Bhadrak Politics: ଭଦ୍ରକରେ ଚର୍ଚ୍ଚା: ନୂଆବର୍ଷରେ ରାଜନୀତିର ନୂଆ ସମୀକରଣ

Advertisment

ଭଦ୍ରକରେ ଦିନକୁ ଦିନ ବିଜେଡି ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ। କିଛି ଦିନ ପୂର୍ବରୁ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ ଓ ଜୁଲୁ ବିଜେପିରେ ଯୋଗଦେବା ପରେ...

ଭଦ୍ରକରେ ଦିନକୁ ଦିନ ବିଜେଡି ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ। କିଛି ଦିନ ପୂର୍ବରୁ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ ଓ ଜୁଲୁ ବିଜେପିରେ ଯୋଗଦେବା ପରେ...

Untitled-25 copy

Bhadrak's couple may join BJP. Photograph: (sambad.in)

ଭଦ୍ରକ (ହରିହର ନାୟକ): ଭଦ୍ରକରେ ଦିନକୁ ଦିନ ବିଜେଡି ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ। କିଛି ଦିନ ପୂର୍ବରୁ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ ଓ ଜୁଲୁ ବିଜେପିରେ ଯୋଗଦେବା ପରେ ବିଜେଡିରୁ ପ୍ରତିଦିନ ବିଭିନ୍ନ ପଞ୍ଚାୟତରେ ସରପଂଚ ଓ ସମିତି ସଭ୍ୟମାନେ ମଧ୍ୟ ଦଳ ପରିବର୍ତ୍ତନ କରୁଥିବା ନେଇ ଚର୍ଚ୍ଚା ହେଉଛି।

ନୂଆବର୍ଷରେ ଭଦ୍ରକ ଜିଲ୍ଲାର ବିଜେଡିର ତିନି ପ୍ରମୁଖ ନେତା ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡି ଛାଡ଼ି ବିଜେପିରେ ମିଶିବେ ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ଚର୍ଚ୍ଚା ଏବେ ସବୁଠୁ ଆଲୋଚନା ହେଉଛି। ଶୁଣାଯାଉଛି କାଳେ ଏହି ତିନି ବିଜେଡି ନେତା ବିଜେପିର ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କାଳେ ସେମାନଙ୍କ ମିଶ୍ରଣ ନେଇ ସବୁଜ ସଂକେତ ଦେଇସାରିଛନ୍ତି। ତାରିଖ ଧାର୍ଯ୍ୟ ହେଲେ ଏକ ବଡ଼ଧରଣର ମିଶ୍ରଣ ପର୍ବ ହେବ ବୋଲି କୁହାଯାଉଛି।

ଦିଲ୍ଲୀରେ ମଣ୍ଡଳ ଦଂପତିଙ୍କ ଡେରା!

କୁହାଯାଉଛି ଯେ, ଏବେ ମଣ୍ଡଳ ଦମ୍ପତି ଗତ ତିନି ଦିନ ହେଲା ଦିଲ୍ଲୀ ଗ୍ରସ୍ଥରେ ଅଛନ୍ତି। ଦିଲ୍ଲୀରେ ବିଜେପିର କିଛି ଉପର ଲେନୁଲ୍  ନେତାଙ୍କ ସହ ଆଲୋଚନା କରିଥିବା ନେଇ ଭଦ୍ରକରେ ଚର୍ଚା ହେଉଛି। ଏଭଳି ଚର୍ଚ୍ଚା ଓ ଆଲୋଚନା ସମ୍ପର୍କରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ଆଲୋଚନା କଲାବେଳେ ସେ କହିଲେ ସମୟ କହିବ କଣ ହେବ। ଆଗାମୀ ଦିନରେ କଣ ନିଷ୍ପତ୍ତି ନେବି ମୁଁ ଗଣମାଧ୍ୟମକୁ କହିବି।

ଆହୁରି ପଢ଼ନ୍ତୁ: Dead: ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଗଛରୁ ପଡ଼ି ଛାତ୍ର ମୃତ

ସମୟକୁ ଅପେକ୍ଷା

ସେହି ସମୟକୁ ଅପେକ୍ଷା କରିବା କେବେ ମଣ୍ଡଳ ଦମ୍ପତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଯେବେ ବିଜେପିର ମିଶ୍ରଣ ପର୍ବ ହେବ ଏହି ତିନି ନେତା କାଳେ ସେହି ଦିନ ବିଜେପିରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯଦି ଏଭଳି ଚର୍ଚ୍ଚା ସତ ହୁଏ ତେବେ ଆଗାମୀ ଦିନରେ ବିଜେଡି ଦଳରୁ ଆଉ କେଉଁ ନେତା ବିଜେପିରେ ମିଶିବେ ତାହା ଉପରେ ସମସ୍ତେ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: Jibana ra Jalachhabi: ଜୀବନର ଜଳଛବି: ଆଶ୍ରୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe