Maharashtra: ଅଲିଭା କାଳି ଲିଭାଇଲେ ପୁଣି ଭୋଟ୍‌ ଦେବାପାଇଁ ଅନୁମତି ମିଳିବନି

Advertisment

ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିସନ୍‌ (ଏସ୍‌ଇସି) ଗୁୁରୁବାର ସ୍ପଷ୍ଟ କରିଛନ୍ତି ଯେ ଭୋଟରଙ୍କ ଅଙ୍ଗୁଳି‌ରେ ଲଗାଯାଉଥିବା ଅଲିଭା କାଳି ଲିଭାଇବାପାଇଁ ଚେଷ୍ଟା କରିବା ଏବଂ ଭୋଟିଂ ପ୍ରକ୍ରିୟାରେ ଦ୍ବନ୍ଦ୍ବ ସୃଷ୍ଟି କରିବା ଏକ ନିର୍ବାଚନୀ ଦୁର୍ନୀତି ଭାବେ ବିବେଚନା କରାଯିବ।

ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିସନ୍‌ (ଏସ୍‌ଇସି) ଗୁୁରୁବାର ସ୍ପଷ୍ଟ କରିଛନ୍ତି ଯେ ଭୋଟରଙ୍କ ଅଙ୍ଗୁଳି‌ରେ ଲଗାଯାଉଥିବା ଅଲିଭା କାଳି ଲିଭାଇବାପାଇଁ ଚେଷ୍ଟା କରିବା ଏବଂ ଭୋଟିଂ ପ୍ରକ୍ରିୟାରେ ଦ୍ବନ୍ଦ୍ବ ସୃଷ୍ଟି କରିବା ଏକ ନିର୍ବାଚନୀ ଦୁର୍ନୀତି ଭାବେ ବିବେଚନା କରାଯିବ।

15bbs_64_15012026_112

କୋଲକାତା: ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିସନ୍‌ (ଏସ୍‌ଇସି) ଗୁୁରୁବାର ସ୍ପଷ୍ଟ କରିଛନ୍ତି ଯେ ଭୋଟରଙ୍କ ଅଙ୍ଗୁଳି‌ରେ ଲଗାଯାଉଥିବା ଅଲିଭା କାଳି ଲିଭାଇବାପାଇଁ ଚେଷ୍ଟା କରିବା ଏବଂ ଭୋଟିଂ ପ୍ରକ୍ରିୟାରେ ଦ୍ବନ୍ଦ୍ବ ସୃଷ୍ଟି କରିବା ଏକ ନିର୍ବାଚନୀ ଦୁର୍ନୀତି ଭାବେ ବିବେଚନା କରାଯିବ। ମହାରାଷ୍ଟ୍ର ପୌର ନିଗମ ନିର୍ବାଚନରେ ଅନିୟମିତତା ଅଭିଯୋଗ ହେବାପରେ ଏସ୍‌ଇସି ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ବାଲାସା‌ହେବ ଠାକ୍‌ରେ ‌ପୌର ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ଭୋଟରଙ୍କ ଅଙ୍ଗୁଳିରେ ଲଗାଯାଉଥିବା ଅଲିଭା କାଳିକୁ ଅତି ସହଜ‌ରେ ନେଲ୍‌ ପୋଲିସ ରିମୁଭର ଏବଂ ସାନିଟାଇଜର ବ୍ୟବହାର କରି ଲିଭାଯାଇପାରୁଛି। ଏହାଫଳରେ କିଛି ଭୋଟର ଗୋଟିଏରୁ ଅଧିକ ଥର ଭୋଟ୍‌ ଦେଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହା ସୂଚାଉଛି ଯେ ଶାସକ ମହାୟୁତି ମେଣ୍ଟ ଏବଂ ରାଜ୍ୟ ନିର୍ବାଚନ କମିସନ୍‌ ମଧ୍ୟରେ ବୁଝାମଣା ହୋଇଛି।

ଆହୁରି ପଢ଼ନ୍ତୁ: Narendra Modi Rally: ମମତାଙ୍କୁ ହଟାଇବା ପାଇଁ ସିଙ୍ଗୁରକୁ ବ୍ୟବହାର କରିବ ବିଜେପି

ଦ୍ବିତୀୟ ଥର ଭୋଟ୍‌ ଦେବାକୁ ଉଦ୍ୟମ କଲେ କାର୍ଯ୍ୟାନୁଷ୍ଠାନ

ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଏସ୍‌ଇସି ଏକ ବିବୃତି ଜାରି କରି କହିଛନ୍ତି ଯେ ଜଣେ ଭୋଟର ଅଙ୍ଗୁଳିରୁ ସ୍ୟାହି ଲିଭାଇବା ଏବଂ ପୁଣିଥରେ ଭୋଟ ଦେବାପାଇଁ ଉଦ୍ୟମ କରିବା ହେଉଛି ଏକ ନିର୍ବାଚନୀ ଦୁର୍ନୀତି। କମିସନ୍‌ କହିଛନ୍ତି, ଯଦି କେହି ନିଜ ଅଙ୍ଗୁଳିରୁ କାଳି ଲିଭାଇ ପୁଣିଥରେ ଭୋଟ୍‌ ଦେବାପାଇଁ ଉଦ୍ୟମ କରିବେ ତେବେ ସେମାନଙ୍କ ବିରୋଧରେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ନିର୍ବାଚନ କମିସନ୍‌ ଏହା ଗୁରୁତ୍ବାରୋପ କରିଛନ୍ତି ଯେ ଅଲିଭା କାଳି ଲିଭାଇବାଦ୍ବାରା ଜଣେ ଭୋଟର ଦ୍ବିତୀୟ ଥର ଭୋଟ ଦେଇପାରିବେନି। କାରଣ ଭୋଟରଙ୍କର ବିସ୍ତୃତ ରେକର୍ଡ ରଖାଯାଉଛି। ଜଣେ ସ୍ୟାହି ଲିଭାଇ ପୁଣିଥରେ ଭୋଟ ଦେବାକୁ ଚେଷ୍ଟା କଲେ ମଧ୍ୟ ସେ ଭୋଟ୍‌ ଦେଇପାରିବେନି। କାରଣ ଆବଶ୍ୟକୀୟ ସୁରକ୍ଷିତ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି। କମିସନ୍‌ କହିଛନ୍ତି, ସମସ୍ତ କର୍ତ୍ତୃପକ୍ଷ ସତର୍କ ରହିବାପାଇଁ ସଦ୍ୟ ନିର୍ଦ୍ଦେଶାବଳି ଜାରି ହୋଇଛି। କମିସନ୍‌ କହିଛନ୍ତି, ଅଲିଭା କାଳି ଶୁଖିବାପାଇଁ ୧୦ରୁ ୧୨ ସେକେଣ୍ଡ ଲାଗୁଛି। ଏହା ଥ‌ରେ ଶୁଖିଗଲେ ଏହାକୁ ଲିଭାଇ ହେବନାହିଁ। ଏହି ଅଲିଭା କାଳିକୁ ନେଇ ସୋସିଆଲ ମିଡିଆରେ ଭିଡିଓ ‌ପୋଷ୍ଟ୍‌ କରି ବିଭ୍ରାନ୍ତି କରିବା ଅଗ୍ରହଣୀୟ ବୋଲି ଏସ୍‌ଇସି କହିଛନ୍ତି। ଭୋଟ୍‌ ଜାଲିଆତି ନକରିବାପାଇଁ ମଧ୍ୟ ଏସଇସି ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: Iran Conflict: ଇରାନରେ ଭୟଙ୍କର ସ୍ଥିତି: ମରଶରୀର ରଖିବାକୁ ନାହିଁ ସ୍ଥାନ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe