Congress Meeting: ବିଭିନ୍ନ ପ୍ରସଙ୍ଗରେ ପ୍ରଶାସନକୁ ଘେରିବାକୁ କଂଗ୍ରେସର ଯୋଜନା

ଭାରତୀୟ ସମ୍ବିଧାନ ନିର୍ମାଣର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସର୍ବଭାରତୀୟ କଂଗ୍ରେସ ଦଳର ନିର୍ଦ୍ଦେଶରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ପକନାଗୁଡାରେ ଏହି ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରାଯାଇଛି।

ngp-congress

Nabarangpur congress meeting. Photograph: (sambad.in)

ନବରଙ୍ଗପୁର: ଭାରତୀୟ ସମ୍ବିଧାନ ନିର୍ମାଣର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସର୍ବଭାରତୀୟ କଂଗ୍ରେସ ଦଳର ନିର୍ଦ୍ଦେଶରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ପକନାଗୁଡାରେ ଏହି ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରାଯାଇଛି। ପ୍ରଥମେ  ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଜିଲ୍ଲା ପରିଷଦସଭ୍ୟା ଲିପିକା ମାଝୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ, ମୁନା ତ୍ରିପାଠୀ, ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ, ଜି.ସାଇରାଜୁ, ବନମାଳୀ ଭତରା, ଅବଦୁଲ ଫିରୋଜ, କୃଷ୍ଣ ମାଝୀ, ଆଜିର ହୁସେନ,ପ୍ରହଲ୍ଲାଦ ହିଆଲ ଓ ଉଷୁନା ବାନ ସମେତ ପ୍ରାୟ ୨୦୦ ସହ କର୍ମକର୍ତ୍ତା ଭାଗ ନେଇଥିଲେ।

ଡବଲ ଇଂଜିନ ସରକାର ନାଁରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନିତୀ ହେବା ସହ ତୃଣମୂଳସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି। ତେଣୁ ଆଗାମୀ ଦିନରେ ଜିଲ୍ଲାକଂଗ୍ରେସ କମିଟି ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପ୍ରଶାସନକୁ ଘେରିବ। ବିଭିନ୍ନ ଜନହୀତକାରୀ ଯୋଜନା ଯେଭଳି ତୃଣମୂଳଗାଁରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ କଂଗ୍ରେସର କର୍ମୀମାନେ କାର୍ଯ୍ୟକରିବାକୁ ମତ ଦେଇଥିଲେ। ବିଭିନ୍ନ ଯୋଜନାରେ ଗ୍ରାମବାସୀ ମାନେ କଂଗ୍ରେସ କର୍ମୀଙ୍କ ଦ୍ବାରା ଲାଭନ୍ବୀତ ହେଲେ କଂଗ୍ରେସର ଆଦର୍ଶ କାର୍ଯ୍ୟକାରୀ ହୋଇପାରିବ।

ଆହୁରି ପଢ଼ନ୍ତୁ: tmc leader said about Babri: ପୁଣି ନିର୍ମାଣ କରିବୁ ବାବ୍ରି ମସଜିଦ: ତୃଣମୂଳ କଂଗ୍ରେସ ନେତା

ସାମ୍ବିଧାନିକ ଅଧିକାର ଲକ୍ଷ୍ୟ

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏବେ ଠାରୁ ଯୋଜନାବଦ୍ଧ ଭାବେ ସଂଗଠିତ ହୋଇ ସବୁ ପରିସ୍ଥିତିକୁ ମୁକାବିଲା କରି ନିଜର ପୂର୍ବ ଅସ୍ଥିତ୍ବ ଓପତିଆରାକୁ ପୁଣି ଫେରାଇ ଆଣିବାକୁ ପଡ଼ିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଲୋକେ ଯେଭଳି ନିଜର ସମସ୍ତ ସାମ୍ବିଧାନିକ ଅଧିକାର ପାଇବେ ସେ ଦିଗରେ କଂଗ୍ରେସ କାମ କରିବ ବୋଲି ନିଷ୍ପତ୍ତି ନେଇଥିଲେ। 

ଆହୁରି ପଢ଼ନ୍ତୁ: Kandhamal Politics: ବିଜେପିରେ ଯୋଗ ଦେଲେ ବିଜେଡି ନେତା, ପାଣ୍ଡିଆନ୍‌ଙ୍କୁ ନେଇ କହିଲେ ଏମିତି କଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe