ଆଣ୍ଟର୍କଟିକାର ଭୂଇଁ ତଳେ ବୈଜ୍ଞାନିକମାନେ ପୃଥିବୀର ସର୍ବପ୍ରଥମ ବରଫ ଅଭିଲେଖାଗାର ପ୍ରତିଷ୍ଠା କରିଛନ୍ତି। ପୃଥିବୀର ସବୁ ପ୍ରାନ୍ତରେ ହିମବାହଗୁଡ଼ିକ ରେକର୍ଡ ବେଗରେ ତରଳିବାକୁ ଲାଗିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ବରଫ ଖଣ୍ଡମାନ ବାହାର କରି କନ୍କୋର୍ଡିଆ ରିସର୍ଚ ଷ୍ଟେସନ୍ ନିକଟରେ ପ୍ରତିଷ୍ଠିତ ‘ଆଇସ୍ ମେମୋରି ସାଙ୍କ୍ଚୁଆରି’ ନାମକ ଅଭିଲେଖାଗାରରେ ସଂରକ୍ଷିତ ରଖାଯାଉଛି। ହିମବାହର ବରଫ ଆସ୍ତରଣରେ ପ୍ରାଚୀନ ସମୟରୁ ବାୟୁ, ଧୂଳି, ପ୍ରଦୂଷଣକାରୀ କଣିକାମାନ ଲାଖି ରହିଥାଏ, ତେଣୁ ସେଗୁଡ଼ିକ ଜଳବାୟୁ ଇତିହାସର ଜୀବନ୍ତ ଦସ୍ତାବେଜ ଏବଂ ଗବେଷକଙ୍କ ଲାଗି ଖୁବ୍ ମୂଲ୍ୟବାନ୍।
History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’
ଏହି ଭୂତଳ ଅଭିଲେଖାଗାରରେ ବରଫ ନମୁନାଗୁଡ଼ିକୁ ଶହ ଶହ ବର୍ଷ ଧରି ସଂରକ୍ଷିତ ରଖାଯାଇପାରିବ, ଯାହା ଫଳରେ ପରବର୍ତ୍ତୀ ପିଢ଼ିର ଗବେଷକମାନେ ଏ ପର୍ଯ୍ୟନ୍ତ ଉଦ୍ଭାବନ ହୋଇନଥିବା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଜଳବାୟୁ ତଥ୍ୟର ବିଶ୍ଳେଷଣ କରି ଜଳବାୟୁ ପରିବର୍ତ୍ତନର ଧାରାକୁ ଅଧିକ ଭଲଭାବରେ ବୁଝିପାରିବେ। ଉକ୍ତ ବରଫ ଗୁମ୍ଫାର ତାପମାତ୍ରା ସର୍ବଦା ବିଯୁକ୍ତ ୫୨ଂ ସେଣ୍ଟିଗ୍ରେଡ୍ ରଖାଯାଇଥାଏ। ସେଠାରେ ଏ ପର୍ଯ୍ୟନ୍ତ ପୃଥିବୀର ୧୦ଟି ହିମବାହରୁ ନମୁନା ସଂରକ୍ଷିତ ରଖାଗଲାଣି। ଅନ୍ତର୍ଜାତୀୟ ଚୁକ୍ତି ଅନୁସାରେ କେବଳ ବୈଜ୍ଞାନିକମାନଙ୍କୁ ହିଁ ଏହି ବରଫଗୁଡ଼ିକୁ ଅଧ୍ୟୟନ ପାଇଁ ଅନୁମତି ମିଳିବ।
Epstein Files: ଏପଷ୍ଟାଇନ ଫାଇଲରେ ଭାରତୀୟଙ୍କ ପ୍ରତି ନରୱେର ପୂର୍ବତନ କୂଟନୀତିଜ୍ଞଙ୍କ ଅପମାନଜନକ ମନ୍ତବ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/03/hfshsfhfshf-2026-02-03-03-05-53.jpg)