ଦିଲ୍ଲୀପ ସ୍ବାଇଁ
ନୀଳଗିରି: ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟର ଅଧିକାଂଶ ଜଳଉତ୍ସ ଶୁଖିଯାଉଛି। ଫଳରେ ଜୀବଜନ୍ତୁ ଜଳାଭାବର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ୨୭୨.୭୫ ବର୍ଗ କିଲୋମିଟର ପରିବ୍ୟାପ୍ତ କୁଲଡିହାରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ମୟୂର, ବେଲେରା ମୂଷା, କୁଟୁରା, ଜଙ୍ଗଲୀ କୁକୁଡ଼ାଙ୍କ ସମେତ ୨୫୦ରୁ ଅଧିକ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ରହନ୍ତି। ଗତ କିଛି ବର୍ଷ ହେଲା ଏଠାରେ ହାରାହାରି ତାପମାତ୍ରା ୨୭ ଡିଗ୍ରି ରହୁଥିବା ବେଳେ ଖରାଦିନେ ସର୍ବାଧିକ ୪୩ ଡିଗ୍ରିରେ ପହଞ୍ଚିଯାଉଛି। ଫଳରେ ଗତ ୪ରୁ ୫ ବର୍ଷ ହେବ ଅଭୟାରଣ୍ୟ ଭିତରେ ଓ ପାଦଦେଶରେ ଥିବା ଝରଣା ଓ ଜଳାଶୟଗୁଡ଼ିକ ଶୀତଦିନ ସରୁ ସରୁ ଶୁଖିଯାଉଛି। ଜୁରିଆତୋଟା ଓ ଜଡ଼ାଚୁଆ ମଝିରେ ଥିବା ମେଛକୁଣ୍ଡ ଝରଣା ଏବଂ ଗଡ଼ସିମୁଳିଆଠାରେ ଥିବା ଝରଣା ବର୍ଷତମାମ ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଉଥିବା ବେଳେ ଗତ କିଛି ବର୍ଷ ହେବ ତାପମାତ୍ରା ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ଝରଣା ଦୁଇଟି ଶୁଖିଯାଉଛି।
Cuttack: କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ
କେବଳ ଏହି ଦୁଇଟି ଝରଣା ନୁହେଁ, ଅଭୟାରଣ୍ୟରେ ଥିବା ୧୦ରୁ ଅଧିକ ଝରଣାର ସମାନ ଅବସ୍ଥା କୁଲଡିହାରେ ବନ୍ୟଜନ୍ତୁଙ୍କ ପାଇଁ ପାଣିର ମୁଖ୍ୟ ଉତ୍ସ ହେଉଛି ଅଭୟାରଣ୍ୟର ତିନି ପାର୍ଶ୍ବରେ ଥିବା ଋଷିଆ, ଖମଖୁଟ ଓ ସାତଘାଟି ବନ୍ଧ। ଖମଖୁଟ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ବନ ବିଭାଗର କଟକଣା କାରଣରୁ ଅଟକି ରହିଥିବା ବେଳେ ଋଷିଆ ଓ ସାତଘାଟି ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟ ହୋଇଥିଲେ ବି ଖରାଦିନ ସେଥିରେ ପାଣି ରହୁନି। ଫଳରେ ଜୀବଜନ୍ତୁ ପାଣି ପାଇଁ ଡହଳବିକଳ ହେଉଛନ୍ତି। କୁଲଡିହା ଅଭୟାରଣ୍ୟ ଭିତରେ ପ୍ରାକୃତିକ ଜଳାଶୟକୁ ଛାଡ଼ି ବନ ବିଭାଗ ଦ୍ବାରା ୬୦ଟି କୃତ୍ରିମ ଜଳାଶୟ ରହିଛି। ତେବେ ରକ୍ଷଣାବେକ୍ଷଣା ଅଭାବରୁ ୪୦ଟି କୃତ୍ରିମ ଜଳାଶୟ ସମ୍ପୂର୍ଣ୍ଣ ପୋତିଯାଇଛି। ସେହିପରି ୧୦ଟି କୃତ୍ରିମ ଜଳାଶୟ ଦରପୋତା ଅବସ୍ଥାରେ।
Horoscope 2026 February 26: ଜାଣନ୍ତୁ ଆଜିର ରାଶିଫଳ
କୁଲଡିହା ଅଭୟାରଣ୍ୟରେ ପାଣି ସଂକଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନୀଳଗିରି ରାଜା ତଥା ପ୍ରକୃତିପ୍ରେମୀ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ। ସେ କହିଛନ୍ତି, ଜଳବାୟୁର ଦ୍ରୁତ ପରିବର୍ତ୍ତନ ସହ କୁଲଡିହାରେ ବୃକ୍ଷ ସଂଖ୍ୟା କମୁଛି। ତେଣୁ ଜଳଧାରଣ କ୍ଷମତା ହ୍ରାସ ପାଉଛି। ସେହିପରି ଫକୀରମୋହନ ବିଶ୍ବବିଦ୍ୟାଳୟ ଭୂଗୋଳ ବିଭାଗର ପ୍ରଫେସର ଡ. ମନୋରଞ୍ଜନ ମିଶ୍ର କହିଛନ୍ତି, କୁଲଡିହାର ଭୌଗୋଳିକ ସ୍ଥିତିର ଅନୁଧ୍ୟାନ ହେବା ଆବଶ୍ୟକ। ଏଠାକାର ମାଟିର ଜଳଧାରଣା କ୍ଷମତା କେତେ, ସେନେଇ ସ୍ବତନ୍ତ୍ର ଟିମ୍ ଦ୍ବାରା ଯାଞ୍ଚ କରାଯିବା ସହ କୁତ୍ରିମ ଜଳଉତ୍ସଗୁଡ଼ିକୁ ପୁନରୁଦ୍ଧାର କରାଯିବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/dgdaggdzc-2026-02-26-03-03-07.jpg)