ଜଳବାୟୁ ପରିବର୍ତ୍ତନ ମଶାଙ୍କ ବାସସ୍ଥାନକୁ ନାଟକୀୟ ଭାବରେ ବିସ୍ତାର କରୁଛି। ଫଳସ୍ବରୂପ ତାହା ଆଗାମୀ ଦଶନ୍ଧିଗୁଡ଼ିକରେ ୨୦ କୋଟିରୁ ୧୦୦ କୋଟି ଯାଏ ଲୋକଙ୍କୁ ବିପଦରେ ପକାଇପାରେ ବୋଲି କୋପେନହେଗେନ୍ ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନ ଚେତାବନୀ ଦେଇଛି। ଉଷ୍ଣ ତାପମାତ୍ରା ମ୍ୟାଲେରିଆ ରୋଗର ଧାରାକୁ ପରିବର୍ତ୍ତନ କରୁଛି, ଯେଉଁଥିରେ ଉଷ୍ଣକ୍ରାନ୍ତିମଣ୍ଡଳୀୟ ଅଞ୍ଚଳରେ ଭେକ୍ଟର-ବାହିତ ରୋଗ ବୃଦ୍ଧି ମଧ୍ୟ ଅନ୍ତର୍ଭୁକ୍ତ। ଫଳ ସ୍ବରୂପ ଆଫ୍ରିକାର ଯେଉଁ ଅଞ୍ଚଳଗୁଡ଼ିକ ମ୍ୟାଲେରିଆମୁକ୍ତ, ସେଠାରେ ଏହି ରୋଗ ବ୍ୟାପକ ହୋଇପାରେ।

Advertisment

Sanchar Sathi APP: ନୂଆ ସ୍ମାର୍ଟଫୋନରେ ସଞ୍ଚାରସାଥୀ ଆପ୍ ରହିବ, ସରକାରଙ୍କ ନିର୍ଦ୍ଦେଶ

ମ୍ୟାଲେରିଆ ବହନକାରୀ ଛଅଟି ଜାତିର ମଶାଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ପରିବର୍ତ୍ତିତ ଜଳବାୟୁରେ ତିନିଟି ମଶା ପ୍ରଜାତି ସେମାନଙ୍କର ପରିସରକୁ ବିସ୍ତାର କରିବାର ସମ୍ଭାବନା ରହିଛି। ଭାରତରେ ସମାନ ଜଳବାୟୁ-ଚାଳିତ ପରିବର୍ତ୍ତନ ପରିଲକ୍ଷିତ ହେଉଛି, ଯେଉଁଠାରେ ଗରମ ଓ ଅଧିକ ଆର୍ଦ୍ର ଅଞ୍ଚଳରେ ମଶା ସଂଖ୍ୟା ବୃଦ୍ଧି ପାଉଛି। ତେବେ ନୂତନ ଭାବରେ ମଶାର ଶରବ୍ୟ ହେଉଥିବା ଅଞ୍ଚଳବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ରହିଛି ଏବଂ ମ୍ୟାଲେରିଆ ପ୍ରକୋପ ପରିଚାଳନା କରିବାରେ ସେମାନଙ୍କର ଅଭିଜ୍ଞତା କମ୍ ଅଛି ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି। ସୁତରାଂ ସେଥିପ୍ରତି ସଜାଗ ରହିବା ଗୁରୁତ୍ବପୂର୍ଣ୍ଣ।

Missing return home: ୧୦ ବର୍ଷ ତଳେ ବାପା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଥିବା ଦୁଇ ଛୋଟ ପୁଅ ଝିଅଙ୍କ ସନ୍ଧାନ

Malaria | Punascha Pruthibi