ଭୁବନେଶ୍ବର: ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପିର ବରିଷ୍ଠ ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ନେଇ ଭାରତୀୟ ଜନତା ପାର୍ଟି ପ୍ରତିକ୍ରିୟା ରଖିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଜିଲ୍ଲାକୁ ପ୍ରତିନିଧିତ୍ଵ କରୁଥିଲେ, ସେଠାରେ ଗୁଣ୍ଡାମାନଙ୍କୁ କିଏ ୨୪ ବର୍ଷ ଧରି ସୁରକ୍ଷା ଦେଉଥିଲା ବୋଲି ବିଜେପି କହିଛି। ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନିଜର ଅପରିପକ୍ବତା ପରିଚୟ ଦେଇଛି ବୋଲି ବିଜେପି ଅଭିଯୋଗ ଆଣିଛ।
ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ: ବିଜେପି
ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କରି କହିଛନ୍ତି, ପୀତବାସ ପଣ୍ଡା ହତ୍ୟା ଘଟଣାର ରହସ୍ୟ ଧୀରେଧୀରେ ସାମ୍ନାକୁ ଆସୁଛି। ଆଜି ସେଠିକାର ପୁଲିସ ପ୍ରେସମିଟ କରିସାରିଛି। ତାହାକୁ ନେଇ ତୁରନ୍ତ ବିଜେଡି ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀରେ କରି ନିଜର ଅପରିପକ୍ବତା ପରିଚୟ ଦେଖାଯାଇଛି। ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀରେ କରି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ ଏହି ନ୍ୟାୟରେ ନିଜର ପାର୍ଟିର ଅସାମାଜିକ ତତ୍ତ୍ଵ ସଂପୃକ୍ତି ସମନ୍ଧରେ ନିଜର ସଫେଇ ଦେଇଛି। ବିଜେଡ଼ିର ପ୍ରବକ୍ତାମାନେ ଅନେକ ଗୁଡ଼ିଏ ଗମ୍ଭୀର ଆରୋପ କରିଛନ୍ତି।
ଏହା ଦୁଃଖଦ ଘଟଣା
ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ରାଜନୀତି ନହେଉ। ସମସ୍ତଙ୍କ ପାଇଁ ଏହା ଦୁଃଖଦ ଘଟଣା। ନ୍ୟାୟର ତଦନ୍ତରେ ସମସ୍ତେ ସହଯୋଗ କରନ୍ତୁ। ଏହି ମାମଲାରେ ଯେଉଁମାନଙ୍କ ସମ୍ପୃକି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ। ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଜେଡ଼ିର ବୟାନ ବାଜି ପିଲାଲିଆମି ଭଳି ମନେ ହେଉଛି। ନିଜେ ଜଜ୍ ଏବଂ ନିଜେ ପୁଲିସ ହୋଇ ପ୍ରବକ୍ତା ଏବଂ ବରିଷ୍ଠ ପୂର୍ବତନ ମନ୍ତ୍ରୀ ଶବ ଉପରେ ରାଜନୀତିର ନଗ୍ନ ରୂପ ପରିପ୍ରକାଶ କରୁଥିଲା।
ଅଧିକ ପଢ଼ନ୍ତୁ: Lawyer Pitabas Panda Murder ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ
ସମସ୍ତଙ୍କୁ ନ୍ୟାୟ ମିଳିବ: ଯତୀନ ମହାନ୍ତି
ଗତ ୨୪ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଅପରାଧୀମାନଙ୍କ ପ୍ରାଦୁର୍ଭାବ ବଢ଼ିଥିଲା। ଅସାମାଜିକ ତତ୍ତ୍ଵ ସେତେବେଳର ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବାହର କରୁଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସେଇ ଜିଲ୍ଲାକୁ ପ୍ରତିନିଧିତ୍ଵ କରୁଥିଲେ। ଗୁଣ୍ଡାମାନଙ୍କୁ କିଏ ୨୪ ବର୍ଷ ଧରି ସୁରକ୍ଷା ଦେଉଥିଲା? ପୁଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡ଼ିବ। ବିଚାର ପରିସରକୁ ସମସ୍ତେ ଆସିବେ। ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ବତାର ପରିଚୟ ଦେଉଛି। ଏକଥାରୂ ସମସ୍ତେ ଦୂରେଇ ରହିବା ଉଚିତ୍। ନ୍ୟାୟ ପ୍ରକ୍ରିୟାରେ ସମସ୍ତଙ୍କୁ ନ୍ୟାୟ ମିଳିବ। ସମସ୍ତେ ରାଜନୈତିକ ଦଳ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। ଏହି ବ୍ୟାଧି ବନ୍ଦ ହେବ। ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଯେଉଁମାନେ ଅପରାଧୀ ସେମାନେ ଅପରାଧୀ। ଯେଉଁ ଦଳ, ଜାତି, ଧର୍ମର ହୁଅନ୍ତୁନା କାହିଁକି। ଅପରାଧକୁ ନେଇ ରାଜନୀତି ନହେଉ। ତଦନ୍ତ ପ୍ରକ୍ରିୟା ଚାଲିଛି। ଅଭିଯୋଗ କଲେ ହେବ ନାହିଁ। ଯାହା ପାଖରେ ଯାହା ସୂଚନା ଅଛି ତାହା କୋର୍ଟରେ ଦେଇପାରିବେ। ହେଲେ ଏଭଳି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅପରିପକ୍ବତା ଏବଂ ପିଲାଳିଆମିର ପରିଚୟ।
ଅଧିକ ପଢ଼ନ୍ତୁ: Bjd Leader Bikram Panda Arrested: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ବାନ୍ଧିଲା ପୁଲିସ୍
କ’ଣ କହିଥିଲେ ବିଜେଡି ନେତା?
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିଜେପିର ପୂର୍ବତନ ଜିଲା ପରିଷଦ ସଭ୍ୟ ବିଭୂତି ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଉ ବୋଲି ଚିଠି ଲେଖିଛନ୍ତି। କାରଣ ଏହି ମାମଲାରେ ମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି ବୋଲି ଦାବି କରିଛି। ବିଜେପି ସରକାର ଓ ବିଭୂତି ଜେନାଙ୍କୁ ବଞ୍ଚାଇବାକୁ ଯାଇ ପୁଲିସ ନାଟକ କରିଛି। ନୂଆପଡ଼ା ନିର୍ବାଚନ ଆଖି ଆଗରେ ରଖି ବିକ୍ରମ ପଣ୍ଡାଙ୍କୁ ଫସା ଯାଇଛି ଓ ବଳି ପକା ଯାଇଛି। ବିଜେଡି ଜିତିବ ବୋଲି ବିଜେପି ଭୟଭୀତ। ବିଭୂତି ଜେନା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଛି ବୋଲି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି।