ବିଭିନ୍ନ ପ୍ରକାରର ଫୁଲ ପ୍ରକୃତିକୁ ସୁଶୋଭିତ କରିଥାଏ। ତେବେ ସେସବୁ ଭିତରେ ଏମିତି କିଛି ଫୁଲ ଅଛି, ଯାହା ନିଜର ନିଆରା ଆକୃତି ଓ ଗୁଣ ଯୋଗୁଁ ବିଶେଷ ଧ୍ୟାନ ଆକର୍ଷଣ କରିଥାଏ। ଏପରି ଏକ ଅନନ୍ୟ ଓ ରହସ୍ୟମୟ ଫୁଲ ହେଉଛି ‘ଡ୍ରାଗନ୍ ସ୍କଲ୍’। ଏହି ଫୁଲର ନାଁ ପଛରେ ରହିଛି ଏହାର ଆକୃତି। ଡ୍ରାଗନ୍ର ଖପୁରି ପରି ଏହାର ଆକୃତି। ତେଣୁ ଏହାକୁ ଓଡ଼ିଆରେ ଖପୁରୀ ଫୁଲ ମଧ୍ୟ କୁହାଯାଏ।
ଡ୍ରାଗନ୍ ସ୍କଲ୍ ଫୁଲର ବୈଜ୍ଞାନିକ ନାମ ଆଣ୍ଟିରିନମ୍, ଯାହାକୁ ସ୍ନାପଡ୍ରାଗନ୍ ମଧ୍ୟ କୁହାଯାଏ। ଏହି ଫୁଲ ମୁଖ୍ୟତଃ ଦକ୍ଷିଣ ୟୁରୋପର ପାର୍ବତ୍ୟାଞ୍ଚଳେର ସ୍ପେନ୍ ଓ ଇଟାଲୀରେ ଦେଖାଯାଏ। ଏହା ଏକ ଋତୁକାଳୀନ ଫୁଲ। ସାଧାରଣତଃ ବସନ୍ତ ଓ ଗ୍ରୀଷ୍ମ ଋତୁରେ ଫୁଟିଥାଏ। ଫୁଲ ଶୁଖିଗଲେ, ଏହାର ଆକୃତି ଖପୁରି ଭଳି ଦେଖାଯାଏ।
Vantara: ପ୍ରଧାନମନ୍ତ୍ରୀଙ୍କ ‘ବନତାରା’ ଉଦ୍ଘାଟନକୁ ବର୍ଷେ
ଡ୍ରାଗନ୍ ସ୍କଲ୍ ଫୁଲ ଏହାର ଆକର୍ଷଣୀୟ ରଙ୍ଗରେ ଉଦ୍ୟାନକୁ ସୁଶୋଭିତ କରିଥାଏ। ଫୁଲଟିର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ମାନସିକ ଚାପ, ଅନିଦ୍ରା ଓ ଚିନ୍ତା ଦୂର କରିବା ପାଇଁ ପ୍ରାକୃତିକ ତଥା ଆୟୁର୍ବେଦ ଚିକିତ୍ସାରେ ଏହାକୁ ବ୍ୟବହାର କରାଯାଏ। ଡ୍ରାଗନ୍ ସ୍କଲ୍ ଫୁଲକୁ ଜୀବନ ଓ ମୃତ୍ୟୁର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ପୁଣି କିଛି ସଂସ୍କୃତିରେ, ଏହାକୁ ସୁରକ୍ଷା ଓ ଶକ୍ତିର ପ୍ରତୀକ ଭାବରେ ବିଚାର କରାଯାଏ। କିଛି ଲୋକ ଦୁଷ୍ଟଶକ୍ତିର ପ୍ରଭାବ ହ୍ରାସ କରିବା ପାଇଁ ଏହାକୁ ଘରେ ମଧ୍ୟ ରଖିଥାନ୍ତି।
Follow Us