ଭୁବନେଶ୍ବର: ଅବଶେଷରେ ରାଜ୍ୟସଭାପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି। ଆଜି ସକାଳେ ଡା.ଦତ୍ତେଶ୍ବର ହେତା ନବୀନ ନିବାସରେ ପହଞ୍ଚିବା ପରେ ତାଙ୍କ ନାମକୁ ନେଇ ଚର୍ଚ୍ଚାଜୋର୍ ଧରିଥିଲା।
ଗତକାଲି ଭଳି ଆଜି ନବୀନ ନିବାସରେ ବିଜେଡିର ବିଧାୟକମାନଙ୍କୁ ଡକାଯାଇଥିଲା। ଯେହେତୁ ମୁଣ୍ଡ ଉପରେ ରାଜ୍ୟସଭା ନିର୍ବାଚନ ଅଛି, ତେଣୁ ବିଧାୟକଙ୍କ ବୈଠକରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହେବ ବୋଲି ସମସ୍ତେ ଭାବି ନେଇଥିଲେ। ସାରା ରାଜ୍ୟର ନଜର ଥିଲା ନବୀନ ନିବାସ ଉପରେ। କିନ୍ତୁ ଗତକାଲି ବୈଠକ ହିଁ ହେଲା ନାହିଁ। ୩୦/୩୫ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ ବି ନବୀନଙ୍କୁ ଦେଖା କରିପାରି ନଥିଲେ। ଦୁଇ ତିନି ଜଣ ବିଧାୟକ ନବୀନଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ। ଅନ୍ୟମାନେ ଚା, ବିସ୍କୁଟ୍ ଖାଇ ଫେରିଥିଲେ।
ନବୀନ ନିବାସରେ ପୁଣି ବୈଠକ ଡକାଯାଇଥିଲା
Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି
ଆଜି ୧୧ଟା ୩୦ରେ ନବୀନ ନିବାସରେ ପୁଣି ବୈଠକ ଡକାଯାଇଥିଲା। ଗତକାଲି ନବୀନ ନିବାସରୁ ବାହାରିଲା ପରେ ବିଧାୟକ ଅରୁଣ କୁମାର ସାହୁ ରାଜ୍ୟସଭା ପ୍ରସଙ୍ଗରେ କହିଥିଲେ, ଗତକାଲି ପିଏସି ବୈଠକରେ ସଭାପତିଙ୍କ ଉପରେ ସବୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/28/untitledjpg-2026-02-28-13-33-21.jpeg)