ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନରୁ କେନ୍ଦୁଝରଜିଲ୍ଲା ଘଟଗାଁ ବ୍ଲକ୍‌ର  ଆଦିବାସୀ ଯୁବକ କହ୍ନେଇ ମୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କହ୍ନେଇଙ୍କ ବାପା ଲକ୍ଷ୍ମଣ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

Protest program: ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ

 
ଘଟଗାଁ ବ୍ଲକ୍‌ ପଇଦାପାଟଣା ପଞ୍ଚାୟତ ନୁସୁରିପଶି ମୁଣ୍ତାବସ୍ତିର କହ୍ନେଇ(୧୮) ‌େସହି  ଗ୍ରାମର ୪/୫ଜଣ ଯୁବକଙ୍କ ସହ କାମ କରିବାକୁ ବେଙ୍ଗାଲୁରୁ ଯାଇଥିଲେ। କହ୍ନେଇ ଗତକାଲି ବେଙ୍ଗାଲୁରୁରୁ ଫେରିଥିଲେ। ଭୁବନେଶ୍ବର ଷ୍ଟେସନରେ ଆଜି ଭୋର୍‌ରେ ଓହ୍ଲାଇଥିଲେ। କେନ୍ଦୁଝରକୁ ଟ୍ରେନ୍‌ କେତେବେଳେ ଅଛି ବୋଲି ବାପାଙ୍କୁ ଫୋନ୍‌ କରି ପଚାରିଥିଲେ। ଏହାପରଠାରୁ ତାଙ୍କ ଫୋନ୍‌ ସ୍ବିଚ୍‌ ଅଫ୍‌ ‌ହୋଇଯାଇଛି। ବହୁ ସମୟ ପରେ ଲକ୍ଷ୍ମଣଙ୍କୁ ଫୋନ୍‌ କରି ଜଣେ ବ୍ୟକ୍ତି ୨୦୦୦ ଟଙ୍କା ମାଗିଥିଲେ ଏବଂ କହ୍ନେଇ  ଗଞ୍ଜେଇ କାରବାର କରି ଧରାପଡ଼ିଛି ବୋଲି କହିଥିଲା।

School education system: ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା: ଭିତ୍ତିଭୂମି ନ ଥାଇ ଏଆଇ ମୁହାଁ, ପ୍ରଶ୍ନ ଉଠାଇଲେଣି ଅଭିଭାବକ ସଂଘ

 ଟଙ୍କା ନଦେଲେ କୋର୍ଟଚାଲାଣ କରାଯିବ ବୋଲି ଧମକ ଦେଇଥିଲା। ଭୟରେ ଲକ୍ଷ୍ମଣ ଫୋନ୍‌ ପେରେ ୨୦୦୦ଟଙ୍କା ପଠାଇଥିଲେ। ପରେ ପୁଣି ଆଉ ଏକ ନମ୍ବରରୁ ଲକ୍ଷ୍ମଣଙ୍କୁ ଫୋନ୍‌ କରି ୩୦୦୦ ହଜାର ଟଙ୍କା ମଗାଯାଇଥିଲା। ଏଥର ଲକ୍ଷ୍ମଣ ଟଙ୍କା ନଦେଇ ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନାଙ୍କ ‌ନିର୍ଦେଶକ୍ରମେ ଏସ୍‌ଆଇ ବାସୁଦେବ ମିର୍ଜା ଘଟଣାର ତଦନ୍ତ କରୁଛନ୍ତି। ପୁଅକୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ସେହିପରି କହ୍ନେଇଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବାରୁ ସେ କେମିତି ଅଛନ୍ତି ତାକୁ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି।