Advertisment

Expelled: ବିଜେଡିର କାର୍ଯ୍ୟାନୁଷ୍ଠାନ: ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

Advertisment

ବିଜେଡି ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ବହିଷ୍କାର କରିଛି। ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବୟାନ ପାଇଁ ପ୍ରଭାତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି।

ବିଜେଡି ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ବହିଷ୍କାର କରିଛି। ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବୟାନ ପାଇଁ ପ୍ରଭାତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି।

Untitled-22.jpg

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ବହିଷ୍କାର କରିଛି। ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବୟାନ ପାଇଁ ପ୍ରଭାତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି। ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ପ୍ରଭାତ ବିଶ୍ବାଳ ପୂର୍ବରୁ ମଧ୍ୟ ପୂର୍ବତନ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏକଦା ସେ କହିଥିଲେ, ପୂର୍ବ ସରକାରଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍‌ଫଣ୍ଡ କେସ୍‌ରେ ଫସିଥିଲି। ବାସ୍ତବରେ ଚିଟ୍‌ଫଣ୍ଡରେ ମୋର କିଛି ସଂପୃକ୍ତି ନ ଥିଲା। ଦୁଇ ପୂର୍ବତନ ମନ୍ତ୍ରୀ କୋଳି ଖାଇ ମୋ ମୁଣ୍ଡରେ ଅଠା ବୋଳି ମୋତେ  ଚୋର ସଜାଇ ଦେଇଛନ୍ତି। ଦେଶର ନ୍ୟାୟିକ ବ୍ୟବସ୍ଥା ଉପ‌ରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଓ ଭରସା ରହିଛି। ମାମଲା ବିଚାରାଧୀନ ରହିଛି। ମୋର ବିଶ୍ବାସ, ଏଥିରେ ମୋର ବିଜୟ ହେବ। ଗତବର୍ଷ ମେ’ ୨୯ ତାରିଖରେ ନୂଆପଡ଼ାସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ଏଭଳି ବୟାନ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ପ୍ରଭାତ ବିଶ୍ବାଳ, ପତ୍ନୀଙ୍କ ଅଡ଼ୁଆ ବଢ଼ିଲା: ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କଲା ଇଡି

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବିଶ୍ବାଳ ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ପ୍ରଶଂସା କରିଥିଲେ। କହିଥିଲେ ମେ’ ୨୯ ମିଡ୍ ନାଇଟ୍ ଅପରେସନ୍‌ରେ ପ୍ୟାରୀବାବୁଙ୍କ କିଛି ଭୁଲ୍‌ ନ ଥିଲା। ସେ ବିଜେଡି ଦଳକୁ ସଂଗଠିତ କରି ରଖିଥିଲେ। ପରେ ଭିକେ ପାଣ୍ଡିଆନ ଦଳ ସମ୍ଭାଳିଲେ। ଗତ ନିର୍ବାଚନରେ ବିଜେଡି ହାରିବାର କାରଣ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ବିଶ୍ବାଳ କହିଥିଲେ ଯେ, କୌଣସି ରାଜନୈତିକ ଦଳ ବହୁ ବର୍ଷ ଶାସନରେ ରହିବା ପରେ ଲୋକେ ଏଭଳି କରିଥା’ନ୍ତି। ଚିଟ୍‌ଫଣ୍ଡରେ ମୋର ସଂପୃକ୍ତି ନାହିଁ। ମୁଁ ଭୋର୍‌ ୪ଟା ୧୫ରୁ ଉଠି ରାତି ଗୋଟାଏ ପର୍ଯ୍ୟନ୍ତ ‌ଲୋକଙ୍କ ପାଇଁ କାର୍ଯ୍ୟ କରେ। କିନ୍ତୁ ସଂପୃକ୍ତ ଦୁଇ ମନ୍ତ୍ରୀଙ୍କ ପାଇଁ ମୁଁ ଚିଟ୍‌ଫଣ୍ଡରେ ଫସିଲି, ଜେଲ୍ ଯାଇଛି। ମୋ ରାଜନୈତିକ କ୍ୟାରିୟର୍‌ ପ୍ରଭାବିତ ହୋଇଛି। ଯାହା ଫଳରେ ଧଳା ପରିବର୍ତ୍ତେ ଏବେ ନାଲି ପୋଷାକ ପରିଧାନ କରୁଛି। 

ଆହୁରି ପଢ଼ନ୍ତୁ: ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କଲା ବିଜେଡି, ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe