Controversy: ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ତାମିଲନାଡୁ ବିଜେପି ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟ

Advertisment

ଅଭିନେତା ତଥା ରାଜନେତା ବିଜୟଙ୍କ ସହିତ ତାଙ୍କ ନାମ ଯୋଡି ଅପମାନଜନକ ମନ୍ତବ୍ୟ ଦେବାକୁ ନେଇ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ନନ ତାମିଲନାଡ଼ୁ ବିଜେପି ମୁଖ୍ୟ ନୈନାର୍‌ ନାଗେନ୍ଦ୍ରନଙ୍କୁ ତୀବ୍ର ନିନ୍ଦା କରିଛନ୍ତି।

ଅଭିନେତା ତଥା ରାଜନେତା ବିଜୟଙ୍କ ସହିତ ତାଙ୍କ ନାମ ଯୋଡି ଅପମାନଜନକ ମନ୍ତବ୍ୟ ଦେବାକୁ ନେଇ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ନନ ତାମିଲନାଡ଼ୁ ବିଜେପି ମୁଖ୍ୟ ନୈନାର୍‌ ନାଗେନ୍ଦ୍ରନଙ୍କୁ ତୀବ୍ର ନିନ୍ଦା କରିଛନ୍ତି।

16bbs_44_16022026_112

ଚେନ୍ନାଇ: ଅଭିନେତା ତଥା ରାଜନେତା ବିଜୟଙ୍କ ସହିତ ତାଙ୍କ ନାମ ଯୋଡି ଅପମାନଜନକ ମନ୍ତବ୍ୟ ଦେବାକୁ ନେଇ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ନନ ତାମିଲନାଡ଼ୁ ବିଜେପି ମୁଖ୍ୟ ନୈନାର୍‌ ନାଗେନ୍ଦ୍ରନଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ତ୍ରିଶା ତାଙ୍କ ଓକିଲଙ୍କ ଏକ ବିବୃତିକୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେୟାର କରି ନାଗନ୍ଦ୍ରେନଙ୍କ ମନ୍ତବ୍ୟକୁ ଅରୁଚିକର ବୋଲି କହିଛନ୍ତି।

ରାଜ୍ୟ ରାଜନୀତିରେ ଏତେବଡ଼ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କଠାରୁ ଏପରି ଅନୁପଯୁକ୍ତ ଓ ଅରୁଚିକର ମନ୍ତବ୍ୟ ଆଶା କରୁନଥିଲେ ବୋଲି କହିଛନ୍ତି। ତାଙ୍କର କୌଣସି ରାଜନୈତିକ ଦଳ ସହିତ କୌଣସି ସମ୍ପୃକ୍ତି ନାହିଁ କିମ୍ବା ସେ ରଖିବାକୁ ଚାହୁନାହାନ୍ତି। ରାଜନୀତିରେ ସେ ସର୍ବଦା ନିରପେକ୍ଷତା ଅବଲମ୍ବନ କରିଆସିଛନ୍ତି ଓ ନିଜର ପରିଚୟ ଜଣେ କଳାକାର ଭାବେ ବଜାୟ ରଖିବାକୁ ଚାହାନ୍ତି ବୋଲି ଏଥିରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ChatGPT: ଭାରତ ଚାଟ୍‌ଜିପିଟିର ଦ୍ବିତୀୟ ବଡ଼ ବଜାର

ନାଗେନ୍ଦ୍ରନ ତ୍ରିଶାଙ୍କ ନାଁ ନେଇ ବିଜୟଙ୍କୁ ସମାଲୋଚନା କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଶାସକ ଡିଏମ୍‌କେର ସାଂସଦ କାନିମୋଝି ନାଗେନ୍ଦ୍ରନଙ୍କୁ ସମାଲେଚନା କରି କହିଥିଲେ, ଜଣେ ରାଜନେତାଙ୍କ ବ୍ୟକ୍ତିଗତ ଜୀବନକୁ ସମାଲୋଚନା କରିବା ଅସଭ୍ୟତାର କାମ। ସୂଚନାଯୋଗ୍ୟ, ବିଜୟଙ୍କ ନବଗଠିତ ଟିଭିକେ ଏଥର ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ପଦାର୍ପଣ କରିବାକୁ ଯାଉଛି। ଏପରିସ୍ଥଳେ ନାଗେନ୍ଦ୍ରନ୍‌ ବିଜୟଙ୍କୁ ସମାଲୋଚନା କରି କହିଥିଲେ, ତାଙ୍କ ଉପରେ ମୋତେ ଦୟା ଆସୁଛି। ତାଙ୍କର ରାଜନୀତିରେ କୌଣସି ଅଭିଜ୍ଞତା ନାହିଁ। ପ୍ରଥମେ ସେ ତ୍ରିଶାଙ୍କ ଘରୁ ବାହାରି ନିଜ ପରିବାର ସହିତ ସୁସମ୍ପର୍କ ସ୍ଥାପନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe