Advertisment

Environmental movement: ଭାରତର ପ୍ରଥମ ପରିବେଶ ଆନ୍ଦୋଳନ

Advertisment

ଭାରତ‌େର ଗୋଷ୍ଠୀଗତ ଭାବେ ପରିବେଶ ସୁରକ୍ଷା ପାଇଁ ପ୍ରଥମେ ଅଣ୍ଟା ଭିଡ଼ିଥିଲେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ। କିଂବଦନ୍ତି ଅନୁଯାୟୀ, ୧୪୮୫ ମସିହାରେ ସନ୍ଥ ଗୁରୁ ମହାରାଜା ଜମ୍ଭେଶ୍ୱର ରାଜସ୍ଥାନର ମାରୱାଡ଼ ଅଞ୍ଚଳରେ ବିଷ୍ଣୋଇ ଧର୍ମର ପ୍ରତିଷ୍ଠା କରିଥିଲେ।

ଭାରତ‌େର ଗୋଷ୍ଠୀଗତ ଭାବେ ପରିବେଶ ସୁରକ୍ଷା ପାଇଁ ପ୍ରଥମେ ଅଣ୍ଟା ଭିଡ଼ିଥିଲେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ। କିଂବଦନ୍ତି ଅନୁଯାୟୀ, ୧୪୮୫ ମସିହାରେ ସନ୍ଥ ଗୁରୁ ମହାରାଜା ଜମ୍ଭେଶ୍ୱର ରାଜସ୍ଥାନର ମାରୱାଡ଼ ଅଞ୍ଚଳରେ ବିଷ୍ଣୋଇ ଧର୍ମର ପ୍ରତିଷ୍ଠା କରିଥିଲେ।

363 forest dwellers gave their lives to protect the Khejari trees

ମରୁଭୂମିର ଜୀବନରେଖା

ଭାରତ‌େର ଗୋଷ୍ଠୀଗତ ଭାବେ ପରିବେଶ ସୁରକ୍ଷା ପାଇଁ ପ୍ରଥମେ ଅଣ୍ଟା ଭିଡ଼ିଥିଲେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ। କିଂବଦନ୍ତି ଅନୁଯାୟୀ, ୧୪୮୫ ମସିହାରେ ସନ୍ଥ ଗୁରୁ ମହାରାଜା ଜମ୍ଭେଶ୍ୱର ରାଜସ୍ଥାନର ମାରୱାଡ଼ ଅଞ୍ଚଳରେ ବିଷ୍ଣୋଇ ଧର୍ମର ପ୍ରତିଷ୍ଠା କରିଥିଲେ। ମାରୱାଡ଼ି ଭାଷାରେ ‘ବିଷ୍ଣୋଇ’ ଶବ୍ଦର ଅର୍ଥ ଅଣତିରିଶ, ଯାହା ଗୁରୁ ଜମ୍ଭେଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ ୨୯ଟି ନୀତିକୁ ବୁଝାଏ। ଏହି ନୀତିଗୁଡ଼ିକ ପରିବେଶ ସଂରକ୍ଷଣ, ଅହିଂସା ଓ ସୁସ୍ଥ ଜୀବନଯାପନର କଥା କହିଥାଏ। ବିଷ୍ଣୋଇମାନେ ସବୁଜ ଗଛ କାଟିବା, ପଶୁମାନଙ୍କୁ ହତ୍ୟା କରିବା ଏବଂ ଜଳ ଉତ୍ସକୁ ପ୍ରଦୂଷିତ କରିବାକୁ ଦୃଢ଼ ବିରୋଧ କରନ୍ତି।
ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ ସର୍ବପ୍ରଥମ ପରିବେଶ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ବୃକ୍ଷର ସୁରକ୍ଷା ଉଦ୍ଦେଶ୍ୟରେ କରାଯାଇଥିଲା। ଏକଦା ଯୋଧପୁରର ମହାରାଜା ଅଭୟ ସିଂହଙ୍କୁ ନୂତନ ରାଜପ୍ରାସାଦ ନିର୍ମାଣ ପାଇଁ କାଠ ଆବଶ୍ୟକ ହେଲା। ସେ ଖେଜରୀ ଗଛ କାଟିବା ପାଇଁ ନିଷ୍ପତ୍ତି ନେଲେ।

dgdagdgczcv

ବିଷ୍ଣୋଇ ସଂସ୍କୃତିରେ ଖେଜରୀ ଗଛକୁ ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ୧୭୩୦ ମସିହା ସେପ୍‌ଟେମ୍ବର ୧୧ ତାରିଖରେ ମହାରାଜା ଅଭୟ ସିଂହଙ୍କ ପ୍ରତିନିଧି ଗିରିଧର ବନ୍ଧାରୀ ଓ ସୈନିକମା‌େନ ଗଛ କାଟିବା ପାଇଁ ଖେଜାରଲିରେ ପହଞ୍ଚିଲେ। ଗଛ କାଟିବା ସମୟରେ ବିଷ୍ଣୋଇ ସମ୍ପ୍ରଦାୟର ଅମୃତା ଦେବୀ ଗଛଗୁଡ଼ିକୁ ଆଲିଙ୍ଗନ କରି ଗଛକଟାକୁ ତୀବ୍ର ବିରୋଧ କରିଥିଲେ। ତାଙ୍କ ଝିଅ ଆସୁ, ରତ୍ନୀ ଓ ଭାଗୁ ତାଙ୍କ ସହିତ ପ୍ରତିବାଦରେ ଯୋଗ ଦେଇଥିଲେ। ପରେ ଶହ ଶହ ବିଷ୍ଣୋଇ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସୈନିକମାନେ ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧକୁ ଅଣଦେଖା କରି ଅମୃତା ଦେବୀ ଓ ତାଙ୍କ ଝିଅମାନଙ୍କ ସମେତ ୩୬୩ ବିଷ୍ଣୋଇଙ୍କୁ ହତ୍ୟା କରିଥିଲେ।

ମହାରାଜା ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ତୁରନ୍ତ କାଠ କାଟିବା କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ମୃତ୍ୟୁ ପାଇଁ କ୍ଷମା ମାଗିଲେ। ସେ ଏହି ଅଞ୍ଚଳର ବିଷ୍ଣୋଇ ଗ୍ରାମଗୁଡ଼ିକୁ ସମ୍ପୂର୍ଣ୍ଣ ରାଜ୍ୟ ସୁରକ୍ଷା ମଧ୍ୟ ପ୍ରଦାନ କଲେ। ବର୍ତ୍ତମାନ ଭାରତ ସରକାରଙ୍କ ବିଭିନ୍ନ ଆଇନ ଦ୍ୱାରା ସମସ୍ତ ବିଷ୍ଣୋଇ ଗ୍ରାମ ଏବଂ ଏହାର ଆଖପାଖରେ ଗଛ କାଟିବା ଓ ପଶୁ ଶିକାର କରିବା ନିଷେଧ କରାଯାଇଛି। ବିଷ୍ଣୋଇଙ୍କ ବଳିଦାନର ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଭାରତ ସରକାର ୨୦୦୦ ମସିହାରେ ଅମୃତା ଦେବୀ ବନ୍ୟପ୍ରାଣୀ ସୁରକ୍ଷା ପୁରସ୍କାର ସ୍ଥାପନ କରିଥିଲେ। ଏହାର ସ୍ମୃତିରେ୨୦୧୩ ମସିହାରୁ ୧୧ ସେପ୍‌ଟେମ୍ବରକୁ ଜାତୀୟ ବନ ସହିଦ ଦିବସ ଭାବେ ପାଳନ କରାଯାଉଛି। ବିଷ୍ଣୋଇ ଆନ୍ଦୋଳନରେ ମୁଖ୍ୟ ଲକ୍ଷ୍ୟ ଥିଲା ଜୈବ ବିବିଧତାର ସୁରକ୍ଷା, ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ଜଙ୍ଗଲ କ୍ଷୟ ନିବାରଣ ଓ ବନ୍ୟପ୍ରାଣୀ ସଂରକ୍ଷଣ। ଏହି ଆନ୍ଦୋଳନ ବିଂଶ ଶତାବ୍ଦୀରେ ସୁନ୍ଦର ଲାଲ ବହୁଗୁଣାଙ୍କ ନେତୃତ୍ୱରେ ଗଢ଼ି ଉଠିଥିବା ଚିପ୍‌କୋ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା, ସେମାନେ ମଧ୍ୟ ବୃକ୍ଷର ସୁରକ୍ଷା ପାଇଁ ପ୍ରତିବାଦ ସ୍ବରୂପ ତାହାକୁ ଆଲିଙ୍ଗନ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe