ପରିବେଶକୁ ପ୍ଲାଷ୍ଟିକ୍ମୁକ୍ତ କରିବା ଓ ଗ୍ରାମାଞ୍ଚଳର ଲୋକଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନା କରାଇବା ପାଇଁ କିଛି ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି ବ୍ରହ୍ମପୁର ସହରର ୩୦ ବର୍ଷୀୟ ଭାରତ ଗୌରବ ଦାଶ। ପ୍ରାୟ ପାଞ୍ଚ ବର୍ଷ ତଳେ ଜଣେ ପରିବେଶ କର୍ମୀ ଓ ସ୍ବେଚ୍ଛାସେବୀ ଭାବେ ଯାତ୍ରା ଆରମ୍ଭ କରିଥିଲେ ସେ।
ସମୁଦ୍ର ମୁହାଣ ସଫେଇରୁ ଭାରତ ତାଙ୍କର ପରିବେଶ ସୁରକ୍ଷା କାର୍ଯ୍ୟ ଆରମ୍ଭ କରିଥିଲେ। ଇତିମଧ୍ୟରେ ୪୦୦ରୁ ଅଧିକ ତଟବର୍ତ୍ତୀ ଅଞ୍ଚଳରେ ସେ ପ୍ଲାଷ୍ଟିକ୍ ସଫେଇ ଅଭିଯାନ କରିସାରିଲେଣି। ପୁଣି ସଂଗୃହୀତ ପ୍ଲାଷ୍ଟିକ୍ ଆବର୍ଜନାକୁ ନେଇ ସେ ଘର ସାଜସଜ୍ଜା ଜିନିଷ ତିଆରି କରି ତାହାକୁ ବିକ୍ରି ମଧ୍ୟ କରନ୍ତି। ୫୫୦୦ରୁ ଅଧିକ ପ୍ଲାଷ୍ଟିକ୍ ବୋତଲ ଠିପିରେ କଳାକୃତି ତିଆରି କରି ସେ ଜାତୀୟ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି।
Horoscope 2026 February 24 : ଜାଣନ୍ତୁ ଆଜିର ରାଶିଫଳ
ଏଥିସହ ସେ ଗ୍ରାମାଞ୍ଚଳର ଯୁବପିଢ଼ିକୁ ମଧ୍ୟ ପରିବେଶ ସ୍ବଚ୍ଛତା ନେଇ ସଚେତନ କରାଉଛନ୍ତି। ସେ ୨୦୦ରୁ ଅଧିକ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ ଓ କର୍ମଶାଳା ଆୟୋଜନ କରିଛନ୍ତି। ଜଙ୍ଗଲ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଗଛ ଲଗାଇବା ସହ ପରିବେଶ ଅନୁକୂଳ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାର ପନ୍ଥା ମଧ୍ୟ ସୃଷ୍ଟି କରିଛନ୍ତି। ଜିଲ୍ଲାସ୍ତରୀୟ ଅଭିଯାନ ମାଧ୍ୟମରେ ୧୦୦୦ରୁ ଅଧିକ ଗ୍ରାମାଞ୍ଚଳର ଯୁବକଙ୍କୁ ଜଳବାୟୁ କାର୍ଯ୍ୟରେ ଯୋଡ଼ିଛନ୍ତି ଭାରତ। ଏହାସହ ୟୁନିସେଫ୍, ୟୁଥ୍ ଫର୍ ୱାଟର ପ୍ଲସ୍, ଏନ୍ସିସି, ଏନ୍ଏସ୍ଏସ୍, ସ୍କାଉଟ୍ସ ଓ ଗାଇଡ୍ସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂଗଠନ ସହିତ ମିଳିତ ଭାବରେ ଅଭିଯାନ ପରିଚାଳନା କରୁଛନ୍ତି। ୨୦୨୪ ମସିହାରେ ସେ ଜଳବାୟୁ କାର୍ଯ୍ୟ ପାଇଁ ରାଜ୍ୟ ପୁରସ୍କାର ପାଇଛନ୍ତି। ଭାରତ ବର୍ତ୍ତମାନ ଏକ ଘରୋଇ ଅନୁଷ୍ଠାନର ମାନବ ସମ୍ବଳ ପରିଚାଳନା ବିଭାଗରେ କାର୍ଯ୍ୟରତ। ପ୍ରତି ସପ୍ତାହାନ୍ତରେ ସେ ସାଙ୍ଗମାନଙ୍କୁ ଏକାଠି କରି ପରିବେଶ ପାଇଁ କାମ କରନ୍ତି।
ଭାରତ ଏକ ‘ଜଳ ସାଇକେଲ’ ମଡେଲ୍ ନିର୍ମାଣ କରିଛନ୍ତି, ଯାହା ପୋଖରୀ, ନଦୀ ଓ ସମୁଦ୍ର ଜଳରୁ ପ୍ଲାଷ୍ଟିକ୍ ଆବର୍ଜନା ସଫା କରିବା ପାଇଁ ଉଦ୍ଦିଷ୍ଟ। ସେ ଗ୍ରାମାଞ୍ଚଳର ପୋଖରୀଗୁଡ଼ିକୁ ଆବର୍ଜନା ମୁକ୍ତ କରିବା ପାଇଁ ଏହାର ବ୍ୟବହାର କରୁଛନ୍ତି। ଭବିଷ୍ୟତରେ ପରିବେଶ ପାଇଁ କିଛି ନୂତନ କାର୍ଯ୍ୟ କରିବା ସହ ନୂଆନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ତାଙ୍କର ଯୋଜନା ରହିଥିବା କହନ୍ତି ଭାରତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/24/fhfshhfxbvbvbv-2026-02-24-00-11-19.jpg)