Representational image Photograph: (sambad.in)
ଭଦ୍ରକ (ହରିହର ନାୟକ): ରାଜ୍ୟରେ ବିଜେପି କ୍ଷମତାକୁ ଆବା ପରେ ବିଶେଷକରି ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବିଜେପିର ପତିଆରା ବୃଦ୍ଧି ପାଉଛି। ବହୁ ବିଜେଡି ନେତା ଦଳ ଛାଡ଼ି ବିଜେପି ମୁହାଁ ହେଉଛନ୍ତି। ବିଜେଡିର ଏଭଳି ସ୍ଥିତିରେ କିଛି ବିଜେଡି ନେତା ଦଳକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଯେଉଁ ୪ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଦଳ ଛାଡ଼ି ବିଜେପିକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ସେମାନଙ୍କୁ ଅନାସ୍ଥାରେ ପଦବିରୁ ହଟାଇବା ପାଇଁ ବିଜେଡିର ଉପର ନେତା ଯୋଜନା କରୁଚନ୍ତି। ଏଭଳି ଅବସ୍ଥା ଭୟ ଦେଖାଇଲେ କାଳେ ପଦବି ଚାଲିଯିବ ସେହି ଭୟରେ ଦଳରେ ରହିବେ ବୋଲି ଯୋଜନା କରାଯାଉଛି। ମାତ୍ର ବିଜେଡି ନେତାଙ୍କର ଏଭଳି ଭୟ ଆଉ ଚାଲବାଜୀ ଯୋଜନାକୁ କେହି ଆଉ ଡରୁ ନାହାନ୍ତି। ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ମାନେ ଦଳ ଛାଡ଼ିବୁ ବୋଲି ମଧ୍ୟ କିଛି ନେତା କହୁଥିବା ଜଣାପଡ଼ିଛି। ଏଭଳି ଜିଦ୍ରେ କିଛି ବିଜେଡି ନେତା ରହିବା ସହ ବିଜେପି ଦଳର ଉପର ମହଲରେ ଲିଙ୍କ କରିସାରିଛନ୍ତି। ବିଜେପିର ରାଜ୍ୟ ସଭାପତି ମଧ୍ୟ ଏମାନଙ୍କୁ ଅଭୟ ବାଣୀ ଦେଇଛନ୍ତି।
ଉର୍ମିଳାଙ୍କୁ ନେଇ ଚର୍ଚ୍ଚା
ପ୍ରକାଶ ଥାଉ କି, ଭଦ୍ରକ ସଦର ବ୍ଲକ ଅଧ୍ୟକ୍ଷା ଥିଲେ ବିଜେଡି ଦଳର ନେତ୍ରୀ ଉର୍ମିଳା ନାୟକ। ଉର୍ମିଳାଙ୍କ ଦଳ ଛାଡ଼ିବା କଥା ଯେବେ ସବୁଠି ଚର୍ଚ୍ଚା ହେଲା। ତାଙ୍କୁ ଅବସ୍ଥାରେ ହଟାଇବା ପାଇଁ ଯୋଜନା ହେଲା। ମାତ୍ର ଏହି ଯୋଜନାକୁ ବିଜେଡିର ବହୁ ତୃଣମୂଳ ନେତା ନାପସନ୍ଦ କଲେ। କହିଲେ ଆମେ କାହିଁ କି କାହାର ଶତ୍ରୁ ହେବୁ। ଯିଏ କୁଆଡ଼େ ଆସୁଛନ୍ତି ଯାଆନ୍ତୁ। ଆମେ ବି କୁଆଡେ ଯିବୁ ବୋଲି କିଛି ନେତା ସେହି ବୈଠକରେ କହିବା ଆରମ୍ଭ କଲେ। ତେଣୁ ଭଦ୍ରକ ବ୍ଲକର ଅଧ୍ୟକ୍ଷା ଉର୍ମିଳା ନାୟକ ବିରୋଧରେ ଅନାସ୍ଥା ଆଣିବା ପାଇଁ ଯେଉଁ ମେଳି ହୋଇଥିଲେ ତାହା କ୍ରମେ ଫସରଫାଟିବାକୁ ଯାଉଛି। ଉର୍ମିଳାଙ୍କ ବିରୋଧୀ ପକ୍ଷ ଏବେ ଶକ୍ତିହୀନ ହେବାକୁ ଯାଉଥିବା ଭଦ୍ରକରେ ଚର୍ଚ୍ଚା ହେଉଥିବା ବେଳେ ଉର୍ମିଳା ବିଜେପିରେ ମିଶିବା ପୂର୍ବରୁ ଭଦ୍ରକରେ ବହୁ ବିଜେଡି ନେତାଙ୍କୁ ନେଇ ବିଜେପିରେ ମିଶାଇବାର ଯୋଜନାରେ ରହିଛନ୍ତି। ଉର୍ମିଳା ଯୁବ ନେତା ଲୁଲୁଙ୍କ ସପକ୍ଷରେ ରହି ବିଜେପିରେ ମିଶିବା ପାଇଁ ବୈଠକରେ ଯୋଗଦେଇଥିବା ବେଳେ ଉର୍ମିଳାଙ୍କ ବିପକ୍ଷ ଶିବିର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ଶିବିରରେ ଯୋଗଦେଇ ଥିଲେ। ଏଇ ଆସ୍ଥା, ଅନାସ୍ଥା ଓ ମିଶ୍ରଣ ଘଟଣାକୁ ନେଇ ଏବେ ଭଦ୍ରକ ଜିଲ୍ଲାରେ ରାଜନୀତି ଉଷ୍ମ ହୋଇଥିବା ବେଳେ ଜିଲ୍ଲାର ଦୁଇ ଟାଣୁଆ ଯୁବ ନେତା ନେତା ଲୁଲୁ ଓ ବଣୁଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଉଭୟ ନେତାଙ୍କ ଭିତରେ ବିବାଦ ଏବେ ଚରମ ସୀମାରେ ପହଁଚିଛି।
ବିଜେପିରେ ମିଶିବେ କି ମନୋରଂଜନ?
ଭଦ୍ରକରେ ଯେଉଁଠି ଶୁଣିବ ଏବେ ସବୁଠୁ ଲୁଲୁ ଆଉ ଅଣୁଙ୍କୁ ନେଇ ଚର୍ଚ୍ଚା ଚାଲିଛି। କେବଳ ଭଦ୍ରକ ସଦର ବ୍ଲକ ନୁହେଁ, ବନ୍ତ ବ୍ଲକର ବିଜେଡି ନେତା ମନୋରଞ୍ଜନ ଘଡେ଼ଇ ଅଧ୍ୟକ୍ଷ ରହିଥିବା ବେଳେ ସେ ଲୁଲୁଙ୍କ ଶିବିରରେ ଯୋଗଦେଇ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ଅଧ୍ୟକ୍ଷା ପଦରୁ ଅବସ୍ଥାରେ ହଟାଇବା ପାଇଁ ବିଜେଡିର କିଛି ନେତା ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ଏହି ଦସ୍ତଖତ ଅଭିଯାନ କେତେଦୂର ସଫଳ ହେବ ତାହା ସମୟ କହିବ। ଶୁଣାଯାଉଛି କାଳେ ମନୋରଂଜନ ଘଡେ଼ଇ ନିଷ୍ପତ୍ତି ନେଇ ସାରିଛନ୍ତି ବିଜେପିରେ ମିଶିବା ପାଇଁ। ତାଙ୍କ ଉଇପରେ ଅନାସ୍ଥା ଲଗାଇଲେ ସେ କାଳେ ଏଭଳି ଅବସ୍ଥା ଚର୍ଚାକୁ ଖାତିର କରୁ ନାହାନ୍ତି ବୋଲି ତାଙ୍କର ନିକଟତମ ମହଲରୁ ଆଲୋଚନା ହେଉଛି।
ଆହୁରି ପଢ଼ନ୍ତୁ: Bhadrak District BJD: ଭଦ୍ରକ ଜିଲ୍ଲାରେ ଖଣ୍ଡଖଣ୍ଡ ହୋଇଯିବ ବିଜେଡି ସଙ୍ଗଠନ: ନେତା କର୍ମୀ ଛାଡୁଛନ୍ତି ଦଳ, ବିଜେପିରେ ମହାମିଶ୍ରଣ ପାଇଁ ସଜବାଜ!
କିଏ ହେବେ ଶକ୍ତିଶାଳୀ?
ସେହିପରି ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ଅଛନ୍ତି ସୁମତି ସେଠୀ। ସେ କାଳେ ବିଜେପିକୁ ଯିବା କଥା ପ୍ରଚାରିତ ହେବା ପରେ ତାଙ୍କ ଘରକୁ କେହି ଦୃର୍ବୁତ୍ତ ପଥରମାଡ଼ କରିବା ସହ ଜୀବନରୁ ମାରି ଦେବାର ଧମକ ତାଙ୍କୁ କିଏ ଦେଇଛି ବୋଲି ସେ ଭଣ୍ଡାରିପୋଖରୀ ଥାନାରେ ଅଭିଯାଗ କରିଛନ୍ତି। ତାଙ୍କ ଉପରେ ଅନାସ୍ଥା ଆଣି ତାଙ୍କୁ ମଧ୍ୟ ଅଧ୍ୟକ୍ଷା ଗାଦିରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ ଭଦ୍ରକ ରାଜନୀତିରେ ଆସ୍ଥା ଅନାସ୍ଥାକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ବିଜେପିର ମହା ମିଶ୍ରଣ ପର୍ବ କେବେ ହେବ ତାହା ଉପରେ ସମସ୍ତ ନଜର ରଖିଛନ୍ତି। ଭଦ୍ରକ ଜିଲ୍ଲାରେ ଆଗାମୀ ଦିନରେ ବାସ୍ତବରେ କିଏ ହେବେ ଶକ୍ତିଶାଳୀ ତାହା ଉପରେ ତର୍ଜମା ଚାଲିଛି।
ଆହୁରି ପଢ଼ନ୍ତୁ: Education: ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୫ ଶହ ଛାତ୍ରଛାତ୍ରୀଙ୍କୁ ଅତିଥି ଶିକ୍ଷକ ଭରସା
Follow Us