Environmentalist: ପରିବେଶ ଯୋଦ୍ଧା: ଚିତ୍ର ଓ ପ୍ରାଣୀ ସେବାରେ ପରିବେଶ ସୁରକ୍ଷାର ମନ୍ତ୍ର

କେତେବେଳେ ବଣପ‌ାହାଡ଼ ଓ ଝରଣାରେ ରଙ୍ଗ ଭରି ତାକୁ ଜୀବନ୍ତ କରିଦିଅନ୍ତି ତ ପୁଣି କେତେବେଳେ ରାସ୍ତାକଡ଼ର ଅସହାୟ କୁକୁରମାନଙ୍କ ‌େ‌ସବାରେ ନିଜକୁ ହଜେଇ ଦିଅନ୍ତି। ସବୁଠାରେ ପରିବେଶ ସୁରକ୍ଷାର ଚିନ୍ତା ଓ କାର୍ଯ୍ୟକୁ ନେଇ ସେ ବହୁ ବର୍ଷ ଧରି ନିଃସ୍ବାର୍ଥପର ଭାବରେ କାର୍ଯ୍ୟ କରିଚାଲିଛନ୍ତି।

sfhfhxbvbvb

କେତେବେଳେ ବଣପ‌ାହାଡ଼ ଓ ଝରଣାରେ ରଙ୍ଗ ଭରି ତାକୁ ଜୀବନ୍ତ କରିଦିଅନ୍ତି ତ ପୁଣି କେତେବେଳେ ରାସ୍ତାକଡ଼ର ଅସହାୟ କୁକୁରମାନଙ୍କ ‌େ‌ସବାରେ ନିଜକୁ ହଜେଇ ଦିଅନ୍ତି। ସବୁଠାରେ ପରିବେଶ ସୁରକ୍ଷାର ଚିନ୍ତା ଓ କାର୍ଯ୍ୟକୁ ନେଇ ସେ ବହୁ ବର୍ଷ ଧରି ନିଃସ୍ବାର୍ଥପର ଭାବରେ କାର୍ଯ୍ୟ କରିଚାଲିଛନ୍ତି। କଟକ ବିଡ଼ାନାସୀସ୍ଥିତ ଚହଟାନଗର ବାସିନ୍ଦା ପୁଷ୍ପିତା ସାହୁ ତାଙ୍କର ଏହି ଅନନ୍ୟ ପରିବେଶ ସଚେତନତ‌ା କାର୍ଯ୍ୟକ୍ରମ ବହୁ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଜାରି ରଖିଛନ୍ତି। ପୁଷ୍ପିତାଙ୍କର ନିଶା ଚିତ୍ରକଳା। ରୁଚି ତାଙ୍କର ରାସ୍ତାକଡ଼ର ଅସହାୟ ଓ ନିରାଶ୍ରୟ କୁକୁରମାନଙ୍କର ସେବା। ସେଥିପାଇଁ ସେ ନିଜ ଘରେ କୁକୁରମାନଙ୍କ ପାଇଁ ନିର୍ମାଣ କରିଥିବା ଏକ ଆଶ୍ରୟସ୍ଥଳୀ ପରିଚାଳନା କରିବା ସହିତ ଚିତ୍ରକଳା ମାଧ୍ୟମରେ ସେ ପିଲାମାନଙ୍କୁ ପରିବେଶ ସଂରକ୍ଷଣର ଶିକ୍ଷା ଦିଅନ୍ତି। 

Sanchar Sathi APP: ନୂଆ ସ୍ମାର୍ଟଫୋନରେ ସଞ୍ଚାରସାଥୀ ଆପ୍ ରହିବ, ସରକାରଙ୍କ ନିର୍ଦ୍ଦେଶ

ରାସ୍ତାକଡ଼ ବୁଲ‌ା କୁକୁରମାନଙ୍କୁ ରୋଗାକ୍ରାନ୍ତ ଅବସ୍ଥାରେ ଦେଖିଲେ ତାଙ୍କର ମନ ଦୋହଲି ଯାଇଥାଏ। ସଙ୍ଗେ ସଙ୍ଗେ ସେ ସେହି କୁକୁରମାନଙ୍କୁ ନିଜ ଘରେ କରିଥିବା ଆଶ୍ରୟସ୍ଥଳୀକୁ ନେଇ ଆସନ୍ତି। ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା‌ କରାଇବା ସହିତ ସେମାନଙ୍କର ସେବାଶୁଶ୍ରୂଷା କରନ୍ତି। ନିକଟରେ ବୁଲା କୁକୁରମାନଙ୍କ ଉପରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ପୁଷ୍ପିତା କହନ୍ତି, ‘‘ବୁଲା କୁକୁରମାନେ ଯଦି ଆମ ପରିବେଶରେ ନ ରହିବେ, ତେବେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଉଜୁଡ଼ିଯିବ। ପରିମଳ ବ୍ୟବସ୍ଥା ଉଜୁଡ଼ିଗଲେ ପରିବେଶ ସୁରକ୍ଷା ହୋଇପାରିବ ନାହିଁ। କୁକୁରମାନଙ୍କର ବଂଶ ବୃଦ୍ଧି ନିୟନ୍ତ୍ରଣ କରିବା ସହିତ ସେମାନଙ୍କୁ ଜଳାତଙ୍କ ରୋଗରୁ ମୁକ୍ତି ପାଇଁ ଟିକା ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ପ୍ରାଣୀ ଚିକିତ୍ସାଳୟରେ ସମସ୍ତ ସାହାଯ୍ୟ ସହଯୋଗ ମାଗଣାରେ ଯୋଗାଇ ଦିଆଯାଉଛି। ସେମାନଙ୍କୁ ମାରିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଆଜିର ସମସ୍ୟା ବୁଲା କୁକୁରମାନଙ୍କର ବଂଶ ବୃଦ୍ଧି କାରଣରୁ ଉପୁଜିଛି। ସେମାନଙ୍କର ବଂଶ ବୃଦ୍ଧି ନିୟନ୍ତ୍ରଣ କଲେ ସମସ୍ୟାର ସମାଧାନ ହେବ, ପରିମଳ ବ୍ୟବସ୍ଥା ସୁଧୁରିବା ସହିତ ପରିବେଶ ସଂରକ୍ଷଣ ହୋଇପାରିବ।’’

Missing return home: ୧୦ ବର୍ଷ ତଳେ ବାପା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଥିବା ଦୁଇ ଛୋଟ ପୁଅ ଝିଅଙ୍କ ସନ୍ଧାନ

ପ୍ରକୃତିର ସୌନ୍ଦର୍ଯ୍ୟକୁ ଯଦି ଆମେ ଚିତ୍ରକଳାରେ ପ୍ରସ୍ଫୁଟିତ କରିବା ତେବେ ଏହା ପରିବେଶ ସୁରକ୍ଷା ମହତ୍ତ୍ବର ବାର୍ତ୍ତା ପ୍ରଦାନ କରିବ। ଏଥିପାଇଁ ପିଲାମାନଙ୍କୁ ବାଲ୍ୟାବସ୍ଥାରୁ ଶିକ୍ଷା ଦେବା ଆବଶ୍ୟକ। ବଣପାହାଡ଼, ବୃକ୍ଷଲତା, ନଈନାଳ ଓ ଝରଣାର ସଂରକ୍ଷଣ ମନ୍ତ୍ର ବାଣ୍ଟିଲେ ସେହି ପିଲାମାନେ ଆଗକୁ ଯାଇ ପରିସଂସ୍ଥାନକୁ ବଞ୍ଚାଇ ରଖିବାରେ ସହାୟକ ହୋଇପାରିବେ। ପିଲାଙ୍କ ଠାରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି କଲେ ସମସ୍ତଙ୍କ ନିକଟରେ ପରିବେଶ ସଚେତନତା ପହଞ୍ଚାଇବା ସହଜ ହୋଇପାରିବ।

Punascha Pruthibi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe