ପାଟଣା: ପୁଣି ବିହାରରେ ନୀତୀଶଙ୍କ ଏନଡିଏ ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ଶପଥ ପାଠ ଉତ୍ସବରେ ୨ ଲକ୍ଷରୁ ଅଧିକ ଜନତା ସମାଗମ ହୋଇଥିଲା। ସକାଳ ଠାରୁ ପାଟନାର ଗାନ୍ଧୀ ମଇଦାନରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା ।
ଆହୁରି ପଢନ୍ତୁ- Nitish Kumar Net Worth: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ
ମୋଦୀଙ୍କୁ ମାରିଲେ ମୁଣ୍ଡିଆ
ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନୀତୀଶଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ଅନ୍ୟ ମନ୍ତ୍ରୀମାନଙ୍କୁ ବି ଶପଥ କରାଇଥିଲେ । ଆଜି ଜାତୀୟ ଗଣମାଧ୍ଯମରେ ବିହାର ଖବର ହେଡଲାଇନରୁ ହଟୁନଥିବା ବେଳେ ଶପଥ ସମାରୋହ ସରିବା ପରେ ବିମାନବନ୍ଦରର ଗୋଟିଏ ଝଲକ ସୋସିଆଲ ମିଡିଆରେ ଛାଇଗଲା । ରାଜନୀତିର ଏ ରୋଚକ ଦୃଶ୍ୟ ସାରା ଦେଶ ଦେଖିଲା ।
ଆହୁରି ପଢନ୍ତୁ- Tejashwi's First Remarks: ଆଶା କରୁଛି...; ଶୁଭେଚ୍ଛା ଜଣାଇ ନୀତୀଶ ସରକାରଙ୍କୁ ଏଭଳି କହିଲେ ତେଜସ୍ବୀ
ଶିଷ୍ଟାଚାର ଏବଂ ସମ୍ମାନର ଦୃଶ୍ୟ
ଶପଥ ସରିବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପାଟଣା ବିମାନବନ୍ଦର ଫେରିଲେ ସେତେବେଳେ ସାଙ୍ଗରେ ବି ମୋଦୀଙ୍କୁ ବିଦାୟ ଦେବାକୁ ନୀତୀଶ କୁମାର ଆସିଥିଲେ । ଆଉ ସେହି ସମୟରେ ନୀତୀଶ କୁମାର ଧନ୍ୟବାଦ ସ୍ବରୂପ ମୋଦୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାକୁ ଚେଷ୍ଟା କରିଥିଲେ । ମାତ୍ର ମୋଦୀ ସ୍ନେହରେ ନୀତୀଶଙ୍କୁ ଉଠାଇ ନେଇଥିଲେ । ରାଜନୀତିରେ ଏହି ଶିଷ୍ଟାଚାର ଏବଂ ପରସ୍ପର ପ୍ରତି ସମ୍ମାନର ଦୃଶ୍ୟ ଏବେ ବେଶ ଚର୍ଚ୍ଚାରେ…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/20/nitish-kumar-and-pm-modi-2025-11-20-22-18-19.jpg)