Politics: ସରକାରୀ ଓକିଲ ବିଜେପି ଦଳର କର୍ମୀ କିପରି ହେଲେ: କଂଗ୍ରେସ

Advertisment

ଆଜି ମାଲକାନଗିରି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ବିରୋଧରେ ଗର୍ଜିଥିଲା କଂଗ୍ରେସ। ଗତ ଦୁଇ ଦିନ ତଳେ ବିଜେପି କାର୍ଯ୍ୟାଳୟରେ କିଛି ସରକାରୀ ଓକିଲ ଯୋଗ ଦେବା ଏବଂ କଂଗ୍ରେସର କିଛି କର୍ମୀ ଯୋଗ ଦେବାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ।

ଆଜି ମାଲକାନଗିରି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ବିରୋଧରେ ଗର୍ଜିଥିଲା କଂଗ୍ରେସ। ଗତ ଦୁଇ ଦିନ ତଳେ ବିଜେପି କାର୍ଯ୍ୟାଳୟରେ କିଛି ସରକାରୀ ଓକିଲ ଯୋଗ ଦେବା ଏବଂ କଂଗ୍ରେସର କିଛି କର୍ମୀ ଯୋଗ ଦେବାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ।

Mkg congress press meet

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଆଜି ମାଲକାନଗିରି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ବିରୋଧରେ ଗର୍ଜିଥିଲା କଂଗ୍ରେସ। ଗତ ଦୁଇ ଦିନ ତଳେ ବିଜେପି କାର୍ଯ୍ୟାଳୟରେ କିଛି ସରକାରୀ ଓକିଲ ଯୋଗ ଦେବା ଏବଂ କଂଗ୍ରେସର କିଛି କର୍ମୀ ଯୋଗ ଦେବାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ।

ବିଜେପି କାର୍ଯ୍ୟାଳୟରେ ସରକାରୀ ଓକିଲ ଭାବରେ ନବ ନିଯୁକ୍ତି ପାଇଥିବା କିଛି ବରିଷ୍ଠ ଓକିଲ ବିଜେପି ଦଳରେ ମିଶିଥିବା ଏବଂ ବିଜେପି ଦଳର ସଦସ୍ୟତା ଗ୍ରହଣ କରିଥିବା କେତେଦୂର ଗ୍ରହଣୀୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ ପ୍ରଶ୍ନ କରିଥିଲେ। ଜଣେ ସରକାରୀ ଓକିଲ ନିଯୁକ୍ତ ପାଇବା ପରେ କିପରି ସେ ଗୋଟିଏ ଦଳର ସଦସ୍ୟତା ଗ୍ରହଣ କରିପାରିବ ବୋଲି କଂଗ୍ରେସ ପୁଣି ଅଭିଯୋଗ କରିଥିଲା।

ଆହୁରି ପଢ଼ନ୍ତୁ: Space Science: ଓଡ଼ିଆ ଝିଅ ବନିତା ସ୍ପେସ୍ ଆମ୍ବାସଡର ଭାବେ ନିଯୁକ୍ତ

ଆଇନର ଆଶ୍ରୟ ନବେୁ: କଂଗ୍ରେସ

ଆଇନ ଅନୁଯାୟୀ ଏହା ବେନିୟମ।.ସରକାରୀ ଓକିଲ ଓଡିଶା ସରକାରଙ୍କର ନା ବିଜେପି ଦଳର ବୋଲି ଜିଲ୍ଲା ସଭାପତି ସରକାରଙ୍କୁ ଓ ବିଜେପିକୁ ପ୍ରଶ୍ନ କରିଛନ୍ତି। ଆଗାମୀ ଦିନରେ ଏହି ବିଷୟକୁ ନେଇ ଆମେ ଆଇନର ଆଶ୍ରୟ ନେବୁ ବୋଲି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ. ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର.ଚିତ୍ରୋକୋଣ୍ଡା ବିଧାୟକ ମଙ୍ଗୁ ଖିଲ.ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଅୁନୁଗୁ,ପ୍ରାଣ କୃଷ୍ଣ ମଣ୍ଡଳ. ବରିଷ୍ଠ କଂଗ୍ରେସ ନେତା ଭିମା ବାର୍ଷେ.ପଦ୍ମ ପାଙ୍ଗି.ପ୍ରଭାକର ପାଳ.ପି. କେଶୁ ରାଓ.ପ୍ରମୋଦ ସେଠି.ପର୍ଶୁରାମ ଭକ୍ତ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: Modi said about Nitin Nabin: ‘ନିତିନ ନବୀନ ମୋ ବସ୍, ମୁଁ ଜଣେ ଦଳୀୟ କର୍ମୀ’ ବିଜେପିର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe