ନବରଙ୍ଗପୁର (ସୁରେଶ ନାଇଡୁ): ମଣ୍ଡି ଆରମ୍ଭ ହୋଇ ୨୪ଦିନ ପରେ ବି କୌଣସି ମଣ୍ଡି ସ୍ବାଭାବିକ ହୋଇ ପାରିନି। ଅବ୍ୟବସ୍ଥାରେ ଚାଳିଛି। ମିଲର୍ସ ମାନେ ମନମାନି କରୁଛନ୍ତି। ପ୍ରଶାସନ ଏଯାଏଁ ଚାଷୀଙ୍କ ପାଇଁ ଭିତ୍ତଭୂମି ଯୋଗାଇ ପାରିନି। ଶୀତକାକାରରେ ଚାଷୀ ମଣ୍ଡିକୁ ଯାଇ ହନ୍ତସନ୍ତ ହେଉଛି। ଟୋକନ୍ ଧାର୍ଯ୍ୟ ସମୟରେ ଧାନ ଉଠିପାରୁନି। ଜିଲ୍ଲାର ପ୍ରମୁଖ ମଣ୍ଡି ଗୁଡିକରୁ ମଂଜିଏ ଧାନ ଉଠି ପାରିନି। ଯେଉଁ ଚାଷୀଙ୍କର ଧାନ ନିଆଯାଇଛି ସେମାନଙ୍କୁ ବୋନସ୍ ମିଳିନି। ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ନେଇ କଟାକ୍ଷ କରୁଛନ୍ତି। ତେଣୁ ସେ ତୁରନ୍ତ ଭୂଲ ମାଗନ୍ତୁ। ସେହିପରି ଅବ୍ୟବସ୍ଥାକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତାଫା ଦିଅନ୍ତୁ ବୋଲି ରାଜ୍ୟ ବରିଷ୍ଟ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି।
ଆସନ୍ତା ୧୩ତାରିଖ ଦିନ ଝରିଗାଁ, ଉମରକୋଟ ଓ ରାଇଘର ଏଭଳି ୩ବ୍ଲକକୁ ବାଦ୍ ଦେଇ ବଳକା ୭ବ୍ଲକରେ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ୧୨ଘଣ୍ଟା ଧରି ୮ଦଫା ଦାବି ଆନ୍ଦୋଳନ କରାଯିବ। ଅଖଚକ ବନ୍ଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ। ସେଦିନ ଚାଷୀମାନେ ଧାନ ମଣ୍ଡିକୁ ନେବା ବଦଳରେ ଧାରଣାସ୍ଥଳକୁ ଆଣିବେ ବୋଲି ଉଭୟ କହିଛନ୍ତି। ରାଜ୍ୟସରକାର ଚାଷୀଙ୍କୁ ଭଣ୍ଡାମୀ କରୁଛନ୍ତି। ଜିଲ୍ଲାପ୍ରଶାସନ ରାଜ୍ୟସରକାରଙ୍କୁ ମିଛ ସୂଚନା ଦେଉଛନ୍ତି। କୋଷାଗୁମୁଡା ପରି ବଡ ମଣ୍ଡିରୁ ମଂଜିଏ ଧାନ ଉଠିନି। ପ୍ରତ୍ୟେକ ମଣ୍ଡିର ଟାର୍ଗେଟ ୪ହଜାର କୁଇଣ୍ଟାଲ କରାଯାଉ, ଟୋକନ୍ ସମୟସୀମା ଲ୍ୟାପ୍ସ ନ ହେଉ ଏବଂ ସବୁ ଚାଷୀଙ୍କୁ ଦିଆଯାଉ, ଚାଷୀଙ୍କୁ ଅଖାବସ୍ତା ଆଣିବାକୁ ବାଧ୍ୟ କରା ନଯାଉ, ଅବଧି ସମୟରେ ହିଁ ମଣ୍ଡିରୁ ଧାନ ଉଠାଯାଉ, ମଣ୍ଡିରେ ଚାଷୀ ପଞିକରଣ ସକାଳ ୯ଠାରୁ ଅପରାହ୍ନ ୪ଟା ଯାଏଁ କରାଯାଉ, ମଣ୍ଡିରେ ଭିତ୍ତିଭୂମି ସୁଧାର କରି, ପାଣି, ତାରଫୋଲିନ, ଶୌଚାଳାୟ ଆଦି ଭିତ୍ତିଭୂମିର ସୁଧାର ଅଣାଯାଉ ଓ ଏହାସହ କଟନିଛଟନି ସମ୍ପୁର୍ଣ୍ଣ ଉଚ୍ଛେଦ ହେଉ ବୋଲି ଦାବି କରିଥିଲେ। କଟନିଛଟନି ତାଙ୍କ ସରକାର ଅମଳରେ ନଥିଲା ବୋଲି ଏମାନେ ସ୍ପଷ୍ଟୀକରଣ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Yogi Adityanath, Magh Mela: ମାଘ ମେଳାରେ ଭବିଷ୍ୟବାଣୀ: ୨୦୩୧ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ
ମିଲର୍ସଙ୍କ ହାତବାରିସୀ ରାଜ୍ୟ ସରକାର!
ମିଲର୍ସଙ୍କ ହାତବାରିସୀ ରାଜ୍ୟ ସରକାର ସାଜିଛିବୋଲି ତାତ୍ସଲ୍ୟ କରିଥିଲେ। ଝରିଗାଁ, କୋଷାଗୁମୁଡା, ରାଜୋଡା, ବଡଆମ୍ବଡାଆଦି ବଡ ମଣ୍ଡିରୁ ଗୋଟିଏ ବି ମଂଜି ଉଠିନି ବୋଲି ଏମାନେ ଅଭିଯୋଗ କରିଥିଲେ। ଆଜି କୋଷାଗୁମୁଡା ମଣ୍ଡିରେ ଆନ୍ଦୋଳନସ୍ଥଳକୁ ଯାଇ ପ୍ରଶାସନ ସହ ଆଲୋଚନା କରିବା ପରେ ଧାନ ଉଠିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ। ଏବେ ବି ମଣ୍ଡିରେ ୫ଲକ୍ଷ କୁଇଣ୍ଟାଲ ଧାନ ପଢ଼ିଛି। ପ୍ରଶାସନ ୩ଲକ୍ଷ କୁଇଣ୍ଟାଲ କିଣିଥିବା ମିଛ। ମଣ୍ଡିରୁ ଧାନ ଉଠୁନଥିବା ବେଳେ ମିଲର୍ସଙ୍କ ଗୋଦାମକୁ କିଭଳି ଧାନ ପହଚିଂଛି। ଏହି ଧାନ କାହାର ତଦନ୍ତ ସାପେକ୍ଷ। ଏତେ ସବୁ ବୈଷୟିକ ପଦ୍ଧତି ଅବଲମ୍ବନ କରୁଥିବା ବେଳେ ଘରୁ ମଣ୍ଡିକୁ ଯିବା ଧାନ ମିଲକୁ ସିଧାସଳଖ କିଭଳି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ବିଜେଡି ଜିଲ୍ଲା ମହିଳା ସଭାପତି ମଞୁଳା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଅରୁଣ ମିଶ୍ର, ବରିଷ୍ଠ ନେତା ସରୋଜ ପାତ୍ର ଧାନ କିଣାରେ ବ୍ୟାପକ ଅନିମିୟତତା କରି ଚାଷୀଙ୍କୁ ଶୋଷଣ କରି ୧୦କିଲୋର କଟନିଛଟନୀ କରୁଥିବା ଅଭିଯୋଗ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ନଗରସଭାପତି ପ୍ରମୋଦ ରଥ, ବରିଷ୍ଠ ନେତା ଭୀମ ହରିଜନ, ଲାଲୁ ତ୍ରିପାଠୀ, ସୀମାଂଚଳ ପାଢ଼ୀ ପ୍ରମୁଖ ଭାଗ ନେଇଥିଲେ।
ଆହୁରି ପଢ଼ନ୍ତୁ: Book Fair: କୁଦୋପାଲି ପୁସ୍ତକ ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ: ଧର୍ମେନ୍ଦ୍ର
Follow Us