Advertisment

Nitrogen cycle: ବିଗୁଡୁଛି ନାଇଟ୍ରୋଜେନ୍‌ ଚକ୍ରର ସନ୍ତୁଳନ

Advertisment

ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଉଷ୍ଣ କରିବା ଓ ବର୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିବା ସହିତ ନାଇଟ୍ରୋଜେନ୍ ଚକ୍ରକୁ ମଧ୍ୟ ପରିବର୍ତ୍ତନ କରୁଛି। ନାଇଟ୍ରୋଜେନ୍ ଚକ୍ର ଜଙ୍ଗଲ ଓ ତୃଣଭୂମିରେ ନାଇଟ୍ରୋଜେନ୍‌ ପ୍ରବାହକୁ ନିୟନ୍ତ୍ରଣ କରେ।

ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଉଷ୍ଣ କରିବା ଓ ବର୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିବା ସହିତ ନାଇଟ୍ରୋଜେନ୍ ଚକ୍ରକୁ ମଧ୍ୟ ପରିବର୍ତ୍ତନ କରୁଛି। ନାଇଟ୍ରୋଜେନ୍ ଚକ୍ର ଜଙ୍ଗଲ ଓ ତୃଣଭୂମିରେ ନାଇଟ୍ରୋଜେନ୍‌ ପ୍ରବାହକୁ ନିୟନ୍ତ୍ରଣ କରେ।

dghfshfshhfsh

ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଉଷ୍ଣ କରିବା ଓ ବର୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିବା ସହିତ ନାଇଟ୍ରୋଜେନ୍ ଚକ୍ରକୁ ମଧ୍ୟ ପରିବର୍ତ୍ତନ କରୁଛି। ନାଇଟ୍ରୋଜେନ୍ ଚକ୍ର ଜଙ୍ଗଲ ଓ ତୃଣଭୂମିରେ ନାଇଟ୍ରୋଜେନ୍‌ ପ୍ରବାହକୁ ନିୟନ୍ତ୍ରଣ କରେ। ନାଇଟ୍ରୋଜେନ୍ ହେଉଛି ପ୍ରୋଟିନ୍ ଓ  ଡିଏନ୍‌ଏର ଏକ ମୌଳିକ ଉପାଦାନ। ନାଇଟ୍ରୋଜେନ୍ ଚକ୍ର ଅସନ୍ତୁଳିତ ହେଲେ ଫସଲ ଉତ୍ପାଦନ ହ୍ରାସ ପାଏ, ନଦୀରେ ଶୈବାଳ ବଢ଼େ ଏବଂ ଅଧିକ ସବୁଜଗୃହ ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଚୀନର ଝେଜିୟାଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଅଙ୍ଗାରକାମ୍ଳ, ଉଚ୍ଚ ତାପମାତ୍ରା ଓ ବର୍ଷାର ଢାଞ୍ଚା ପରିବର୍ତ୍ତନ ନାଇଟ୍ରୋଜେନ୍‌ ଚକ୍ରକୁ ପ୍ରଭାବିତ କରୁଛି।

ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ

ଉଚ୍ଚ ତାପମାତ୍ରା ମାଟିରେ ଅଣୁଜୀବମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରେ, ଯାହା ଫଳରେ ନାଇଟ୍ରୋଜେନ୍‌ ହ୍ରାସ ପାଏ ଏବଂ କୃଷି କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପକାଏ; ମାଟିରୁ ଆମୋନିଆ, ନାଇଟ୍ରସ୍ ଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ନାଇଟ୍ରେଟ୍ ମୁକ୍ତ ହୁଏ। ଏହା ବାୟୁ ଓ ଜଳ ପ୍ରଦୂଷଣ କରିବା ସହ ଜଳବାୟୁ ପରିବର୍ତ୍ତନ ଓ ଜଳର ଗୁଣବତ୍ତାକୁ ପ୍ରଭାବିତ କରିଥାଏ। ସେହିପରି ପରିବର୍ତ୍ତନଶୀଳ ବର୍ଷା ନାଇଟ୍ରୋଜେନ୍ ଚକ୍ରକୁ ଅଧିକ ଜଟିଳ କରେ। 

Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ

ଜଳବାୟୁ ପରିବର୍ତ୍ତନ ନାଇଟ୍ରୋଜେନ୍ ଚକ୍ରରେ ଆଞ୍ଚଳିକ ବୈଷମ୍ୟକୁ ବଢ଼ାଇ ଦେଇଛି। ଯେଉଁ ଅଞ୍ଚଳଗୁଡ଼ିକ ପୂର୍ବରୁ ଦୁର୍ବଳ ଖାଦ୍ୟ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ଭୋଗୁଛନ୍ତି ସେମାନେ ଅଧିକ ପ୍ରଭାବିତ ହେବେ। ଏହାର ମୁକାବିଲା ପାଇଁ ପ୍ୟାରିସ ଚୁକ୍ତିନାମା ଓ ଜାତୀୟ ଜଳବାୟୁ ପ୍ରତିବଦ୍ଧତାରେ ନାଇଟ୍ରୋଜେନ୍‌କୁ ଅନ୍ତର୍ଭୁକ୍ତ କରାଯିବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe