥିଲା ଉଭୟଙ୍କର ବନ୍ଧୁତା। ସେତେବେଳେ ରବି ସୁରଟର କାମ କରୁଥିବା ବେଳେ ପ୍ରିୟଙ୍କା ଭୁବନେଶ୍ୱରରେ ରହୁଥିଲେ।
The unique ritual: ସରାଟ ନୀଳକଣ୍ଠେଶ୍ବର ମନ୍ଦିରରେ ନିଆରା ବିଧି ଦଧିନଉତିକୁ ଉଠେନି ମହାଦୀପ
ଧୀରେ ଧୀରେ କଥାବାର୍ତ୍ତା ଆଗକୁ ବଢ଼ି ଉଭୟ ପ୍ରେମରେ ପଡ଼ିଥିଲେ। ଦୁଇବର୍ଷର କଥାବାର୍ତ୍ତା ପରେ ୨୦୨୧ରେ ପ୍ରିୟଙ୍କା ଓ ତାଙ୍କ ପରିବାର ସୁରାଟ ବୁଲିବାକୁ ଯାଇଥିବା ବେଳେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଏହା ପରେ ପ୍ରିୟଙ୍କା ଗଞ୍ଜାମ ଫେରିଆସି ଘରେ ସବୁ କଥା କହିଥିଲେ। ତାଙ୍କ ପଛେ ପଛେ ରବି ମଧ୍ୟ ଆସି ତାଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ। ଏହା ପରେ ରବି ମଧ୍ୟ ତାଙ୍କ ଘରେ ପ୍ରିୟଙ୍କାକୁ ନେଇ ସାକ୍ଷାତ କରାଇଥିଲେ। ଉଭୟଙ୍କ ସହ କଥାବାର୍ତ୍ତା ପରେ ଗତ କିଛି ବର୍ଷ ଧରି ରିଲେସନ୍ସିପ୍ରେ ରହିବା ପରେ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
‘ସୁସ୍ଥ ଜୀବନଶୈଳୀ ପାଇଁ ଔଷଧ ସହିତ ଟିକେ ସେବା ମଧ୍ୟ ଆବଶ୍ୟକ’
ଆଇଆରସି ଭିଲେଜ୍ରେ ଥିବା ‘ବହୁଚରା ମାତା’ଙ୍କ ପ୍ରାଙ୍ଗଣରେ ଟିଜି ସୁରକ୍ଷା ଟ୍ରଷ୍ଟ ଓ କିନ୍ନର ସମାଜ ତରଫରୁ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମସ୍ତ ବୈବାହିକ ରୀତିନୀତି, ହୋମଯଜ୍ଞ, ଆଇନଜୀବୀ, ମହିଳା ସମାଜସେବୀ ଓ ବହୁ କିନ୍ନର ବନ୍ଧୁମାନଙ୍କୁ ସାକ୍ଷୀ ରଖି ସାରା ଜୀବନ ପାଇଁ ସାଥୀ ହୋଇ ରହିବାକୁ ଶପଥ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/14/untitled-10-2026-02-14-03-57-20.jpg)