Environment: ‘ସିଏସ୍ଆର୍‌ରେ ପରିବେଶକୁ ନିଶ୍ଚିତ ଯୋଡ଼’

Advertisment

କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)କୁ ପରିବେଶ ଦାୟିତ୍ୱରୁ ଅଲଗା କରାଯାଇପାରିବ ନାହିଁ। କମ୍ପାନିଗୁଡ଼ିକ ପରିବେଶ, ପରିସଂସ୍ଥାନ ଓ ପ୍ରାଣୀଙ୍କ ସୁରକ୍ଷା ଦାବିକୁ ଅଣଦେଖା କରି ସାମାଜିକ ଉତ୍ତରଦାୟିତ୍ୱ ପାଳନ କରୁଥିବା ଦାବି କରିପାରିବେ ନାହିଁ ବୋଲି।

କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)କୁ ପରିବେଶ ଦାୟିତ୍ୱରୁ ଅଲଗା କରାଯାଇପାରିବ ନାହିଁ। କମ୍ପାନିଗୁଡ଼ିକ ପରିବେଶ, ପରିସଂସ୍ଥାନ ଓ ପ୍ରାଣୀଙ୍କ ସୁରକ୍ଷା ଦାବିକୁ ଅଣଦେଖା କରି ସାମାଜିକ ଉତ୍ତରଦାୟିତ୍ୱ ପାଳନ କରୁଥିବା ଦାବି କରିପାରିବେ ନାହିଁ ବୋଲି।

supreme court

Photograph: (The Economic Times)

ନୂଆଦିଲ୍ଲୀ: କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)କୁ ପରିବେଶ ଦାୟିତ୍ୱରୁ ଅଲଗା କରାଯାଇପାରିବ ନାହିଁ। କମ୍ପାନିଗୁଡ଼ିକ ପରିବେଶ, ପରିସଂସ୍ଥାନ ଓ ପ୍ରାଣୀଙ୍କ ସୁରକ୍ଷା ଦାବିକୁ ଅଣଦେଖା କରି ସାମାଜିକ ଉତ୍ତରଦାୟିତ୍ୱ ପାଳନ କରୁଥିବା ଦାବି କରିପାରିବେ ନାହିଁ ବୋଲି। ପରିସଂସ୍ଥାନ ସରକ୍ଷଣ ପାଇଁ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ବାଧ୍ୟତାମୂଳକ ବୋଲି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜ‌ଷ୍ଟିସ୍‌ ଏଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ ‘ଗ୍ରେଟ୍‌ ଇଣ୍ଡିଆନ୍ ବଷ୍ଟାର୍ଡ’ ପ୍ରଜାତିର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇ ଏହା କହିଛନ୍ତି। ଖଣ୍ଡପୀଠ କହିଛନ୍ତି ରାଜସ୍ଥାନ ଓ ଗୁଜରାଟରେ ଅଣ-ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କାର୍ଯ୍ୟ ଦ୍ୱାରା ପରିବେଶ, ବିଭିନ୍ନ ପ୍ରାଣୀ ତଥା ପକ୍ଷୀମାନେ ବିପଦପ୍ରବଣ ହୋଇପଡ଼ୁଛନ୍ତି ଏବଂ ସେମାନଙ୍କ ସ୍ଥିତି ବିପନ୍ନ ହେଉଛି। ସେମାନଙ୍କର ସୁରକ୍ଷା ମଧ୍ୟ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଭିତରେ ରହିଛି। ତେଣୁ ସାମାଜିକ ଉତ୍ତରଦାୟିତ୍ୱର କର୍ପୋରେଟ୍‌ ସଂଜ୍ଞାରେ ପରିବେଶଗତ ଉତ୍ତରଦାୟିତ୍ୱ ଅନ୍ତର୍ଭୁକ୍ତ ହେବା ଜରୁରି। ପରିବେଶ ଏବଂ ପରିସଂସ୍ଥାନ ସୁରକ୍ଷା ଦାବିକୁ ଅଣଦେଖା କରି କମ୍ପାନିଗୁଡ଼ିକ ସାମାଜିକ କାର୍ଯ୍ୟ ପରିଚାଳନା କରି ଉତ୍ତରଦାୟୀ ହେବା ନେଇ ଦାବି କରିପାରିବେ ନାହିଁ।

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ସମ୍ବିଧାନର ଧାରା ୫୧ ଏ (ଜି) ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ଭାବେ ଜଙ୍ଗଲ, ହ୍ରଦ, ନଦୀ ଏବଂ ବନ୍ୟପ୍ରାଣୀ ସମେତ ପ୍ରାକୃତିକ ପରିବେଶର ସୁରକ୍ଷା ତଥା ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ କରିବାକୁ ପଡ଼ିବ। ଆମେ ସମସ୍ତେ ସମାଜର ଏକ ପ୍ରମୁଖ ଅଙ୍ଗ ଭାବରେ ଏହି ମୌଳିକ କର୍ତ୍ତବ୍ୟ ପାଳନର ଅଂଶୀଦାର। ସିଏସ୍ଆର୍ ପାଣ୍ଠି ହେଉଛି ଏହି କର୍ତ୍ତବ୍ୟର ବାସ୍ତବ ଅଭିବ୍ୟକ୍ତି। ପରିବେଶର ସୁରକ୍ଷା ପାଇଁ ସିଏସ୍ଆର୍ ପାଣ୍ଠି ଆବଣ୍ଟନ ଏକ ସ୍ୱେଚ୍ଛାକୃତ ଦାତବ୍ୟ କାର୍ଯ୍ୟ ନୁହେଁ ବରଂ ଏହା ହେଉଛି ସାମ୍ବିଧାନିକ ଦାୟିତ୍ୱର ପରିପୂରଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ୨୦୧୩ କମ୍ପାନି ଆଇନର ଧାରା ୧୩୫ ଅନୁଯାୟୀ ସାମାଜିକ ଦାୟିତ୍ବବୋଧକୁ ଗୁରୁତ୍ବ ଦେଇ ନିର୍ଦ୍ଦିଷ୍ଟ ଆର୍ଥିକ ସୀମାକୁ ପୂରଣ କରିବା ପାଇଁ କମ୍ପାନିମାନେ ବାଧ୍ୟ। ଏଥିସହିତ ଖଣ୍ଡପୀଠ ଆହୁରି ଦର୍ଶାଇଛନ୍ତି କର୍ପୋରେଟ୍ ଲାଭ କେବଳ ଅଂଶୀଦାରମାନଙ୍କର କିମ୍ବା ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହି ଲାଭ ଅର୍ଥରେ ପରିବେଶ ସୁରକ୍ଷା ଓ ସଂରକ୍ଷଣର ହକ୍‌ ମଧ୍ୟ ସମପରିମାଣରେ ରହିଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କର୍ପୋରେଟ୍‌ ଜଗତ ନିଜ ସିଏସ୍‌ଆର୍‌ ପାଣ୍ଠିକୁ ବର୍ତ୍ତମାନ ପରିବେଶର ସୁରକ୍ଷା ପାଇଁ ବ୍ୟୟ କରିବାକୁ ଆଇନଗତ ଭାବେ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ସିଏସ୍ଆର୍ ପାଣ୍ଠି ସଂରକ୍ଷଣ ପ୍ରୟାସ ଦିଗରେ ନିଶ୍ଚିତ ବିନିଯୋଗ ହେବା ଆବଶ୍ୟକ।

Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ

ଏଠାରେ ଉଲ୍ଲେଖଯୋଗ୍ୟ ବିପନ୍ନ ପ୍ରଜାତିର ‘ଗ୍ରେଟ୍‌ ଇଣ୍ଡିଆନ୍ ବଷ୍ଟାର୍ଡ’ ପକ୍ଷୀମାନଙ୍କର ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରି ପରିବେଶବିତ୍ ଏମ୍. କେ. ରଣଜିତ ସିଂହଙ୍କ ଦ୍ୱାରା ୨୦୧୯ରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶ ଦେଇଛନ୍ତି। ଏହି ପ୍ରଜାତି ପକ୍ଷୀର ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦେଇଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe