ଭୁବନେଶ୍ବର: ‘ସମ୍ବାଦ ସାହିତ୍ୟଘର’ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଦିଗରେ କାମ କରୁଛି। ୨୦୨୫ ମସିହାରେ ରାଜ୍ୟର ୩୦ଟି ଜିଲ୍ଲା ସହ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ୩୭୨ଟି ‘ସାହିତ୍ୟଘର’ର ୪୦ ହଜାରରୁ ଅଧିକ ସଦସ୍ୟଙ୍କ ସାମୂହିକ ଉଦ୍ୟମ ଯୋଗୁ ମୋଟ ୧ ଲକ୍ଷ ୫୫ ହଜାର ୭୨୧ଟି ଚାରାରୋପଣ କରାଯାଇଛି। ‘ସମ୍ବାଦ’ କଟକ ସଂସ୍କରଣ ଅଧୀନରେ ଥିବା ୪୦ଟି ସାହିତ୍ୟଘର ପକ୍ଷରୁ ସର୍ବାଧିକ ୩୫ ହଜାର ୮ ଶହ ୭୭ଟି ଚାରା ରୋପଣ କରାଯାଇଥିବା ବେଳେ ସମ୍ବଲପୁରର ୮୭ଟି ସାହିତ୍ୟଘର ପକ୍ଷରୁ ୨୧ ହଜାର ୨୮୨, ଯାଜପୁର ସଂସ୍କରଣର ୨୭ଟି ସାହିତ୍ୟଘର ପକ୍ଷରୁ ୧୦ ହଜାର ୭୦୬, ରାଉରକେଲା ସଂସ୍କରଣର ୨୦ଟି ସାହିତ୍ୟଘର ପକ୍ଷରୁ ୮ ହଜାର ୬୧୮, ଅନୁଗୁଳ ସଂସ୍କରଣର ୧୭ଟି ସାହିତ୍ୟଘର ପକ୍ଷରୁ ୭ ହଜାର ୫୫୨, ବ୍ରହ୍ମପୁର ସଂସ୍କରଣର ୪୬ଟି ସାହିତ୍ୟଘର ପକ୍ଷରୁ ୯ ହଜାର ୪୩୨, ଭୁବନେଶ୍ବର ସଂସ୍କରଣର ୩୧ଟି ସାହିତ୍ୟଘର ପକ୍ଷରୁ ୧୩ ହଜାର ୨୮୩, ଜୟପୁର ସଂସ୍କରଣର ୩୬ଟି ସାହିତ୍ୟଘର ପକ୍ଷରୁ ୧୭ ହଜାର ୮୯୪ ଏବଂ ବାଲେଶ୍ବର ସଂସ୍କରଣର ୬୮ଟି ସାହିତ୍ୟଘର ପକ୍ଷରୁ ୩୧ ହଜାର ୭୭ ବୃକ୍ଷରୋପଣ ହୋଇଛି। ଏଥିପାଇଁ  ‘ସମ୍ବାଦ’ର ପ୍ରତିଷ୍ଠାତା ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଓ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ସାହିତ୍ୟଘରର ସମସ୍ତ କର୍ମକର୍ତ୍ତା, ଶୁଭେଚ୍ଛୁ, ସ୍ବେଚ୍ଛାସେବୀ ଏବଂ ‘ସମ୍ବାଦ’ର ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ

ଉଲ୍ଲେଖଥାଉକି, ବର୍ତ୍ତମାନ ପ୍ରଦୂଷିତ ପରିବେଶ, ଅହେତୁକ ତାପମାତ୍ରା ବୃଦ୍ଧି ଏବଂ ଅନିୟମିତ ପାଣିପାଗ ଯୋଗୁ ବିଶେଷ କରି ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ଏବଂ ଜୀବଜଗତ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ପରିବେଶ ସୁରକ୍ଷାର ସଂକଳ୍ପ ନେଇ ‘ସମ୍ବାଦ’ର ପ୍ରତିଷ୍ଠାତା ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ୨୦୧୯ ମସିହାରୁ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ରାଜ୍ୟବ୍ୟାପୀ ଚାରାରୋପଣ ଅଭିଯାନ ଜାରି ରହିଛି। ଗତ ୬ ବର୍ଷ ମଧ୍ୟରେ ମୋଟ ୫ ଲକ୍ଷ ୬୪୯୭୩ ଚାରାରୋପଣ ହୋଇଛି। ୨୦୧୯ ମସିହାରେ ୨୭ ହଜାର ୪୫୩, ମହାମାରୀ କରୋନା ସତ୍ତ୍ବେ ୨୦୨୦ ଓ ୨୦୨ରେ ଯଥାକ୍ରମେ ୧୭ ହଜାର ୭୬୭ ଓ ୬୮,୪୫୯, ୨୦୨୨ ମସିହାରେ ୧ ଲକ୍ଷ ୧୯ ହଜାର ୪୬୭, ୨୦୨୩ ମସିହାରେ ୧ ଲକ୍ଷ ୫୯ ହଜାର ୬୧୪ ଓ ୨୦୨୪ ମସିହାରେ ୧ ଲକ୍ଷ ୭୨ ହଜାର ୨୧୩ଟି ଚାରା ରୋପଣ କରାଯାଇଛି।

Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ