ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଇ ଭି ଏମ୍ ଓ ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ ଓ ପେଆରିଂ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ସୁର୍ମି ସୋରେନଙ୍କ ଲଗ୍ଇନରେ ଏହା ସମ୍ପନ୍ନ ହୋଇଥିଲା।

Advertisment

ଆହୁରି ପଢନ୍ତୁ-

Farmers worried about cyclone Montha: ମୋନ୍ଥା ପାଇଁ ଚିନ୍ତାରେ ଚାଷୀ, ଜମିରେ ରହିଛି ପାଚିଲା ଧାନ

ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ଭୋଟିଂ ମେସିନ୍ ସ୍ଥାନୀୟ ନେସନାଲ କଲେଜର ଷ୍ଟ୍ରଙ୍ଗ ରୁମରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରଖା ଯାଇଛି । ଆଜି ଉପନିର୍ବାଚନର ସମସ୍ତ ପ୍ରାର୍ଥୀ ତଥା ସେମାନଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ଇ ପ୍ରଶାସନ  ପରିଚାଳକ ବିରେନ୍ଦ୍ର ସିଂ ଦଣ୍ଡସେନା କମ୍ପ୍ୟୁଟର ମାଧ୍ୟମରେ ଇ ଭି ଏମ୍ ଓ ଭିଭିପାଟ ତିନି ରାଉଣ୍ଡ ରାଣ୍ଡୋମାଇଯେସନ କରିଥିଲେ । 

ଏହାପରେ ଏ ସବୁର କମିସନିଂ ହେବ। ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ପାରଦର୍ଶି ଭାବରେ ସମସ୍ତ ୩୫୮ ବୁଥକୁ ଭୋଟିଂ ମେସିନ୍ ସେଟ୍ ଗୁଡିକୁ ପ୍ରେରଣ କରାଯିବ। ଆଜିର ଏହି ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ  ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଉପଜିଲ୍ଲାପାଳ ତଥା ଆରଓ ସୁର୍ମି ସୋରେନଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା ।  ପାରଦର୍ଶିତା ପାଇଁ ଏହି  ରାଣ୍ଡୋମାଇଯେସନର ଅବିକଳ ନକଲ  କପି ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଛି।

ଆହୁରି ପଢନ୍ତୁ-

Vegetable Prices Surge In Bhubaneswar: ରାଜଧାନୀ ପନିପରିବା ଦର ଉପରେ ସରକାରଙ୍କ କଡ଼ା ନଜର ଥିବା ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱାସନା