Advertisment

Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ

Advertisment

ମୋଦୀ ସରକାରଙ୍କର କଳଙ୍କିତ ଉଦେଶ୍ୟ ଓ ଅବୈଧତା ସଂପୂର୍ଣ୍ଣ ହୋଇଥିବା ଆଜି କଂଗ୍ରେସ କହିଛି। ୟଙ୍ଗ ଇଣ୍ଡିଆନ ମାମଲାରେ କଂଗ୍ରେସର ନେତୃତ୍ବ ନେଉଥିବା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରାକୁ କୋର୍ଟ ଦ୍ବାରା ସଂପୂର୍ଣ୍ଣ ଅବୈଧ ଏବଂ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ମୋଦୀ ସରକାରଙ୍କର କଳଙ୍କିତ ଉଦେଶ୍ୟ ଓ ଅବୈଧତା ସଂପୂର୍ଣ୍ଣ ହୋଇଥିବା ଆଜି କଂଗ୍ରେସ କହିଛି। ୟଙ୍ଗ ଇଣ୍ଡିଆନ ମାମଲାରେ କଂଗ୍ରେସର ନେତୃତ୍ବ ନେଉଥିବା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରାକୁ କୋର୍ଟ ଦ୍ବାରା ସଂପୂର୍ଣ୍ଣ ଅବୈଧ ଏବଂ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

Mkg congress strike (2)

ମାଲକାନଗିରି: ମୋଦୀ ସରକାରଙ୍କର କଳଙ୍କିତ ଉଦେଶ୍ୟ ଓ ଅବୈଧତା ସଂପୂର୍ଣ୍ଣ ହୋଇଥିବା ଆଜି କଂଗ୍ରେସ କହିଛି। ୟଙ୍ଗ ଇଣ୍ଡିଆନ ମାମଲାରେ କଂଗ୍ରେସର ନେତୃତ୍ବ ନେଉଥିବା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରାକୁ କୋର୍ଟ ଦ୍ବାରା ସଂପୂର୍ଣ୍ଣ ଅବୈଧ ଏବଂ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏଠାରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଇଡି ମାମଲା କ୍ଷେତ୍ରାଧିକାର ବିନା ଏହାର କୌଣସି ଏଫଆଇଆର ନାହିଁ। ଯାହା ବିନା କୌଣସି ମାମଲା ହୋଇପାରିବ ନାହିଁ ବୋଲି କୁହାଯାଇଛି। ଏହାକୁ ନେଇ ଆଜି ଜିଲ୍ଲା କଂଗ୍ରେସର ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦାର୍ଶନ କରିଥିଲେ।

କଂଗ୍ରେସ କହିଛି ଯେ ଗତ ଦଶନ୍ଧି ଧରି ମୋଦୀ ସରକାର ଦ୍ବାରା ମୁଖ୍ୟ ବିରୋଧୀ ଦଳକୁ ଲକ୍ଷ୍ୟ କରି ଚାଲିଥିବା ଏହି ରାଜନୈତିକ ଉଦେଶ୍ୟମୂଳକ ଦମନ ଆଜି ଦେଶବାସୀଙ୍କ ସମ୍ମୁଖରେ ଉଜାଗର ହୋଇଛି। ପୁଣି କଂଗ୍ରେସ କହିଛି ଯେ ନା କୌଣସି ମନି ଲଣ୍ଡରିଂ ମାମଲା, ନା କୌଣସି ଅପରାଧିକ ଆୟ,ନା ହୋଇଛି ସମ୍ପତ୍ତିର ହସ୍ତାନ୍ତର। ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଥିବା କୁହାଯାଇଥିଲା। କଂଗ୍ରେସ ସତ୍ୟର ଜୟ ହୋଇଛି ବୋଲି କହିଛି।

ଆହୁରି ପଢ଼ନ୍ତୁ: Rahul in Germany: ଏପଟେ କଂଗ୍ରେସ ଜାରି କଲା ହ୍ୱିପ, ସେପଟେ ଜର୍ମାନୀ ପଳାଇଲେ ରାହୁଲ

ଆଜିର ଏହି ବିକ୍ଷୋଭ ବେଳେ ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ମାଲା ମାଢ଼ି, ଭୀମ ବାରସେ, ପଦ୍ମ ପାଙ୍ଗୀ, ପ୍ରଭାକର ପାଳ, ପି.କେଶୁ ରାଓ, ପର୍ଶୁରାମ ଭକ୍ତ, ଭାସ୍କର ଫଟକା, ପ୍ରମୋଦ ସେଠୀ, ଲଛୁ ଆଜମେରା, ଲଛୁ କିରସାନି, ଦଶରଥ ଡୁରୁକା, ପ୍ରାଣକୃଷ୍ଣ ମଣ୍ଡଳ, ଇର୍ମା ପଡିଆମି, ବିନାୟକ ପାତ୍ର, କୃଷ୍ଣଚନ୍ଦ୍ର ଅନୁଗୁ, ସରୋଜ ପାତ୍ର, ଦେବାଶିଷ ଦେବନାଥ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Internet Service Normal Malkangiri ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ବାଭାବିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe