Advertisment

Rajya Sabha Polls, Dilip Ray : ରାଜ୍ୟସଭାର ଚତୁର୍ଥ ଆସନ: ଦିଲୀପ ରାୟ ପ୍ରାର୍ଥୀ ହେବା ପରେ ରାଉରକେଲାରେ ରାଜନୀତି ସରଗରମ

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟସଭାପତି ଭକ୍ତ ଚରଣ ଦାସ ସମର୍ଥନ ଦେବାକୁ ସିଧାସଳଖ ମନା କରିଦେଲେଣି। ଏହା ସତ୍ତ୍ବେ  ଶ୍ରୀ ରାୟ କେଉଁ ରଣକୌଶଳ ଆପଣାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟସଭାପତି ଭକ୍ତ ଚରଣ ଦାସ ସମର୍ଥନ ଦେବାକୁ ସିଧାସଳଖ ମନା କରିଦେଲେଣି। ଏହା ସତ୍ତ୍ବେ  ଶ୍ରୀ ରାୟ କେଉଁ ରଣକୌଶଳ ଆପଣାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି

New Project (6)

Dilip Ray Photograph: (sambad.in)

ରାଉରକେଲା: ରାଜ୍ୟସଭା ପାଇଁ ଗୁରୁବାର ଚତୁର୍ଥ ଆସନରେ ଦିଲୀପ ରାୟ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିବା ପରେ ରାଉରକେଲାରେ ରାଜନୀତି ସରଗରମ ହୋଇଛି।  ଗତ ୨୦୦୨ରେ ଶ୍ରୀ ରାୟ ରାଜ୍ୟସଭା ପାଇଁ  ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ରାଜନୈତିକ ଗୋଟିଚାଳନାରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ଭୋଟ ହାତେଇ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ଶ୍ରୀ ରାୟ ୨୦୦୨ ନିର୍ବାଚନର ପୁନରାବୃତ୍ତି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଇଉଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟସଭାପତି ଭକ୍ତ ଚରଣ ଦାସ ସମର୍ଥନ ଦେବାକୁ ସିଧାସଳଖ ମନା କରିଦେଲେଣି। ଏହା ସତ୍ତ୍ବେ  ଶ୍ରୀ ରାୟ କେଉଁ ରଣକୌଶଳ ଆପଣାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରକାଶଥାଉ କି, ରାଉରକେଲା ବିଜ୍ଞାପିତ ଅଞ୍ଚଳ (ଏନ୍‌ଏସି)ରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିିଥିବା ଶ୍ରୀ ରାୟ ଏକାଧିକ ଥର ବିଧାୟକ, ରାଜ୍ୟସଭା ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ହେଲେ ରାଉରକେଲା ବିଧାନସଭାରୁ ଦୁଇଥର ସେ ପରାଜିତ ମଧ୍ୟ ହୋଇଛନ୍ତି। 

ଆହୁରି ପଢନ୍ତୁ- Judge Wife Dies In Washroom Of Moving Train: ଷ୍ଟେସନରେ ଅପେକ୍ଷା କରିଥିଲେ ସ୍ବାମୀ, ଚଳନ୍ତା ଟ୍ରେନ୍ ଭିତରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ଦିଲୀପ ରାୟ ୧୯୯୫ରେ ରାଉରକେଲା ଏନ୍‌ଏସିର ପ୍ରଥମ ଅଧ୍ୟକ୍ଷ ଥିଲେ।  ସେହି ବର୍ଷ ଅଧ୍ୟକ୍ଷ ପଦବି ଛାଡ଼ି ଜନତା ଦଳରୁ ରାଉରକେଲା ବିଧାନସଭାରୁ ପ୍ରାର୍ଥୀ ‌ହୋଇ କଂଗ୍ରେସର ପୂର୍ବତନ ମହିଳା କମିସନର ଲୋପାମୁଦ୍ରା ମହାନ୍ତିଙ୍କୁ ୭, ୬୧୫ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ୧୯୯୦ରେ ପୁଣି ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ପ୍ରମୋଦ ପ୍ରଧାନଙ୍କୁ ୫୮ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଶିଳ୍ପ ଓ ହସ୍ତତନ୍ତ ଓ ବୟନଶିଳ୍ପମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ପ୍ରଭାତ ମହାପାତ୍ରଙ୍କଠୁ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।  ପ୍ରଭାତ ମହାପାତ୍ର ୬୬ ହଜାର ୬୪୭ ଭୋଟ ପାଇଥିବାବେଳେ ଦିଲୀପ ରାୟ ଜନତା ଦଳରୁ ୬୦ ହଜାର ୨୭୩ ଖଣ୍ଡ ଭୋଟ ପାଇଥିଲେ। 

ଆହୁରି ପଢନ୍ତୁ- Amit Shah: ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ, ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ

୧୯୯୬ରେ ବିଜେଡିରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। କେନ୍ଦ୍ର କୋଇଲା, ଇସ୍ପାତ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ବରେ ଥିଲେ। ସେ କେନ୍ଦ୍ର ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସହ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ମଧ୍ୟ ରହିଥିଲେ। ୨୦୦୨ରୁ ୨୦୦୮ ରାଜ୍ୟସଭା ସଦସ୍ୟ ଥିଲାବେଳେ ଶ୍ରୀ ରାୟ କେନ୍ଦ୍ର ଶ୍ରମ ଓ କଲ୍ୟାଣ କମିଟି, ଶ୍ରମ କମିଟି ଓ ବେସାମରିକ ବିମାନଚଳାଚଳ ପରାମର୍ଶଦାତା କମିଟି ସଭ୍ୟ ଥିଲେ। ୨୦୧୪ରେ ରାଉରକେଲା ବିଧାନସଭା ଆସନରୁ ବିଜେପିରୁ ପୁଣି ଛିଡ଼ା ହୋଇଥିଲେ। ବିଜେପିର ସାରଦା ପ୍ରସାଦ ନାୟକଙ୍କୁ ୧୦, ୯୨୯ ‌‌ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ। ସହରର ବିଭିନ୍ନ ପ୍ରସଙ୍ଗକୁ ନେଇ ୨୦୧୮ରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ୨୦୨୪ରେ ପୁଣି ରାଉରକେଲା ବିଧାନସଭା ଆସନରୁ ବିଜେପିରୁ ପ୍ରତିଦ୍ବନ୍ଦିତା କରିଥିଲେ। ହେଲେ ତାଙ୍କୁ ପରାଜିତ ହେବାକୁ ପଡିଥିଲା। ବିଜେଡିର ସାରଦା ପ୍ରସାଦ ନାୟକଙ୍କଠୁ ମାତ୍ର ୩, ୫୫୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe