Nuapada By-Election 2025: ନିର୍ବାଚନ ପୂର୍ବରୁ ନୂଆପଡ଼ାରେ ବିଜେପିର ବଡ଼ ମିଶ୍ରଣ ପର୍ବ, ପଦ୍ମ ଧରିଲେ ଆଦିବାସୀ ନେତା

ନିର୍ବାଚନ ପୂର୍ବରୁ ନୂଆପଡ଼ାରେ ବଡ଼ ହଲଚଲ । ବିଜେପିର ବଡ଼ ମିଶ୍ରଣ ପର୍ବ । ପଦ୍ମ ଧରିଲେ ଆଦିବାସୀ ନେତା ଭୁଜବଳ ଅଡବାଙ୍ଗ । ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରାଯାଇଛି

nuapada by election

nuapada by election Photograph: (sambad.in)

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନୂଆପଡ଼ାରେ ବଡ଼ ହଲଚଲ । ବିଜେପିର ବଡ଼ ମିଶ୍ରଣ ପର୍ବ । ପଦ୍ମ ଧରିଲେ ଆଦିବାସୀ ନେତା ଭୁଜବଳ ଅଡବାଙ୍ଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ନୂଆପଡା ଉପନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଆଜି ନୂଆପଡାରେ ଅନୁଷ୍ଠିତ ଏକ ବଡ ମିଶ୍ରଣ ପର୍ବରେ ବିଶିଷ୍ଟ ଓ ବରିଷ୍ଟ ଆଦିବାସୀ ନେତା ଭୂଜବଳ ଅଡବାଙ୍ଗ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । 

bjp
bjp Photograph: (sambad.in)

ନିର୍ବାଚନ ପୂର୍ବରୁ ନୂଆପଡ଼ା ଉପରେ ନଜର

ଏହି ଅବସରରେ ଆଇନଜୀବୀ ତଥା ଆଦିବାସୀ ନେତା ଘାସିରାମ ବାଗ, ଆଡଭୋକେଟ ଗୋପାଳ ସାମନ୍ତ, ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁ, ଅଶୋକ ଦେବଗାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ପ୍ରକାଶ ଥାଉକି ଭୂଜବଳ ଅଡବାଙ୍ଗ ଗତ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ପାଖାପାଖି ୬ ହଜାର ଭୋଟ ପାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉପରେ ନୂଆପଡାବାସୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । 

nuapada
nuapada Photograph: (sambad.in)

ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ଏବଂ ତାଙ୍କର ନୂଆପଡା ଜିଲ୍ଲା ପ୍ରତି ଭଲ ପାଇବା ଓ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି । ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କାରଣରୁ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ଅଡବାଙ୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ-

Police SI Exam Scam: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ

ଏହି ଅବସରରେ ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଡ.ମୁକେଶ ମହାଲିଙ୍ଗ, ସାଂସଦ ଅନନ୍ତ ନାୟକ, ପ୍ରଦୀପ ପୁରୋହିତ,  ସୁଜିତ କୁମାର, ରବିନାରାୟଣ ବେହେରା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢୀ, ରାଜ୍ୟ ଉପ ସଭାପତି ଅଶୋକ ମିଶ୍ର, ଜିଲ୍ଲା ପ୍ରଭାରୀ  ଅର୍ତତ୍ରାଣ ମହାପାତ୍ର, ଜିଲ୍ଲା ସଭାପତି ଶ୍ରୀ କମଳେଶ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।

uapada | bypoll | politics | BJP | Odisha

ଆହୁରି ପଢନ୍ତୁ-

IndiGo Flights Emergency Landing: ମଝି ଆକାଶରେ ଇନ୍ଧନ ଲିକ୍, ଅଘଟଣ ପୂର୍ବରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe