ବର୍ତ୍ତମାନ ପ୍ଲାଷ୍ଟିକ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଖାଦ୍ୟ ଓ ପାନୀୟ ପାଇଁ ପ୍ୟାକେଜିଂ ଠାରୁ ଆରମ୍ଭ କରି ଘର ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଏହା ସବୁଠି ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ୍ ମାନବ ଜୀବନକୁ ସହଜ କରିଦେଇଛି, କିନ୍ତୁ ପରିବେଶ ଏହାର ମୂଲ୍ୟ ଦେଉଛି। ଆଜି ବିଶ୍ୱର ପ୍ରତ୍ୟେକ ସ୍ଥାନରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ରହିଛି। ଏହା କେବଳ ପୃଥିବୀର ଇତିହାସର ନୁହେଁ ବରଂ ଭୌଗୋଳିକ ଇତିହାସର ମଧ୍ୟ ଏକ ଅଂଶ ହୋଇଗଲାଣି। ପ୍ରକୃତରେ ପ୍ଲାଷ୍ଟିକ୍ ମାନବ ଯୁଗ “ଆନ୍ଥ୍ରୋପୋସିନ୍”ର ଏକ ପ୍ରମୁଖ ପରିଚୟ ପାଲଟିଛି।
Questions about Gambhir's skills: ଗମ୍ଭୀରଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ
ବିଶ୍ୱ ସ୍ତରରେ ପ୍ଲାଷ୍ଟିକ୍ର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଏହାର ୧୦%ରୁ କମ୍ ପୁନଃଚକ୍ରିତ ହେଉଛି। ବଳକା ୯୦% ଏବେ ମଧ୍ୟ ପୋଡ଼ା ହେଉଛି, କିଛି ଫିଙ୍ଗାଯାଉଛି ନଚେତ୍ ଲ୍ୟାଣ୍ଡଫିଲ୍ରେ ପକାଯାଉଛି। ଏକ ନୂତନ ଅଧ୍ୟୟନରେ ଗବେଷକମାନେ ପ୍ଲାଷ୍ଟିକ୍ ଉତ୍ପାଦନ, ବ୍ୟବହାର ଓ ନିଷ୍କାସନ ଉପରେ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ତଥ୍ୟ ବିଶ୍ଳେଷଣ କରିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ ୧୯୫୦ ମସିହାରେ ପ୍ରତି ବର୍ଷ ୨ ନିୟୁତ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ ହୋଇଥିଲା, ଯାହା ୨୦୨୨ରେ ୪୦୦ ନିୟୁତ ଟନ୍କୁ ବୃଦ୍ଧି ପାଇଛି। ଆଶା କରାଯାଉଛି ଯେ ୨୦୫୦ ସୁଦ୍ଧା ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୮୦୦ ନିୟୁତ ଟନ୍ ହେବ। ମିଳିତ ଜାତିସଂଘ ଅନୁଯାୟୀ, ସାରା ବିଶ୍ୱରେ ପ୍ରତି ମିନିଟରେ ଦଶ ଲକ୍ଷ ପ୍ଲାଷ୍ଟିକ୍ ବୋତଲ କିଣାଯାଉଛି। ବାର୍ଷିକ ୫୦୦ ବିଲିୟନ ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର ହେଉଛି।
Sambalpur University won: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ହକି: ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା
ଏହାକୁ କେବଳ ଥରେ ବ୍ୟବହାର କରି ଫିଙ୍ଗାଯାଏ। ଯାହାଫଳରେ ବିଶ୍ବରେ ପ୍ଲାଷ୍ଟିକ୍ର ବ୍ୟବହାର ବଢ଼ିବାକୁ ଲାଗିଛି। ପ୍ଲାଷ୍ଟିକ୍ ଆବର୍ଜନା ସମ୍ବନ୍ଧୀୟ ପରିସଂଖ୍ୟାନକୁ ଦେଖିଲେ ଚୀନ୍ ବାର୍ଷିକ ୮୧.୫ ନିୟୁତ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ଉତ୍ପାଦନ କରି ସର୍ବପ୍ରଥମ ଉତ୍ପାଦନକାରୀ ସ୍ଥାନ ନେଇଥିବା ବେଳେ, ଆମେରିକା ୪୦ ନିୟୁତ ଟନ୍, ୟୁରୋପୀୟ ସଂଘ ୩୦ ନିୟୁତ ଟନ୍, ଭାରତ ୯.୪୮ ନିୟୁତ ଟନ୍ ଏବଂ ଜାପାନ ୪.୫ ନିୟୁତ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ଉତ୍ପାଦନ କରେ। ଆମେରିକାରେ କେବଳ ପାଞ୍ଚ ପ୍ରତିଶତ ପ୍ଲାଷ୍ଟିକ୍ ପୁନଃଚକ୍ରଣ ହେଉଛି, ଯାହା ଅନ୍ୟ ଦେଶମାନଙ୍କ ତୁଳନାରେ ବହୁତ କମ୍। ଗବେଷକଙ୍କ ଅନୁଯାୟୀ, ବର୍ଦ୍ଧିତ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକିବା ଓ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ଭବିଷ୍ୟତର ନୀତି ଓ ନିୟମ ପ୍ରଣୟନ କରିବା ନିହାତି ଆବଶ୍ୟକ।
Follow Us