Bhadrak Politics: ବାପାଙ୍କ ପାଇଁ ପୁଅର କର୍ତ୍ତବ୍ୟ କରିବି, ବିଜେପିକୁ ସୁଦୃଢ଼ ଲାଗି ସମୟ ଦେବି: ଲୁଲୁ

Advertisment

ର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ରାଜନୀତିରେ ବାପା ପ୍ରଫୁଲ୍ଲ ସାମଲ ଜଣେ ବରିଷ୍ଠ ନେତା। ବିଜୁ ଜନତା ଦଳ (ବିଜେଡି) ସହିତ ତାଙ୍କର ସଂପର୍କ ବହୁ ଦିନର।

ର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ରାଜନୀତିରେ ବାପା ପ୍ରଫୁଲ୍ଲ ସାମଲ ଜଣେ ବରିଷ୍ଠ ନେତା। ବିଜୁ ଜନତା ଦଳ (ବିଜେଡି) ସହିତ ତାଙ୍କର ସଂପର୍କ ବହୁ ଦିନର।

Untitled-21

Prafulla Samal reaction after jion in BJP. Photograph: (sambad.in)

ଭଦ୍ରକ (ହରିହର ନାୟକ): ଆମ ସାମାଜିକ ଚଲଣୀ ଯାହା, ଏହାର ଓଲଟା ହେଉଛି ରାଜନୀତିର ରଂଗ। ରାଜନୀତି ଏଭଳି ଏକ ଶଦ୍ଦ, ଯାହାକୁ ପରିବାର ମଧ୍ୟ ଭାଙ୍ଗିଦିଏ, ଭାଇ-ଭାଇ ମଧ୍ୟରେ ପାଚେରୀ ଗଢ଼ିଦିଏ। ସ୍ବାମୀ-ସ୍ତ୍ରୀ ସଂପର୍କକୁ ମଧ୍ୟ ଅଲଗା କରିଦିଏ। ବାପା-ପୁଅଙ୍କୁ ଅଲଗା ରାସ୍ତାକୁ ଟାଣିନିଏ। କିନ୍ତୁ ଭଦ୍ରକ ରାଜନୀତିର କଥା ଟିକିଏ ଭିନ୍ନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗତକାଲି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ତଥା ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ (ଲୁଲୁ) ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ରାଜନୀତିରେ ବାପା ପ୍ରଫୁଲ୍ଲ ସାମଲ ଜଣେ ବରିଷ୍ଠ ନେତା। ବିଜୁ ଜନତା ଦଳ (ବିଜେଡି) ସହିତ ତାଙ୍କର ସଂପର୍କ ବହୁ ଦିନର। ଯଦିଓ ବିଜେପିରେ ସାମିଲ ହୋଇଛି, ପୁଅ ହିସାବରେ ବାପାଙ୍କ ପାଇଁ ଥିବା କର୍ତ୍ତବ୍ୟ କରିବି। କିନ୍ତୁ ଭଦ୍ରକ ଜିଲ୍ଲାରେ ବିଜେପି ସୁଦୃଢ଼ ହେବା ପାଇଁ ସମୟ ଦେବି। 

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଲୁଲୁ ସାମଲ ଗତକାଲି ବିଜେପି ଦଳରେ ମିଶି ଯାଇଛନ୍ତି। ଗୋଟିଏ ଘରେ ରହି ବାପା ଓ ପୁଅ କିଭଳି ଭାବରେ ଆଗକୁ ରାଜନୀତି କରିବେ ବୋଲି ଲୁଲୁଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଲୁଲୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ପୁଅ ହିସାବରେ ବାପାଙ୍କ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିବି। ବାପାଙ୍କର ଭଲ ମନ୍ଦ କଥା ବୁଝିବା ମୋର କର୍ତ୍ତବ୍ୟ ପୂର୍ବ ଭଳି ରହିବ। ରାଜନୈତିକ ପ୍ରସଙ୍ଗ ନେଇ ଲୁଲୁ କହିଛନ୍ତି, ବାପା ବିଜେଡିରେ ଅଛନ୍ତି। ସେ ବିଜେଡି ଦଳ ପାଇଁ କାମ କରିବେ। ମୁଁ ଏବେ ବିଜେପି ଦଳରେ ମିଶିଛି। ତେଣୁ ଦଳର ନୀତିଗତ ନିଷ୍ପତ୍ତିକୁ ନେଇ ମୁଁ ବିଜେପି ପାଇଁ କାମ କରିବି।

ଆହୁରି ପଢ଼ନ୍ତୁ: Bhadrak Politics: ନବୀନଙ୍କ ପରାମର୍ଶକୁ ଅଣଦେଖା, ବିଜେପିରେ ୧୦୦୦ରୁ ଊର୍ଦ୍ଧ୍ବ ବିଜେଡି ନେତା-କର୍ମୀ ସାମିଲ

ବିଜେପିରେ ପ୍ରଫୁଲ୍ଲଙ୍କ ୨ପୁଅ, ଭଉଣୀ

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାର ୪ ଜଣ ବିଜେଡି ନେତା ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଦୁଇ ଜଣ ଅଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ପୁଅ। ଏତଦ୍‌ ବ୍ୟତୀତ ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଫୁଲ୍ଲଙ୍କ ବଡ଼ପୁଅ ଲୁଲୁ, ତାଙ୍କର ସାନ ଭାଇ ତଥା ଭଣ୍ଡାରିପଖୋରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ (ଜୁଲୁ), ଉଭୟଙ୍କର ପୀଉସୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ ବିଜେପିରେ ଯୋଗଦେଇଛନ୍ତି। ତେବେ ଗୋଟିଏ ଘରେ ରହି ବାପାପୁଅ କିଭଳି ଭାବରେ ଦୁଇଟି ଦଳ ପାଇଁ କାମ କରିବେ, ତାହା ଦେଖିବାର ଅଛି। ପ୍ରଫୁଲ୍ଲଙ୍କର ଏହି ଘରୋଇ ରାଜନୀତି ଭଦ୍ରକ ଜିଲ୍ଲାରେ ଏବେ ରୋଚକ ମୋଡ଼ ନେଉଛି।  ବାପା-ପୁଅଙ୍କର ଏହି ରାଜନୈତିକ ନାଟକବାଜି ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। 

ଆହୁରି ପଢ଼ନ୍ତୁ: Smriti Mandhana: ବିବାହ ସ୍ଥଗିତ ରହିଲା; ଆଗକୁ ବଢ଼ିବାର ସମୟ ଆସିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe