Advertisment

ଆମେରିକା ଡାକୁଥିଲେ ଡୋନାଲ୍ଡ ଟ୍ରମ୍ପ୍, ଡାକି ଆଣିଲା ମହାପ୍ରଭୁଙ୍କ ମାଟି.. ଓଡ଼ିଶା ଆସି ଏମିତି କହିଲେ ମୋଦୀ

Advertisment

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, ଜୟ ଜଗନ୍ନାଥରେ ଭାଷଣ ଶେଷ । ଓଡିଶାରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୁଙ୍କ ପବିତ୍ର ମାଟି ଓଡିଶା କଥା କହିଛନ୍ତି ..

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, ଜୟ ଜଗନ୍ନାଥରେ ଭାଷଣ ଶେଷ । ଓଡିଶାରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୁଙ୍କ ପବିତ୍ର ମାଟି ଓଡିଶା କଥା କହିଛନ୍ତି ..

jaga

ଭୁବନେଶ୍ଵର: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, ଜୟ ଜଗନ୍ନାଥରେ ଭାଷଣ ଶେଷ । ଓଡିଶାରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୁଙ୍କ ପବିତ୍ର ମାଟି ଓଡିଶା କଥା କହିଛନ୍ତି । ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ଓଡିଶାବାସୀଙ୍କ ଭଲପାଇବା ତାଙ୍କୁ କେମିତି କାନାଡାରୁ ଓଡିଶା ନେଇ ଆସିଲା ତାହା ଜନତା ମୈଦାନର ଜନସଭାରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । 

ସେପଟେ ଓଡିଶା ମାଟିରୁ କଂଗ୍ରେକୁ ଟାର୍ଗେଟ୍ କରିଛନ୍ତି ମୋଦୀ । କଂଗ୍ରେସର ବିକାଶ ମଡେଲକୁ କଟାକ୍ଷ କରି କହିଛନ୍ତି- ସ୍ଵାଧୀନତା ପରେ ପରେ ଦଶନ୍ଧି ଦଶନ୍ଧି ଧରି କଂଗ୍ରେସର ବିକାଶ ମଡେଲ୍ ଦେଶବାସୀ ଦେଖିଥିଲେ । ଯେଉଁ ମଡେଲରେ ନା ସୁଶାସନ ଥିଲା, ନା ବଞ୍ଚିବା ପାଇଁ ଜନତାଙ୍କୁ ସହଜ ଥିଲା । ବିକାଶମୂଳକ ଯୋଜନାକୁ ଅଟକେଇବା, ବାଟବଣା କରିବା ଏବଂ ଦୁର୍ନୀତିରେ ବୁଡ଼ି ରହିବା କଂଗ୍ରେସ ବିକାଶ ମଡେଲର ପରିଚୟ ଥିଲା । 

ହେଲେ ବିଗତ କିଛି ବର୍ଷ ହେବ ଦେଶବାସୀ ବିଜେପିର ବିକାଶ ମଡେଲ୍ ଦେଖୁଛନ୍ତି । ବିଗତ ଦଶ ବର୍ଷ ମଧ୍ୟରେ ଦେଶର ଏମିତି ଅନେକ ରାଜ୍ୟ ଅଛି ଯେଉଁଠାରେ ବିଜେପି ପ୍ରଥମ କରି ସରକାର କରିଛି । ଖାଲି ସରକାର ବଦଳିନି ବିଜେପି କ୍ଷମତାକୁ ଆସିବା ପରଠୁ ବିଭିନ୍ନ ରାଜ୍ୟରେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । 

ଅଧିକ ପଢନ୍ତୁ-

‘ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି, ବିକାଶର ଆଧାର ହୋଇପାରିଛି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe