BJD leader Prafulla Samal. Photograph: (sambad.in)
ଭଦ୍ରକ (ହରିହର ନାୟକ): ପାରିବାରିକ ଜୀବନ ଓ ରାଜନୈତିକ ଜୀବନ ସମାନ କଥା ନୁହେଁ। ଉଭୟ କ୍ଷେତ୍ରରେ ଜୀବନ ଶୈଳୀ ଭିନ୍ନ। ପରିବାର ଭିତରେ ସଂପର୍କ ଯାହା ରହିଥାଏ, ରାଜନୀତିରେ ତାହା ଓଲଟା ବୋଲି ମଧ୍ୟ ଅନେକ କହିଥାନ୍ତି। ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ଭଦ୍ରକ ରାଜନୀତି ମଧ୍ୟ ଏଥିରୁ ବ୍ୟତିକ୍ରମ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନିଜର ଦୁଇ ପୁତ୍ର ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେ କହିଛନ୍ତି, ରାଜନୀତିରେ ବାପ ପୁଅର ସମ୍ପର୍କ ନାହିଁ। ପୁଅ ଦଳ ବଦାଇଲେ ଏଥିରେ ମୋର କିଛି କରିବାର ନାହିଁ। ମୁଁ ବିଜେଡି ଦଳରେ ଅଛି। ଆମ ନେତା ନବୀନ ପଟ୍ଟନାୟକ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡି ଦଳ ପାଇଁ କାମ କରୁଛୁ। ଦଳକୁ ସୁଦୃଢ଼ କରିବା ଆମର କାମ। ଭଦ୍ରକରେ ବିଜେଡ଼ି ଦଳ ଭାଙ୍ଗି ଯାଉଛି ବୋଲି ଯାହା କୁହାଯାଉଛି। ତାହା ଠିକ ନୁହେଁ। ଆମ ଦଳ ଭଦ୍ରକରେ ସୁଦୃଢ଼ ଅଛି। ଆଗକୁ ଆହୁରି ସୁଦୃଢ଼ କରାଯିବ। ଯେଉଁମାନେ ଦଳ ଛାଡ଼ି ଯାଉଛନ୍ତି। ସେମାନଙ୍କ ସଂପର୍କରେ ମୋର କିଛି କହିବାର ନାହିଁ।
ଭଦ୍ରକରେ ଜିଲ୍ଲାରେ ବିଜେଡି ଦଳର ନେତା ଓ କର୍ମୀମାନେ ଦଳ ଛାଡ଼ି ବିଜେପିରେ ଯୋଗଦେଉଛନ୍ତି। ଗତ ୬ ତାରିଖରେ ଭଦ୍ରକ ଜିଲ୍ଲାର ୪ ବ୍ଲକ ଅଧ୍ୟକ୍ଷ ଓ ୫୦ରୁ ଊର୍ଦ୍ଧ୍ବ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବିଜେପିରେ ଯୋଗ ଦେଇଥିଲେ। ସେମାନଙ୍କର ସହିତ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ମିଶି ଯାଇଛନ୍ତି। ସବୁ ଠାରୁ ରୋଚକ ଯଥା ହେଉଛି ଏହି ମିଶ୍ରଣ ପର୍ବରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁତ୍ର ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ, ଭଣ୍ଡାରିପୋଖରୀ ବ୍ଲକର ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ବିଜେପିରେ ଯୋଗଦେଇଛନ୍ତି।
ଆହୁରି ପଢ଼ନ୍ତୁ: BJD's health has deteriorated: ବିଗିଡ଼ିଲାଣି ବିଜେଡି ସ୍ବାସ୍ଥ୍ୟ: କାହା ବୋଲ ମାନୁନାହାନ୍ତି, ନୂଆପଡ଼ା ପରେ ଭଦ୍ରକ ଝଟକା
ପ୍ରତିକ୍ରିୟାଶୀଳ ନେତା
ଭଦ୍ରକ ଜିଲ୍ଲା ରାଜନୀତି ଏବେ ଉଷ୍ଣ ହୋଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲାରୁ ୪ଟି ବ୍ଲକର ଅଧ୍ୟକ୍ଷ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିବା ଓ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପତ୍ର ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ଲୁଲୁ ସାମଲ ଓ ଭଣ୍ଡାରିପୋଖରୀ ବ୍ଲକର ଉପାଧ୍ୟକ୍ଷ ଥିବା ଜୁଲୁ ସାମଲ ବିଜେପିରେ ଯୋଗଦେବା ଘଟଣାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଦଳର ନେତାମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଲୁଲୁ ବାବୁଙ୍କର ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗ ଓ ଇଡି ଯାଞ୍ଚ କଥା ଉଠାଇ ଲୁଲୁଙ୍କୁ ଟାର୍ଗେଟ କରୁଛନ୍ତି। ଗତ ୪ ଦିନ ତଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ୩ ବ୍ଲକ ଅଧ୍ୟକ୍ଷଙ୍କ ବିଜେପିରେ ଯୋଗଦାନ ସେ ବରପଦା କଲେଜ ପାଇଁ ହୋଇଛି ବୋଲି କହିଥିବା ବେକେ ଗତ ଦୁଇ ଦିନ ତଳେ କଂଗ୍ରେସ ନେତା ବୁଲୁ ପଟ୍ଟନାୟକ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମୀଳନୀରେ କରି ଲୁଲୁଙ୍କୁ ଟାର୍ଗେଟ କରିବା ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କଟାକ୍ଷା କରିଛନ୍ତି । ଲୁଲୁଙ୍କର ବିଜେପିର ମିଶ୍ରଣ ପାଇଁ ଏକ ଡିଲ୍ ହୋଇଛି କି ବୋଲି ବୁଲୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।
ଆହୁରି ପଢ଼ନ୍ତୁ: Naveen Pattnaik Bjp ଏପଟେ ବିରୋଧୀ ଦଳ ନେତାଙ୍କ ଚିନ୍ତା, ସେପଟେ ବିଜେପି କହୁଛି ନବୀନ ପଟ୍ଟନାୟକ ବିଚଳିତ ଯେ ତାଙ୍କ ଦଳର ଭବିଷ୍ୟତ ଅନ୍ଧାରରେ
Follow Us